ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାରୋଡ ରେ ଶ୍ରୀ ଅଗ୍ରସେନ ଜୟନ୍ତୀ ମହୋତ୍ସବ ଧୂମ ଧାମରେ ପାଳିତ

ରୁପ୍ରାରୋଡ ରେ ଶ୍ରୀ ଅଗ୍ରସେନ ଜୟନ୍ତୀ ମହୋତ୍ସବ ଧୂମ ଧାମରେ ପାଳିତ

ନର୍ଲା , 11/10(ଫଟୋ ଅଛି) :କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ସହରରେ ଆଜି ରବିବାର ଦିନ ଶ୍ରୀ ଅଗ୍ରସେନ ଜୀ ମହାରାଜା ଙ୍କ ଜନ୍ମ ମହୋତ୍ସବ ରୁପ୍ରାରୋଡ ସ୍ଥିତ ଅଗ୍ରସେନ ଭବନଠାରେ ମହା ଆଡମ୍ବର ରେ ପାଳନ କରାଯାଇଛି। ଆଜି ସକାଳ ଦଶଟା ରେ ଶ୍ରୀ ଅଗ୍ରସେନ ଜୀ ମହାରାଜା ଙ୍କ ଫଟୋ କୁ ଏକ ସୁସଜ୍ଜିତ ରଥରେ ବସାଇ ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ରୁପ୍ରାରୋଡ ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ ଛୋଟ ଛୋଟ କୁନିକୁନି ଶିଶୁ ଯୋଗ ଦେଇ ଶ୍ରୀ ଅଗ୍ରସେନ ଜୀ ମହାରାଜା ଙ୍କ ଜୟଘୋଷ କରି ଥିବା ବେଳେ ଶତାଧିକ ମହିଳା ନାରୀ କୁ ସମ୍ମାନ କରିବା ଓ ନାରୀ ଆଗେ ବଢିଲେ ହି ସମାଜ ଓ ଦେଶ ଆଗକୁ ବଢିପାରିବ ବୋଲି ଏକ ଏକ ସ୍ଲୋଗାନ କାଡ ଧରି ଲୋକଙ୍କୁ ସଚେତନ କରାଇବା ଦେଖିବାକୁ ମିଳିଥିଲା।ରୁପ୍ରାରୋଡ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ଏହି ଅଗ୍ରସେନ ଜୟନ୍ତୀ ସମାରୋହଟି ରୁପ୍ରାରୋଡ ଅଖିଳଭାରତୀୟ ମାରବାଡି ସମ୍ମେଳନ ସଭାପତି ସୁମିତ ଅଗ୍ରବାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସର୍ବ ଭାରତୀୟ ବ୍ୟବସାୟ ସଙ୍ଘ ର ଅଧ୍ୟକ୍ଷ ଶ୍ରୀ ବ୍ରିଜମୋହନ ଅଗ୍ରବାଲ(ରାଉରକେଲା) ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଆୟୁର୍ବେଦଦାଚାର୍ଯ୍ୟ ଡକ୍ଟର ସୀମା ଅଗ୍ରବାଲ (ଜବଲପୁର) ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥିଭାବେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ର ଅଧ୍ୟକ୍ଷ ଡକ୍ଟର ସୁବାଷ ଅଗ୍ରୱାଲ ଓ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଯୋଗଦେଇ ମଞ୍ଚାସୀନ ହୋଇ ଥିଲେ। ମାରବାଡି ଯୁବାମନ୍ଚ ରୁପ୍ରାରୋଡ ଶାଖା ର ସଭାପତି, ଅଖିଳ ଭାରତୀୟ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖା ସଭାପତି ଓ ରୁପ୍ରାରୋଡ ମହିଳା ମଣ୍ଡଳର ଅଧ୍ୟକ୍ଷଷା ଶ୍ରୀମତୀ ସସମିତା ଅଗ୍ରବାଲ ଓ ରୁପ୍ରାରୋଡ ଅଗ୍ରସେନ ଭବନ ର ସଭାପତି ରତନ ଅଗ୍ରୱାଲ ମଞ୍ଚାସୀନ ହୋଇ ଥିଲେ। ଏହି ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ପନ୍ଦର ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ସମସ୍ତ ଖେଳ କୁଦଟି ରୁପ୍ରାରୋଡ ମାରବାଡି ଯୁବାମନ୍ଚ ର ସହଯୋଗ ରେ ଅନୁଷ୍ଠିତ ହୋଇଥିବା ବେଳେ ଯୋଗ୍ୟବିବେଚିତ ହୋଇ ଥିବା କୁନୀ କୁନୀ ଶିଶୁ ଓ ମହିଳା ମାନଙ୍କୁ ଏହି ଅବସରରେ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ମାରୱାଡି ଯୁବାମଚ ରୁପ୍ରାରୋଡ ଶାଖା ସମ୍ପାଦକ ଚିରାଗ ଅଗ୍ରବାଲ ଓ ଉପସଭାପତି ଅଙ୍କିତ ଅଗ୍ରବାଲ ମନ୍ଚ ପରିଚାଳନା କରିଥିଲେ। ଶେଷରେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖା ର ସମ୍ପାଦକ ମହେଷ ଅଗ୍ରବାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ

masiha

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

masiha

Leave a Comment

error: Content is protected !!