ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋଭାଯାତ୍ରା

ଅଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ଆହ୍ୱାନ କ୍ରମେ ସଂଘର ବିଭିନ୍ନ ଦାବି ନେଇ ଶନିବାର ସିନାପାଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ଶୋଭାଯାତ୍ରା ସିନାପାଲି ଠାରେ ଅନୁଷ୍ଠିତ ହୋଇଛି l ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ କେଂଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ଏକତ୍ରିତ ହେଲା ପରେ ସେଠାରୁ ଏକ ଶୋଭାଯାତ୍ରା ମାଧ୍ଯମରେ ସମସ୍ତେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ଯଳୟରେ ପହଂଚି ବିଆରସିସି ପ୍ରଭାତ ପାତ୍ର ଓ ଏବିଇଓ ଆଦିତ୍ଯ ବନ୍ଦିଛୋରଙ୍କ ମାଧ୍ଯମରେ ସଂଘର ବିଭିନ୍ନ ଦାବି ସମ୍ୱଳିତ ଏକ ସ୍ମାରକ ପତ୍ର ଓଡ଼ିଶାର ମୁଖ୍ଯମଂତ୍ରୀ, ଗଣଶିକ୍ଷା ମଂତ୍ରୀ, ଗଣଶିକ୍ଷା ସଚିବ ଓ ମୁଖ୍ଯ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା l ଦାବିପତ୍ରରେ ପ୍ରାଥମିକ ଶିକ୍ଷକଙ୍କ ଠିକା ନିଯୁକ୍ତି ପ୍ରଥାର ଉଚ୍ଛେଦ, କେଂଦ୍ରିୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନ୍ ଯୋଜନାକୁ ପୁଣି ଲାଗୁ କରିବା, ଏକ୍ସ କେଡ଼ର ଶିକ୍ଷକଙ୍କୁ କ୍ଯାଡ଼ର ଭୁକ୍ତ କରିବା ଆଦି ଦାବି ରହିଛି l ଆସନ୍ତା ଏଗାର ତାରିଖରେ ଏହି ସବୁ ଦାବି ଜିଲ୍ଲା ସ୍ତରରେ ପ୍ରଦାନ କଲା ପରେ ଅଗଷ୍ଟ ପନ୍ଦର ସୁଦ୍ଧା ଯଦି ପୁରଣ ନହୁଏ ତେବେ ଅଗଷ୍ଟ ଷୋହଲରୁ ସମସ୍ତ ଶିକ୍ଷକ ସାମୁହିକ ଛୁଟିରେ ଯିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ା ଆଜିର ଆନ୍ଦୋଳନକୁ ସିନାପାଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀ, ସଂପାଦକ ବାଲାଜୀ ହରିଜନ, ଜିଲ୍ଲା ଗଣଶିକ୍ଷକ ସଭାପତି ଅରୁଣ କୁମାର ଯୋଷୀ, ସଂପାଦକ ଅଚ୍ଯୁତ ମେହେର, କନିଷ୍ଠ ଶିକ୍ଷକ ସଭାପତି ଜ୍ଞାନରଂଜନ ସୁନାନୀ, ସଂପାଦକ ଦୁର୍ଦାନ୍ତ ମେହେର, ଏୟୁପିଟିଏଫ୍ ର ଜିଲ୍ଲା ସଂଗଠନ ସଂପାଦକ ହୃଦାନନ୍ଦ ମେହେର, କୋଷାଧ୍ଯକ୍ଷ ଭରତ ବାଗ, ବରିଷ୍ଠ ଶିକ୍ଷୟିତ୍ରୀ ସତ୍ଯରୂପା ଯୋଷୀ, ଶିକ୍ଷକ ଖଗେଶ୍ୱର ନିଆଲ, ଭୁତେଶ୍ୱର ନାଏକ ପ୍ରମୁଖ ନେତୃତ୍ୱ ନେବା ସହ ଶିକ୍ଷକଙ୍କ ନାର୍ଯ୍ଯ ଦାବି ନେଇ ଆଲୋକପାତ କରିଥିଲେ । ଆନ୍ଦୋଳନରେ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଏସ କେ ଅନରୁଲ ହକ ଏସ ଆଇ ଭାବେ ଦାୟିତ୍ଵ ଗ୍ରହଣ

Sunil Chandra Nayak

ବ୍ଲକ କର୍ମଚାରୀଙ୍କ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ

Sunil Chandra Nayak

ଆମପାଣି ବୁଢ଼ାରଜା ହାଇସ୍କୁଲ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା, ଯୋଗଦେଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!