ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଆରଶୁଣୀଘାଟିରେ ସଡ଼କ ଦୁର୍ଘଟଣା ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

ମୟୂରଭଞ୍ଜ -୫/୮ (ମସିହା)୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତଳକୁ ଖସିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଶନିବାର ସକାଳ ୬ ଟା ୫୦ ମିନିଟ ସମୟରେ ଏକ WB 41H 1648 ନମ୍ବର ବିଶିଷ୍ଟ ଟ୍ରକ କୋଲକାତାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା । ୪୯ ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍‌ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା । ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବୋଲି ଜଣାପଡିଛି । ମୃତ ଟ୍ରକ ଚାଳକ ହେଲେ ୪୫ ବର୍ଷୀୟା ଶ୍ୟାମସୁଦ୍ଦିନ ଖାନ ଓ ଆହତ ହେଲ୍‌ପର୍‌ ୨୮ ବର୍ଷୀୟା ବଙ୍କିମ ହେମ୍ବ୍ରମ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ 

masiha

ଝରପାରି ରେ ମା କାଳୁଆ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

Leave a Comment

error: Content is protected !!