ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ୯ମ ସାମ୍ବିଧାନିକ ଓ ସପ୍ତବିଂଶତମ ବାର୍ଷିକ ସମେଳନ

ବ୍ୟୁରୋ ନିୟୁଜ୍ //  ତା୨୬.୮.୨୦୨୩ ଠାରୁ ୨୭.୮.୨୦୨୩ରିଖ ପର୍ଯ୍ୟନ୍ତ ଦୁଇଦିବସ ବ୍ୟାପୀ ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ସମ୍ମିଳନୀ ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ଡାଲମିଆଁ ଧର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଭାପତି ଓ ସଂପାଦକ ମାନଙ୍କ ଦ୍ୱାରା ସାମ୍ବିଧାନିକ ପ୍ରକ୍ରିୟାରେ ରାଜ୍ୟ କାର୍ଯ୍ୟକାରିଣୀ ଗଠିତ ହୋଇଯାଇଅଛି । ପ୍ରମୁଖ ରାଜ୍ୟସ୍ତରୀୟ ଦାୟିତ୍ୱରେ ସ୍ଥାୟୀ ଉପଦେଷ୍ଟା ପୂର୍ବାମ୍ନାୟ ଗୋବର୍ଦ୍ଧନ ମଠାଧିଶ୍ୱର ଅନନ୍ତ ଶ୍ରୀବିଭୂଷିତ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା, ପୁରୀ, ଶ୍ରୀ ସୀତାବଲ୍ଲଭ ମହାପାତ୍ର – ଉପଦେଷ୍ଟା, ଶ୍ରୀରାମକୃଷ୍ଣ ଦାସ ମହାରାଜା, ରାଧାବଲ୍ଲଭ ମଠ, ପୁରୀ – ଉପଦେଷ୍ଟା, ମହନ୍ତ ଶ୍ରୀ ପର୍ଶୁରାମ ଦାସ ମହାରାଜ ରାଧାକାନ୍ତ ମଠ, ପୁରୀ – ରାଜ୍ୟ ସଭାପତି, ଶ୍ରୀ ପ୍ରେମାନନ୍ଦ ଦାଶ – କାର୍ଯ୍ୟକାରୀ ସଭାପତି, ଶ୍ରୀ ଦିଲ୍ଲୀପ କୁମାର ରଥ – ଉପସଭାପତି, ବ୍ରହ୍ମଚାରୀ ଶ୍ରୀ ହରିଚରଣ ଦାଶ ମହାରାଜ – ମହାସଚିବ, ଶ୍ରୀ ସୂର୍ଯ୍ୟନାରାୟଣ ରଥ – ସଂପାଦକ, ଶ୍ରୀ ଚକ୍ରଧର ତ୍ରିପାଠୀ -ସଂପାଦକ, ଶ୍ରୀ ନୃସିଂହ ମହାପାତ୍ର – କୋଷାଧ୍ୟକ୍ଷ, ଶ୍ରୀମତି ଶ୍ରଦ୍ଧା ଷଡ଼ଙ୍ଗୀ – ସଭାପତି ମହିଳା ସଂଗଠନ ଶକ୍ତି ବାହିନୀ, ଇଂ. ଶ୍ରୀ ଭଗବାନ ପଣ୍ଡା – ରାଜ୍ୟ ନିର୍ବାଚନ ପ୍ରମୁଖ, ଶ୍ରୀ ପ୍ରଦୀପ ତ୍ରିପାଠୀ – ଆଇଟି ସେଲ୍ ପ୍ରମୁଖ, ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢୀ – ଲିଗାଲ ସେଲ ପ୍ରମୁଖ, ଶ୍ରୀ ଦେବୀପ୍ରସାଦ ନନ୍ଦ – ସଭାପତି ପର୍ଶୁରାମ ବାହିନୀ , ବିନୟ କୁମାର ମିଶ୍ର – ମଠ ମନ୍ଦିର ପୂଜକ ଓ ବ୍ରାହ୍ମଣ କର୍ମକାଣ୍ଡ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରାଜୀବ ଲୋଚନ ଷଡ଼ଙ୍ଗୀ – ଉପସଭାପତି, ଶ୍ରୀମତୀ ଉଷାନ୍ତିଲତା ହୋତା – ଉପସଭାପତି – ଶକ୍ତି ବାହିନୀ, ଶ୍ରୀମତୀ ଶ୍ରୁତକୀର୍ତ୍ତି ତ୍ରିପାଠୀ – ଉପସଭାପତି ଶକ୍ତି ବାହିନୀ, ଶ୍ରୀ ଶରତ ମିଶ୍ର, ଶ୍ରୀମତୀ ବିଜୟିନୀ ଷଡ଼ଙ୍ଗୀ, ଶ୍ରୀ ନଗେନ୍ଦ୍ର ନାଥ ମିଶ୍ର, ଶ୍ରୀ ଆଦିତ୍ୟ ମହାପାତ୍ର ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟମାନ କରାଯିବା ପାଇଁ ପ୍ରସ୍ତାବିତ ହୋଇଛି |

 

Related posts

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା ଜନ୍ମାଷ୍ଟମୀ ଅବସରରେ କୃଷ୍ଣମୟ ହେଲା ବିଦ୍ୟାଳୟ ପରିସର

masiha

ଦିଗାମ୍ବର ପାତ୍ର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା  ଧୂଆଁଧାର ଖେଳ ପ୍ରଦର୍ଶନ ସହିତ ରୁପ୍ରାକୁ ହରାଇ ସୋହାଗପୁର ବିଜୟୀ 

masiha

Leave a Comment

error: Content is protected !!