ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳଭଦ୍ର ପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ଖୋଲୁନି ତାଲା ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମ ବାସୀ ଓ ମାନବ ଅଧିକାର କର୍ମୀ

ବଳଭଦ୍ର ପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ଖୋଲୁନି ତାଲା ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମ ବାସୀ ଓ ମାନବ ଅଧିକାର କର୍ମୀ

କେନ୍ଦ୍ରାପଡ଼ା:ତା 16/9( ମସିହା ନିୟୁଜ) କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ର ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଖୋଲୁନି ତାଲା ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମ ବାସୀ। ସରକାର ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନର ବ୍ୟବସ୍ଥା ଆରମ୍ଭ କରିବାକୁ ସଜବାଜ ହେଉଥିବା ବେଳେ ଦୀର୍ଘ ଦିନ ହେଲା ବଳଭଦ୍ରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲା ଯାଉ ନଥିବାର ଅଭିଯୋଗ ଆସିଛି । ସରକାର ଗ୍ରାମ ପଞ୍ଚାୟତ ବାସୀଙ୍କ ସୁବିଧା ପାଇଁ ଦିନକୁ ଦିନ ଅଧିକ ଯତ୍ନଶୀଳ ହେଉଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ର ବାସିନ୍ଦା ସେତିକି ଅବହେଳାର ଶିକାର ହେଉଥିବାର ନଜରକୁ ଆସିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମଲ ଦୀର୍ଘଦିନ ହେଲା କାର୍ଯ୍ୟାଳୟକୁ ଆସୁନାହାନ୍ତି । ଯଦି କେହି ଫୋନ କରୁଛନ୍ତି ଆଜି ଯିବି କାଲି ଯିବି କହି ମିଥ୍ୟା ପ୍ରତିଶୃତି ଦେଇ ଚାଲିଛନ୍ତି । ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ମାଳ ମାଳ ମିଥ୍ୟା ବିଲ କରି ସରକାରୀ ଅନୁଦାନ ଟଙ୍କାକୁ ହଡପ କରିଥିବାର ଅଭିଯୋଗ ଥିବାରୁ ଲୋକଙ୍କ ପ୍ରଶ୍ନକୁ ଏଡ଼ାଇବା ପାଇଁ ଜାଣିଶୁଣି କାର୍ଯ୍ୟାଳୟକୁ ଆସୁ ନାହାନ୍ତି କି ଅଫିସ ଖୋଳୁ ନାହାନ୍ତି । ଏପରିକି ଦୁଇ ଦୁଇ ଥର ପଲ୍ଲୀ ସଭା ପାଇଁ ଲୋକେ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ଦୀର୍ଘ ସମୟ ପରେ ନିରାଶ ହୋଇ ଫେରିଛନ୍ତି । ବିଭିନ୍ନ ବାହାନା କରି ପଲ୍ଲୀ ସଭାକୁ ମଧ୍ୟ ବାତିଲ କରିଛନ୍ତି । ମିଥ୍ୟା ବିଲ କରାଯାଇଥିବା ସନ୍ଦେହ ପ୍ରକାଶ କରି ସୂଚନା ଅଧିକାର ବଳରେ ସୂଚନା ପ୍ରାପ୍ତି ପାଇଁ କିଛି ପଞ୍ଚାୟତ ବାସୀ ଅପେକ୍ଷା କରିଥିଲେହେଁ ଶ୍ରୀ ସାମଲଙ୍କର ଦେଖା ମିଳୁ ନାହିଁ । ଏପରିକି କାର୍ଯ୍ୟାଳୟ ତାଲା ପଡ଼ିଥିଲେବି ଦୀର୍ଘ ଦିନ ହେଲା ଦୁଇ ଦୁଇଟି ଫ୍ୟାନ ଚାଲୁଥିବା ଏବଂ ୧୦୦ ୱାଟ ର ବଲ୍ବ ଜଳୁଥିବାର ଦେଖିବାକୁ ମିଳୁଛି । କାର୍ଯ୍ୟାଳୟ ମଧ୍ୟରେ ଥିବା ଶୌଚାଳୟ ଏବଂ ଶୀତଳ ଜଳ ପାଇଁ ଲାଗିଥିବା ଯନ୍ତ୍ରକୁ ଜଳ ଯୋଗାଣର ବ୍ୟବସ୍ଥା ହୋଇ ପାରୁ ନଥିବାରୁ ଦୀର୍ଘ ଦିନ ହେଲା ଅକାମି ହୋଇ ପଡି ଥିବାର ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେଲା ଅଫିସ ଖୋଲା ହୋଇ ନଥିବାରୁ କାର୍ଯ୍ୟାଳୟ ଗେଟ ଏବଂ କବାଟ ଗୁଡିକରେ ବୁଢିଆଣୀ ବସା ବାନ୍ଧିବା ସହିତ ପାରାଙ୍କ ମଳତ୍ୟାଗ ଫଳରେ ଚଟ୍ଟାଣ ଅପରିଷ୍କାର ହୋଇ ପଡିଥିବା ନଜରକୁ ଆସିଛି । ସମ୍ପୃକ୍ତ ନିର୍ବାହୀ ଅଧିକାରୀ ଅଫିସକୁ ନଆସି ସରପଞ୍ଚଙ୍କ ସହାୟତାରେ ଗୋଟିଏ ପରେ ଗୋଟିଏ ମିଥ୍ୟା ବିଲ କରି ସରକାରୀ ଅର୍ଥକୁ ଲୁଟ କରିବାରେ ବ୍ୟସ୍ତ ରହୁଛନ୍ତି ବୋଲି ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ଏହି ଦୁର୍ନୀତିଗ୍ରସ୍ତ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେବାଶିଷ ରାଉଳ, ଦିବାକର ବେହେରା ,ବାସୁଦେବ ପାତ୍ର ,ବିକାଶ ବେହେରା,ପ୍ରକାଶ ରାଉତ,ସୁକାନ୍ତ ପରିଡା ,ସୌମ୍ୟ ରଞ୍ଜନ ମହାନ୍ତି, ବିକାଶ ପରିଡା ,କାଶୀନାଥ ବେହେରା ,ଦୁଃଶାସନ ବେହେରା ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓ ବହୁ ଦୁର୍ନୀତି ରେ ବୁଡି ଥିବା ଏହି ପଞ୍ଚାୟତ ର ଭିଜିଲାନ୍ସ ଦାବି କଲେ ପଂଚାୟତ ର ବାସିନ୍ଦା!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଚେମ୍ବର ଅଫ କମର୍ସ,ଧର୍ମଗଡ ଆନୁକୁଲ୍ୟରେ ନବ ନିର୍ବାଚିତ ମାଟିର ସନ୍ତାନ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଷୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Rotary District 3261open Team Ojasvi

Sunil Chandra Nayak

ରାୟଗଡା କଳିଙ୍ଗ ବୈଶ୍ୟ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସଭାପତି ଅମରନାଥ, ସମ୍ପାଦକ ଜୟରାମ

masiha

Leave a Comment

error: Content is protected !!