ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନୋଜ ଦାସ ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ରାଜ୍ୟ ଉପସଭାପତି

 ମୟୂରଭଞ୍ଜ -୦୧/୦୧/୨୦୨୩(ମସିହା) ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ର ୫୧ ତମ ଅଧିବେଶନ ଭୂଵନେଶ୍ଵରର ରେଳବାଇ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଇନଜୀବୀ ମାନେ ନ୍ୟାୟିକ ବ୍ୟବସ୍ଥାର ମୂଳ ଆଧାର ବୋଲି କହିବା ସହ ପିଡୀତ ଓ ନ୍ୟାୟ ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଓକିଲମାନେ ହିଁ ସେତୁ ରୂପେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ ।ଗରୀବ ଓ ଅସହାୟ ଲୋକଙ୍କୁ କିପରି ନ୍ୟାୟ ମିଳିବ ସେଥିପାଇଁ ଯତ୍ନଶୀଳ ହେବାପାଇଁ ଓକିଲ ମାନଙ୍କୁ ପରାମର୍ଶ ଦେଇଥିଲେ ଥିଲେ । ଅଧିବେଶନ ପରେ ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବେ ଦେବେନ୍ଦ୍ର ପଟନାୟକ, ସଂପାଦକ ସଂଚିତ ପାଣିଗ୍ରାହୀ,,୬ ଜଣ ଉପସଭାପତି ନିର୍ବାଚିତ ହୋଇଛନ୍ତି ।୬ ଜଣ ଉପସଭାପତି ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ବରିଷ୍ଠ ଆଇନଜୀବି ମନୋଜ ଦାସ(ମୁନା) ଲଗାତାର ୫ ମ ଥର ପାଇଁ ନିର୍ବାଚିତ ହୋଇ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି । ତାଙ୍କ ବିଜୟ ଖବର ଶୁଣି ରାଇରଙ୍ଗପୁର ଓକିଲ ସଂଘର ସଦସ୍ୟ,ଶୁଭେଛୁ ଏବଂ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

masiha

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ଅତି ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ସାରିଛି 

masiha

Leave a Comment

error: Content is protected !!