ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ ଉପାଧି

ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ ଉପାଧି

    ସିମୁଳିଆ, ୨୫/୭/୨୪- ମଦର ଟେରେସା ଫିଲାନଥ୍ରୋପିକ ଆସୋସିଏସନର ପ୍ରତିଷ୍ଠାତା, ସଂପାଦକ ତଥା ବିଶିଷ୍ଟ କବି ଭରତ ଚନ୍ଦ୍ର ଦାଶ ଶିକ୍ଷା ଓ ସମାସଜସେବା ପାଇଁ ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ପ୍ରାଧିକୃତ ସଂସ୍ଥା ଆଇକନିକ ପିସ୍ ଆଓ୍ବାର୍ଡ କାଉନସିଲ୍ ଦ୍ବାରା ସମ୍ମାନ ସୂଚକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି । ଶ୍ରୀ ଦାଶଙ୍କ ଘର ବାଲେଶ୍ଵର ସିମୁଳିଆ ବ୍ଲକରେ । ଗତ ୨୦ ତାରିଖ ଅପରାହ୍ଣରେ କନ୍ଷ୍ଟିଶ୍ଚ୍ୟୁସନ କ୍ଲବ ଅଫ ଇଣ୍ଡିଆର ସମ୍ମିଳନୀ କକ୍ଷରେ କାଉନସିଲର ସମାବର୍ତ୍ତନ ଉତ୍ସବରେ ଶ୍ରୀ ଦାଶଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି, ଉତ୍ତରୀୟ, ପ୍ରମାଣପତ୍ର, ଫଳକ , ଟ୍ରଫି ଓ ଆଜୀବନ ସଦସ୍ୟ ପଦର ପ୍ରମାଣପତ୍ର ପ୍ରଦାନ କରିଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ରାଜ୍ୟସଭା ସାଂସଦ ନରେଶ ବଂଶଲ । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଆଇକନିକ୍ ପିସ୍ ଆଓ୍ବାର୍ଡ କାଉନସିଲର ଅଧ୍ୟକ୍ଷ ସୁଷମା ଜୀ । ବିଶିଷ୍ଟ ଅତିଥିଭାବରେ ବୌଦ୍ଧ ଧର୍ମର ଆଚାର୍ଯ୍ୟ ୟେଶୀ ଫୁଣ୍ଟଶୋକ୍ ପ୍ରମୁଖ ଊପସ୍ଥିତ ଥିଲେ । ସାମାଜିକ କର୍ମୀ ଶ୍ରୀ ଦାଶ ୧୯୮୬ ମସିହାରେ ନୋବେଲ ପୁରସ୍କାର ବିଜେତା ଭଦର ଟେରେସାଙ୍କୁ ସାକ୍ଷାତ କରି ତାଙ୍କ ଆଶୀର୍ବାଦରେ ଭଦର ଟେରେସା ଫିଲାନଥ୍ରୋପିକ ଆସୋସିଏସନ ପ୍ରତିଷ୍ଠା କରି ଗୁଣ୍ଡୁଚି ମୁଷା ଭଳି ସାମାଜିକ ସେବାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି ପ୍ରକୃତିବନ୍ଧୁ ପରସ୍କାର, ଓଡିଶା ସେବାରତ୍ନ ସମ୍ମାନ ସହ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି । ଓଡିଆ ଭାଷା ସାହିତ୍ୟ ଶିକ୍ଷଣ ସଂସ୍ଥାନ ‘ ଓଡିଆ ଶ୍ରୀ ‘ ର ସେ ପ୍ରତିଷ୍ଠାତ । ସୃଜନ ଶ୍ରୀକ୍ଷେତ୍ରର ସେ ପ୍ରତିଷ୍ଠାତା ସଚିବ। ଜଣେ ସାରସ୍ବତ ସାଧକଭାବେ ତାଙ୍କର ୧୫ ଟି କବିତା ସଂକଳନ ପ୍ରକାଶ ପାଇଛି । ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟଭାବେ ସେ ସଫଳତାର ସହ କାର୍ଯ୍ୟକରି ପ୍ରଶଂସିତ ହୋଇଛନ୍ତି । ସେ ଉଚ୍ଚକୋଟୀର ଜଣେ କବି ଭାବେ ଅନେକ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିଛନ୍ତି । ସାହିତ୍ୟ ସାଧନା ତାଙ୍କର ପ୍ରବୃତ୍ତି ହୋଇଥିଲା ବେଳେ ବୃତ୍ତିର ସେ ଜଣେ ନିର୍ଭୀକ ସାମ୍ବାଦିକ । ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ମିଳିବାପରେ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାନକୀ ବଲ୍ଲଭ ମହାବିଦ୍ୟାଳୟରେ “ପରିବେଶ ସୁରକ୍ଷା, ଜୀବନ ରକ୍ଷା” କାର୍ଯ୍ୟକ୍ରମ 

Sunil Chandra Nayak

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ଉଦଘାଟିତ

masiha

Leave a Comment

error: Content is protected !!