୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପ୍ରସ୍ତୁତି ବୈଠକ
କଳାହାଣ୍ଡିର କଳା, ସଂସ୍କୃତି ଐତିହ ପରମ୍ପରା ଓ ଭାଇଚାରା ସମ୍ପକର ମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ମହାସମାରୋହରେ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରତିବର୍ଷ ଭଳି ଆଗାମୀ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁର କିପରି ଶାନ୍ତି ଶୃଙ୍ଖଳା ସହିତ ଭାଇଚାରା ସମ୍ପର୍କକୁ ବଜାଇରଖି ମହାସମାରୋହରେ ଆସନ୍ତା ଜାନୁୟାରୀ ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଭବାନୀପାଟଣା ଓ ୧୫ ଜାନୁୟାରୀ ରୁ ୧୭ ଜାନୁୟାରୀ ପର୍ଯ୍ୟନ୍ତ ଧର୍ମଗଡଠାରେ ପାଳନ କରାଯିବ ସେ ଦିଗରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । ଜିଲ୍ଲାର ସାଂସ୍କୃତିକ ମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇବା ପାଇଁ ଓ ଅଧିକ ସରସ ସୁନ୍ଦର କରିବା ନିମନ୍ତେ ଆବଶ୍ୟକ ବିଭିନ୍ନ କମିଟି, ସବକମିଟି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୂର୍ବବର୍ଷ ଭଳି ଆଗାମୀ କଳାହାଣ୍ଡି ଉତ୍ସବ–୨୦୨୬ ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ପୌରାଞ୍ଚଳ, ଜିଲ୍ଲା ସ୍ତରରେ ଜିଲ୍ଲା ସଂସ୍କୃତି ପରିଷଦ ଦ୍ଵାରା ନିର୍ଦ୍ଧାରିତ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ର ଉଚ୍ଚକୋଟିର ସାଂସ୍କୃତିକ ଦଳ ଆଣିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ବିଗତବର୍ଷ ଭଲି ଆଗାମୀ କଳାହାଣ୍ଡି ଉତ୍ସବ କୁ ମହାସମାରୋହରେ ଅଧିକ ସରସ ସୁନ୍ଦର ଭାବେ ଆୟୋଜନ କରାଯିବା ନିମନ୍ତେ ବୈଠକରେ ଉପସ୍ଥିତ ସଭା, ସଭ୍ୟା ନିଜର ମତ ରଖିଥିଲେ। ଉତ୍ସବ ସମୟରେ ସହରରେ ଜନଗହଳି ର ଆଶଙ୍କା ଥିବାରୁ ଆବଶ୍ୟକ ରାସ୍ତା ଘାଟ ମରାମତି, ସଫା ସୁତୁରା,ଆଲୋକର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉତ୍ସବ ପାଳନ ସମ୍ପୃକ୍ତ ସମସ୍ତ କମିଟି ର କର୍ମକର୍ତ୍ତା, ସଭ୍ୟ ସାହାଯ୍ୟ ଓ ସହଯୋଗ ମନୋଭାବ ନେଇ ଜିଲ୍ଲାର ଲୁକ୍କାୟିତ, କଳା, ସାହିତ୍ୟ, ସାଂସ୍କୃତି ଓ ପ୍ରତିଭାର ବିକାଶ ନିମନ୍ତେ ଟମ୍ ୱାର୍କ୍ ସହିତ ସମସ୍ତେ ନ୍ୟସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ବା ପାଇଁ ଜିଲ୍ଲାପାଳ ଶ୍ରୀ ପ୍ରକାଶ ପରାମର୍ଶ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ନାଗରାଜ୍ ଦେବର କୋଣ୍ଡା, ଅତିରିକ୍ତ ଜିଲ୍ଲପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଉପ ଜିଲ୍ଲାପାଳ,ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପ ଜିଲ୍ଲାପାଳ ଭବାନୀପାଟଣା,ପ୍ରଭାତ କୁମାର ପରିଡା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ,ଦୁର୍ଯ୍ୟୋଧନ ଭୋଇ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧି ଜୟଶଙ୍କର ନାୟକ, ସଦର ବିଧାୟକ ଙ୍କ ପ୍ରତିନିଧି ଉତ୍ସବ ସାହୁ, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ରାଜ୍ୟ ସଭା ସାଂସଦ ଙ୍କ ପ୍ରତିନିଧି ଭଣ୍ଡାସ୍ଵର ମହାପାତ୍ର,କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ସବ-କମିଟିର ସମସ୍ତ କର୍ମକର୍ତ୍ତା, ସଭ୍ୟ, ସଭ୍ୟା, ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସମସ୍ତଙ୍କର ମତାମତ କୁ ପ୍ରାଧାନ୍ୟ ଦେଇ ଉତ୍ସବ ପାଳନ ର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

