ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଆରଶୁଣୀଘାଟିରେ ସଡ଼କ ଦୁର୍ଘଟଣା ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

ମୟୂରଭଞ୍ଜ -୫/୮ (ମସିହା)୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତଳକୁ ଖସିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଶନିବାର ସକାଳ ୬ ଟା ୫୦ ମିନିଟ ସମୟରେ ଏକ WB 41H 1648 ନମ୍ବର ବିଶିଷ୍ଟ ଟ୍ରକ କୋଲକାତାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା । ୪୯ ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍‌ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା । ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବୋଲି ଜଣାପଡିଛି । ମୃତ ଟ୍ରକ ଚାଳକ ହେଲେ ୪୫ ବର୍ଷୀୟା ଶ୍ୟାମସୁଦ୍ଦିନ ଖାନ ଓ ଆହତ ହେଲ୍‌ପର୍‌ ୨୮ ବର୍ଷୀୟା ବଙ୍କିମ ହେମ୍ବ୍ରମ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଙ୍ଗିରିପୋଷି ଘାଟିରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର

masiha

ସରକାରଙ୍କ ଦୃଷ୍ଟି ଆଢୁଆଳରେ ରାମକାଶୀ ଜଳପ୍ରପାତ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଦାବି

ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ରଙ୍କୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

Leave a Comment

error: Content is protected !!