ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରୀୟ ଧର୍ତି ଆବା ଜନଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ସଫଳତା

ଜାତୀୟ ସ୍ତରୀୟ ଧର୍ତି ଆବା ଜନଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ସଫଳତା

ମୟୂରଭଂଜ – ତା :- ୧୭/୧୦/୨୦୨୫ ରିଖ — ଭାରତ ସରକାରଙ୍କ ଜନଜାତି ମନ୍ତ୍ରାଳୟ ତଥା ଡଃ ରାମଦୟାଲ ମୁଣ୍ଡା ଜନଜାତି କଲ୍ୟାଣ ଓ ଗବେଷଣା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଥମ ଜନଜାତୀୟ ଫିଲ୍ମ ଫେଷ୍ଟିଭାଲ୍–୨୦୨୫ ଅନୁଷ୍ଠିତ ହୋଇଯାଇଛି I ୩ ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ଭାରତର ୧୫ଟି ରାଜ୍ୟରୁ ୧୪୨ ଟି ସଂସ୍ଥା ପଞ୍ଜିକରଣ କରିଥିବାବେଳେ ୫୨ଟି କ୍ଷୁଦ୍ର ଓ ପ୍ରାମାଣିକ ଚଳଚିତ୍ର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲା I ସେଥି ମଧ୍ୟରୁ ଓଡିଶାର ୪ଟି କ୍ଷୁଦ୍ର ଚଳଚିତ୍ର ମଧ୍ୟରୁ ରମେଶ ହେମ୍ବ୍ରମଙ୍କ “ପୁଇସା ଦାରେ” ୨ୟ ଏବଂ ଦୀପକ କୁମାର ବେଶ୍ରାଙ୍କ “ପପାୟା” ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଓଡିଶା ପାଇଁ ସୁନାମ ଆଣିଛନ୍ତି I ତତସହିତ ଓଡିଶାର ଅନ୍ୟ ଦୁଇଟି ଫିଲ୍ମ ଶ୍ୟାମା ସୁନ୍ଦର ମାଝିଙ୍କ “ବ୍ରେକିଙ୍ଗ ଦି ବାରିୟାର୍ସ” ଓ ରାଜମୋହନ ସୋରେନଙ୍କ “ହେଣ୍ଡେ ସୋନା” ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ I ଝାଡ଼ଖଣ୍ଡ ସରକାରଙ୍କ ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଚମର ଲିଣ୍ଡା, ଜନଜାତି କଲ୍ୟାଣ ଓ ଗବେଷଣା ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ଓରାଓନ ତଥା ଫିଲ୍ମ ନିର୍ମାତା ମେଘନାଦ ପ୍ରମୁଖ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ I ପ୍ରକାଶ ଥାଉକି ଓଡିଶାର ଏହି ଫିଲ୍ମ ନିର୍ମାତା ମାନେ ବିଭିନ୍ନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ସୁସ୍ଥ ସମାଜ ଗଠନ ପାଇଁ କ୍ରାନ୍ତିଯାତ୍ରା

Sunil Chandra Nayak

ଧର୍ମପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

Leave a Comment

error: Content is protected !!