ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଦା ବିଷ୍ଣୁ ସାଜିଛି ଭେଷଜ ନିରୀକ୍ଷକ ବିଭାଗ,ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ବିନା ଲାଇସେନ୍ସ ରେ ଚାଲିଛି ମେଡିସିନ୍ ଷ୍ଟୋର 

ନିଦା ବିଷ୍ଣୁ ସାଜିଛି ଭେଷଜ ନିରୀକ୍ଷକ ବିଭାଗ,ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ବିନା ଲାଇସେନ୍ସ ରେ ଚାଲିଛି ମେଡିସିନ୍ ଷ୍ଟୋର 

ପଟ୍ଟାମୁଣ୍ଡାଇ :16/25(ମସିହା ନିୟୁଜ )- ସରକାରୀ ନିୟମକୁ ଜଳାଞଳି ଦେଇ ପଟ୍ଟାମୁଣ୍ଡାଇ ଅଂଚଳରେ ଛତୁ ଫୁଟିବା ଭଳି ବେଆଇନ ଔଷଧ ଦୋକାନ ଖୋଲିଚାଲିଛି । ଯୁଆଡେ ଦେଖିଲେ ଖାଲି ମେଡିସିନ ଷ୍ଟୋର ଦେଖିବାକୁ ମିଳୁଛି । ପ୍ରାୟ ୫୦ ପ୍ରତିଶତ ପାଇକାରୀ ଓ ଖୁଚୁରା ମେଡିସିନ ଦୋକାନ ବିନା ପଞିକରଣରେ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । କେତେକ ଷ୍ଟୋର ବିନା ଫାର୍ମାସିଷ୍ଟରେ ଚାଲିଥିବା ବେଳେ କିଏ କଚା ଘରେ ତ ଆଉକିଏ ଟିଣ ଘରେ ଔଷଧ ଦୋକାନ କରିଛନ୍ତି । ଯାହା ଆଇନ ସହମତ ହୋଇନଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଭେଷଜ ବିଭାଗ ନୀରବତା ଅବଲମ୍ବନ କରୁଛି । ଫଳରେ ଗ୍ରାମାଂଚଳ ଠାରୁ ସହରାଂଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ସେବନ କରୁଥିବା ଔଷଧ ଗୁଣବତା ନଥିବାରୁ ରୋଗ ଭଲ ହେବା ପରିବର୍ତେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ଜିଲା ଭେଷଜ ବିଭାଗ ଅସାଧୁ ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଥିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ସରକାରୀ ନିୟମ ଅନୁଯାଇ ମେଡିସିନି ଷ୍ଟୋର ଖୋଲିବା ପାଇଁ ଜଣେ ଫାର୍ମାସିଷ୍ଟଙ୍କ ନାଁରେ ଲାଇସେନ୍ସ ରହିବା ସହ ଦୋକାନରେ ଖୋଦ୍ ଫାର୍ମାସିଷ୍ଟ ଉପସ୍ଥିତ ରହିବେ । କିନ୍ତୁ ପଟ୍ଟାମୁଣ୍ଡାଇ ଅଂଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଫାର୍ମାସିଷ୍ଟ ଅନ୍ୟତ୍ର ଚାକିରି କରୁଥିବା ବେଳେ ମିଛ ସତ୍ୟପାଠ ଦାଖ କରି ତାଙ୍କ ନାଁରେ ବ୍ୟବସାୟୀ ଚାଲିଛି । ସେହିପରି ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ଯେପରି ଭାବେ ଯାଂଚ ହେବା କଥା ତାହା ପଟ୍ଟାମୁଣ୍ଡାଇ ଅଂଚଳରେ ଆଦୌ ହେଉନଥିବା ବେଳେ ଭିକ୍ଟୋ ପାବାର ଥିବା ଗଣ ସୁରକ୍ଷା ବାହିନର ମନମାନୀ ପୁରା ପଟ୍ଟାମୁଣ୍ଡାଇ ଅଂଚଳକୁ ବ୍ୟଥିତ କରୁଛିା ଗଣ ସୁରକ୍ଷା ବାହିନ କର୍ମକର୍ତା ସେପରି କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଫଳରେ କେତେକ ମୁନାଫାଖୋର ବ୍ୟବସାୟୀ ନିଜର ଫାଇଦା ପାଇଁ ନକଲି ଔଷଧ କାରବାର ଚଳାଇ ଆସୁଛନ୍ତି। ଫଳରେ ରୋଗୀଟି ରୋଗରୁ ମୁକ୍ତି ପାଇବାକୁ ଡାକ୍ତରଙ୍କ ଦ୍ୱାରା ପ୍ରେସ୍‌ସ୍କ୍ରାଇବ ହୋଇଥିବା ଔଷଧ ପରିବର୍ତେ ଅଧିକ ମୁନାଫା ଥିବା ନକଲି ଔଷଧ ଖାଇ ମୃତ୍ୟୁ ବରଣ କରୁଛି । ଏପରି ସାଧାରନ ଲୋକଙ୍କ ଜୀବନସହ ଖେଳ ଖେଳା ଯାଉଥିବା ବେଳେ ଗଣ ସୁରକ୍ଷା ଅଧିକାରୀ ଚୁପ ବସୁଛନ୍ତି । ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ପ୍ରକାସିତ କରିଥିବା ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରରେ କୋଲ୍ଡରିଫ ନାମକ କଫ୍‌ସିରପ ଖାଇ ୨୫ ଜଣ ଶିଶୁମାନଙ୍କର ମୃତ୍ୟୁ ଘଟିଛି। ଏହି କଫ୍‌ସିରପର ସାମ୍ପଲରୁ ଭୟଙ୍କର ବିଷାକ୍ତ ଉପାଦାନ ମିଳିଥିବାରୁ ଶିଶୁମାନଙ୍କର ପାଶ୍ୱପତିକ୍ରୀୟା ହୋଇ ମୃତ୍ୟୁ ହୋଇଥିଲା। ମାତ୍ର ସେପରି କପସିରଫ ପଟ୍ଟାଣ୍ଣ୍‌ାଇରେ ବିକ୍ରୀ କରାଯାଉଛି ନା ନାହିଁ ତାହା ଉପରେ ଜିଲା ଭେଷଜ ବିଭାଗ ତିଳେ ମାତ୍ର ନଜର ଦେଉ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠିକରିଛି ।କେତେଜଣ ଔଷଧ ଦୋକାନୀ ନିଜନାମ ଗୋପନରଖି କହିଛନ୍ତି ଏଠାରେ ବଙ୍ଗଳାଭାଷାଭାଷୀ ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ନାମୀଦାମୀ କମ୍ପାନୀର ବିଷୟବସ୍ତୁ ଥିବା ଭଳି ଔଷଧକୁ ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି, ମହାକାଳପଡ଼ାର ଗ୍ରାମାଂଚଳର ଦୋକାନୀମାନଙ୍କୁ ଯୋଗାଉଛନ୍ତି। ଏହି ସବୁ ଔଷଧ ମୂଲ୍ୟ ମୂଲ୍ୟ ନାମୀଦାମୀ କମ୍ପାନୀ ସହ ସମାନ ରହୁଛି। ଫଳରେ ବ୍ୟବସାୟୀଙ୍କୁ ଅଧିକ ଲାଭ ଦେଉଛି। ଅଧିକ ଫାଇଦା ଆଶାରେ ବ୍ୟବସାୟୀ ମାନେ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଛନ୍ତି। ଏଭଳି ଔଷଧ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି । କେତେକ ଅଣପ୍ରଶିକ୍ଷିତ ଡାକ୍ତର ବିଭିନ୍ନ ପ୍ରକାର କ୍ଲିନିକ ଖୋଲି ଏହି ଔଷଧ ଦେଉଛନ୍ତି । ଅନ୍ୟପକ୍ଷରେ ଭେଷଜ ବିଭାଗକୁ ଯଦି ତାଙ୍କ ବିରୋଧରେ ଅଭିଯୋଗ କରାଯାଉଛି ଅସାଧୁ ଅଧିକାରୀ ସେହି ମୁନାଫଖୌର ବେପାରିଙ୍କୁ ଜଣାଇଦେଉଛନ୍ତି । ଫଳରେ ଅଭିଯୋଗକାରୀ ସେମାନଙ୍କ ରୋଷର ଶିକାର ହେଉଥିବା ନଜରି ରହିଛି ବୋଲି ସେ କହିଛନ୍ତି । ଜିଲା ଭେଷଜ ଅଧିକାରୀଙ୍କ ଏପରି କର୍ଯ୍ୟକଳାପ ପାଇଁ ବେଆଇନ ପାଇକାରୀ ଓ ଖୂଚୁରା ଔଷଧ କାରବାର ବଢିଚାଲିଛି । ସଂପ୍ରତି ପଟ୍ଟାମୁଣ୍ଡାଇ ଅଂଚଳରେ ୩୦୦ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲ୍‌ସେଲର ଦୋକାନ ଚାଲିଛି ।ସେଥି ମଧ୍ୟରୁ ପାଖାପାଖି ଦେଢଶହ ଦୋକାନ ପଞିକରଣ କରିଥିବା ଭେଷଜ ବିଭାଗ ପକ୍ଷରୁ ସୁଚନା ମିଳିଛି । ମାତ୍ର ସାଧାରଣ ଲୋକେ କେଉଁ ଦୋକାନ ଉପରେ ଭରସା କରିବେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ହେଉଛି। ଏଭଳି ବେଆଇନ କାରବାର ପଛରେ ବ୍ୟାପକ ଅର୍ଥ ଲଗାଯାଇଥିବା ଅଭିଯୋଗ ହେଉଛି। ଏନେଇ ଭେଷଜ ନିରିକ୍ଷକ ସୁକାନ୍ତ ସାହୁଙ୍କୁ ଯୋଗାଯୋଗ କରିବାରୁ ଏଭଳି ବେଆଇନ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଧାମରା ସଂଘ ର ବସନ୍ତ କବିତା ଆସର

masiha

ଜମ୍ମୁ କାଶ୍ମୀରର ଫୁଲୱାମା ବିସ୍ପୋରଣରେ ଶହୀଦ ଯବାନ ମାନଙ୍କୁ ମନେ ପକାଇ ଏକ ରାଲିର ଆୟୋଜନ

masiha

6th Kalingawan Global Festival of Performing Arts to be held in Bhubaneswar.

masiha

Leave a Comment

error: Content is protected !!