ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ :
ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :
ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ :
ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ :

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ : ତା.୧୭.୧୦.୨୦୨୫ ରିଖ : :ଆଜି ପ୍ରାତଃ ୮ ଘଟିକା ସମୟରେ ସ୍ଥାନୀୟ ମଣ୍ଟଫୋର୍ଟ ସ୍କୁଲ୍, ମହିଷାପାଟ,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ,ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ ହୋଇଯାଇଛି।ଏହି ଉପଲକ୍ଷେ ମଣ୍ଟଫୋର୍ଟ ସ୍କୁଲ୍,ମହିଷାପାଟ,ଢେଙ୍କାନାଳର ଅଧ୍ୟକ୍ଷ ଆଲ୍ ବିନୁ ସ୍ ବାରୱାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ଉଦ୍ ଘାଟକ,ମୁଖ୍ୟଅତିଥି ତଥା ବିଚାରକ ଭାବରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ସର୍ବ ଭାରତୀୟ ବ୍ରେକ୍ ଥ୍ରୁୁ ସାଇନ୍ସ ସୋସାଇଟି ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଲା ଆବାହକ ତଥା ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିଥିଲେ।ମୁଖ୍ୟଅତିଥି ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ।ବିଜ୍ଞାନ ଶିକ୍ଷା ସୁସ୍ଥ ସମାଜ ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ।ଅଜ୍ଞାନତା ଆମର ସବୁଠୁ ବଡ ଶତ୍ରୁ।କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ।ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ।

ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ।ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ ପ୍ରତିଫଳିତ ହେଲେ ହିଁ ବିଜ୍ଞାନର ସାର୍ଥକତା ସମ୍ଭବ ହୋଇପାରିବ।ଅତୀତର କଳ୍ପନା ଆଜିର ବାସ୍ତବତା ଓ ତାହାହିଁ ବିଶେଷ ଜ୍ଞାନ ବା ବିଜ୍ଞାନ।ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକଶିତ କରିବା ଆଜିର ପ୍ରମୁଖ ଆବଶ୍ୟକତା।ଛାତ୍ରୀ-ଛାତ୍ରମାନଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ଶିକ୍ଷୟିତ୍ରୀ-ଶିକ୍ଷକମାନଙ୍କର ପ୍ରମୂଖ ଭୂମିକା ରହିଛି ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଜ୍ଞାନ ପ୍ରକଳ୍ପ ଗୁଡିକ ଲୋକାଭିମୁଖୀ ହୋଇ ସମାଜ କଲ୍ୟାଣରେ ଲାଗିବା ଦରକାର ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।କଣ,କାହିଁକି,କିପରି ପ୍ରଶ୍ନ ପଚାରି ଅନୁସନ୍ଧିତ୍ସୁ ମନୋଭାବ ନେଇ ଉତ୍ତର ଖୋଜିବାକୁ ପରୀକ୍ଷଣ କରିବା ହିଁ ବିଜ୍ଞାନ ଓ ଏହାଦ୍ୱାରା ପିଲାଙ୍କର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଅନ୍ଧବିଶ୍ଵାସ,କୁସଂସ୍କାର ଦୂର କରି ବିଜ୍ଞାନର ମାନବ କଲ୍ୟାଣରେ ଉପଯୋଗ ଆମକୁ ସଭ୍ୟତାର ଶୀର୍ଷରେ ଅଧିଷ୍ଠିତ କରିପାରିବ।ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି ।କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସୁପରାମର୍ଶ ଦେଇଥିଲେ।ଏହି ଅବସରରେ ବିଜ୍ଞାନକୁ ଲୋକପ୍ରିୟ କରିବା ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ଵ କାଳ ନିରବଚ୍ଛିନ୍ନ,ଅବିରତ ଉଦ୍ୟମ ଅବ୍ୟାହତ ରଖିଥିବାରୁ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କୁ ବିଦ୍ୟାଳୟର ଅଧକ୍ଷ ଆଲ୍ ବିନୁ ସ୍ ବାରୱାଙ୍କ ଦ୍ଵାରା ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ,ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ପ୍ରାରମ୍ଭରେ ଓ ପରିଶେଷରେ ସ୍କୁଲ୍ ର ଛାତ୍ରୀ,ଛାତ୍ରମାନେ ବିଜ୍ଞାନଭିତ୍ତିକ ଉଦ୍ ଘାଟନୀ ଓ ଉଦଯାପନୀ ସଙ୍ଗୀତ ଓ ବର୍ଣ୍ଣାଢ଼୍ୟ ନୃତ୍ୟ ପରିବେଷଣ କରିଥିଲେ।ଛାତ୍ରୀ-ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ବିଦ୍ୟାଳୟର ଅଧକ୍ଷ ଆଲ୍ ବିନୁ ସ୍ ବାରୱା ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ, ସଭାପତିଙ୍କ ଅଭିଭାଷଣ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଦଶମ ଶ୍ରେଣୀର ଛାତ୍ରୀ ସ୍ଵର୍ଣ୍ଣପ୍ରଭା ସାମଲ ସଭା କାର୍ଯ୍ୟକ୍ରମର ସୁନ୍ଦର ଓ ସଫଳ ସଂଯୋଜନା କରିଥିଲେ।ଏହି ଅବସରରେ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ବଳିଷ୍ଠ ମାର୍ଗଦର୍ଶନରେ ନର୍ସରୀ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ପ୍ରସ୍ତୁତ ମୋଟ ୧୦୧୫ଟି ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ଓ ୧୮୦ ଟି କଳା କୃତୀଗୁଡିକ ପ୍ରକଳ୍ପକାରୀ ଛାତ୍ରୀ,ଛାତ୍ର ଦ୍ଵାରା ପ୍ରଦର୍ଶିତ ହୋଇ ଦର୍ଶକମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।ମୁଖ୍ୟ ଅତିଥି ତଥା ବିଚାରକ ଭାବରେ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ବହୁ ସମୟ ଧରି ସମସ୍ତ ପ୍ରକଳ୍ପ ସବୁକୁ ପରିଦର୍ଶନ କରି ପ୍ରକଳ୍ପକାରୀମାନଙ୍କର  ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ ପଚାରି ବୁଝିଥିଲେ ଓ ସମସ୍ତ ବିଜ୍ଞାନ,ଗଣିତ,ପରିବେଶ ପ୍ରକଳ୍ପ ଗୁଡିକର ଉଚିତ୍ ମୂଲ୍ୟାଙ୍କନ କରିଥିଲେ।ସେଥି ମଧ୍ୟରୁ ୧୨ ଗୋଟି ବିଭାଗରେ ପ୍ରତ୍ୟେକ ବିଭାଗରୁ ୫ ଜଣ କୃତୀ ପ୍ରତିଯୋଗୀଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବାପାଇଁ ଶ୍ରେଷ୍ଠ ପ୍ରତିଯୋଗୀ ଭାବରେ ବାଛିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ଆଲ୍ ବିନୁ ସ୍ ବାରୱା,ବରିଷ୍ଠ ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ସାହୁ,ଦେବବ୍ରତ ସାହୁ,କିଶୋର ଚନ୍ଦ୍ର ସ୍ୱାଇଁ,ଜାତୀୟ ସମର ଶିକ୍ଷାର୍ଥୀ ସ୍ଥଳବାହିନୀର ଥାର୍ଡ ଅଫିସର୍ ନୃସିଂହ ପ୍ରସାଦ ଆଚାର୍ଯ୍ୟ, ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମହାନ୍ତି,ରୋଜାଲିନ୍ ନନ୍ଦ,ମୋନିକା ସ୍ୱାଇଁ,ଗଜଲା ସିରିନ୍,ଜୟଶ୍ରୀ ମହାପାତ୍ର ପ୍ରମୁଖଙ୍କ ସଫଳ ମାର୍ଗଦର୍ଶନ ଓ ନେତୃତ୍ୱରେ ୫୪ ଜଣ ଶିକ୍ଷୟିତ୍ରୀ-ଶିକ୍ଷକ,୨୭ ଜଣ କର୍ମଚାରୀ ବୃନ୍ଦ,୧୫୩୯ ଜଣ ଛାତ୍ରୀ,ଛାତ୍ର ବୃନ୍ଦ,ସେମାନଙ୍କ ମାତା- ପିତା,ଅଭିଭାବିକା-ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ର,
ମଣ୍ଟଫୋର୍ଟ ସ୍କୁଲ୍,ମହିଷାପାଟ,ଢେଙ୍କାନାଳର ପ୍ରାକ୍ତନ ଛାତ୍ର ତଥା ପ୍ରାକ୍ତନ ଶିକ୍ଷକ,
ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା,ବରିଷ୍ଠ ଶିକ୍ଷାବିତ୍ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା 
ଯୋଗାଯୋଗ ଠିକଣା : ଦେବାନୁଭବନ,ମିଶ୍ର ଲେନ୍,ଆନନ୍ଦ ନଗର,କାଠଗଡା,ୱାର୍ଡ଼ ନମ୍ବର ୦୧, 
ପୋଷ୍ଟ/ଜିଲ୍ଲା : ଢେଙ୍କାନାଳ,ଓଡ଼ିଶା ।
ଦୂରଭାଷ :୯୪୩୭୧୦୬୫୬୯; ୭୦୦୮୯୫୯୯୪୫;
ଇ-ମେଲ: debisirscience@gmail.com
debiprasadmishra085@gmail.com

Related posts

ନୂତନ ବର୍ଷ ଉପଲକ୍ଷେ ସମାଜସେବୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ

Sunil Chandra Nayak

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

masiha

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ ରେ ସାହିତ୍ୟ ସୃଜନୀ ମେଳା

masiha

Leave a Comment

error: Content is protected !!