ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଉ ଜନ୍ମର ପାପ ପାଇଁ, ରୋଗଗ୍ରସ୍ତ ଜୀବନ କାଟୁଛନ୍ତି ରମେଶ ଦାସ 

ଦିନ ଥିଲା ଗୋଟିଏ ଝିଅକୁ ନେଇ ସ୍ୱାମୀ ସ୍ତ୍ରୀ ଦୁହେଁ ହସଖୁସିର ଜୀବନ ବିତାଉଥିଲେ ! ଝିଅଟି ବଡହେଲାପରେ ନିଜ ଜୀବନସାଥୀ ବାଛି ନେଇ ବାପା ମାଆ ଙ୍କୁ ଛାଡି ଚାଲିଗଲା ! ଆଉ ମୁହଁ ଫେରେଇ ଦେଖିବାକୁ ଦିନଟିଏବି ଆସିନାହିଁ !ସୁଦୂର ରାଉରକେଲାରେ ରହି କାମ କରି ଗୁଜୁରାଣ ମେଣ୍ଟେଉ ଥିଲେ ଯେ ହେଲେ ଭାଗ୍ୟ ସାଥ ଦେଲାନି ! ରୋଗଗ୍ରସ୍ତ ହୋଇ ନିଜ ଗ୍ରାମକୁ ଚାଲି ଆସିଲେ ଏବଂ ସାଇକଲ ମରାମତି କରି ସଂସାର ଚଳେଇଲେ ! ଦଇବ ସାଧିଲା ଦାଉ , ପାରାଲିସିସ ଯୋଗୁ ଅଚଳ ହେଇଗଲା ପାଦ ! ଦୁର୍ବିସହ ଜୀବନରେ ସ୍ତ୍ରୀ ଥାଇ ମଧ୍ୟ ଉଚ୍ଚ ରକ୍ତଚାପ ଯୋଗୁ ସେ ବି ହୋଇଗଲେ ରୋଗଗ୍ରସ୍ତ ! ଦୁଇ ଜଣଙ୍କ ବାର୍ଦ୍ଧକ୍ୟ ଭତ୍ତାରେ ଔଷଧ କିଣିବାକୁ ପଇସା ଅଣ୍ଟୁନି , ଦୁଇ ଜଣକ ରାସନ ମାସଟିଏ ବି ଯାଉନି ! ଔଷଧ କିଣିବାକୁ ଅର୍ଥ ସାଜିଛି ବାଧକ !ମାଗିବାକୁ ଘରୁ ଗୋଡ କାଢି ଯିବାକୁ ବଳ ନାହିଁ ! ପର ହାତଟେକା ଖାଇବାକୁ ଅନେଇ ବସୁଛନ୍ତି ସ୍ଵାମି ସ୍ତ୍ରୀ ଦୁହେଁ ! ମୁଣ୍ଡ ଉପର ଚାଳରେ ଛପର ନାହିଁ କି ରହିବାକୁ ଆବାସ ଘରଟିଏ ନାହିଁ ! କୋଉ ଜନ୍ମର ପାପ ରମେଶର ହସ ଖୁସିରେ ନଜର ପକେଇ ଦେଇଛି !

ପାଠକ ବନ୍ଧୁ ଆମେ କହୁଚୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସମନ୍ତରାପୁର ପଞ୍ଚାୟତର ସମନ୍ତରାପୁର ଗ୍ରାମର ରମେଶ ଦାସଙ୍କ ଜରାଜୀର୍ଣ୍ଣ ଚାଳ ଛପର ଘର, ଛପର ଉପରେ ପଲିଥିନ, ତଥାପି ଦିନରେ ଖରା ରାତିରେ ତରା ସ୍ପଷ୍ଟ ବାରିହେଇ ପଡେ ! ସରକାରଙ୍କ ନଜର ଆଢୁଆଳରେ ବୋଧେ ରହିଯାଇଛି ଏହି ଅଭିଶପ୍ତ ମଣିଷର ଘର !ସାଧାରଣ ଲୋକେ ଏହି ପରିବାର ପାଇଁ ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଆମ ଚାନେଲ ମାଧ୍ୟମରେ ନିବେଦନ କରିଥିବା ବେଳେ, ଆବାସ ଯୋଜନାରେ ଘରଟିଏ ପାଇଁ ବିଡିଓ ଓ କଲେକ୍ଟରଙ୍କୁ ଗୁହାରୀ ଜଣେଇବାକୁ ମିନତୀ କରିଛନ୍ତି ! ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା ଙ୍କ ସ୍ୱାମୀ କୁହନ୍ତି ଯେ, ରମେଶ ଦାସଙ୍କ ନାମରେ ଆମେ ଆବାସ ଘର କରାଇବାକୁ ତାଲିକା ଦେଇ ସାରିଛୁ ! କୋଭିଡ ସକାଶୁ 2019 ରୁ 2022 ମଧ୍ୟରେ ଆବାସ ଯୋଜନାରେ ଘର ଆସି ପାରିନାହିଁ, ଆସନ୍ତା ବର୍ଷ ଅର୍ଥାତ ଜାନୁଆରୀ 2023 ରେ କିଛି ଆବାସ ଘର ଆସିବାର ଅଛି, ସେଇ ତାଲିକାରେ ରମେଶ ଦାସ ଘରଟିଏ ପାଇବାର ବ୍ୟବସ୍ଥା କରିଛୁ ଏବଂ ତାଙ୍କୁ ଘରଟିଏ ନିଶ୍ଚୟ ମିଳିବ ବୋଲି ଦୃଢୋକ୍ତି ଦିଅନ୍ତି ! ଦେଖିବାକୁ ଅଛି ଅସହାୟ ରମେଶକୁ ସରକାରୀ ସାହାଯ୍ୟ ବାବଦରେ ମିଳୁଛି କଣ ?

ତିର୍ତ୍ତୋଲ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା News Odisha.

Related posts

Rotary District 3261open Team Ojasvi

Sunil Chandra Nayak

ଦିଲ୍ଲିପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ବୀପ ପ୍ରଜ୍ଜ୍ୱଳନ 

masiha

ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!