ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିୟସୀ ମହିଳା ନନ୍ଦିନୀ ଶତପଥୀଙ୍କର ୧୭ତମ ଶ୍ରାଦ୍ଧ ଦିବସ ପାଳନ

ଢେ଼ଙ୍କାନାଳ (ମ ସୀ ହା)୫/୦୮_ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବହ୍ନି କନ୍ୟା ନନ୍ଦିନୀ ଶତପଥୀଙ୍କର ୧୭ତମ ଶ୍ରାଦ୍ଧଦିବସ ପାଳନ ଅବସରରେ ଶାଖାର ସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳନ ହୋଇ ଯାଇଅଛି। ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲାପାଳ ଡ଼. ହେମଲତା ବଳିଆ ନନ୍ଦିନୀ ଶତପଥୀଙ୍କୁ ଢେଙ୍କାନାଳ ଗର୍ବ ଗୌରବ, ସୁ – ସାହିତ୍ୟିକା ଓ ମହିୟସୀ ମହିଳା ରୂପେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଶ୍ରୀମତୀ ସୌଦାମିନୀ ସାହୁ ଅନ୍ଧ- ମୁକ – ବଧିର ସ୍କୁଲରେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଉପସ୍ଥିତ ସମସ୍ତଙ୍କୁ ଅତିକମ୍ ରେ ଗୋଟିଏ ବୃକ୍ଷ ଲଗାଇ ତାକୁ ବଞ୍ଚାଇବା ପାଇଁ ଶପଥ ପାଠ କରାଇଥିଲେ ।ମହିଳା ଶାଖାର କାର୍ଯ୍ୟକାରୀ ସଭାନେତ୍ରୀ ସ୍ମିତାରାଣୀ ସାମଲ, ଉପ ସଭାପତି ବନଜା ମାନସିଂହ, ସାଜେଦା ପରବିନ୍ଦ, ମମତା ସାହୁ, ଲିପ୍ସା ରାଣୀ ପରିଡ଼ା, ବିନ୍ଦୁକ୍ରିଷ୍ଣା ସାହୁ ଫୋରମ୍ ର ଉପଦେଷ୍ଟା ସି ବି ଆଇ ର ପୂର୍ବତନ ନ୍ୟାୟାଧିଶ ଭିକାରୀ ଚରଣ ରାଉତ, ଉପସଭାପତି ଦୀପକ୍ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଭାରତ କୁମାର ଦାସ, ଶିକ୍ଷାବିତ୍ ଡ଼ ପ୍ରମୋଦ କୁମାର ନାୟକ, ଟାଉନ୍ ଶାଖା ର ମନ୍ନଥ ରାଓ, ନଗେନ କର ଆଦି କାର୍ଯ୍ୟକର୍ତ୍ତା ଭାଗନେଇଥିଲେ । ସ୍କୁଲରେ ସମସ୍ତ ଶିକ୍ଷକ ତଥା ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାବେଳେ ସ୍କୁଲ କମିଟିର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ଵନାଥ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ,  ନୂତନ ରାସନ୍ କାର୍ଡ ବିତରଣ 

masiha

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

Leave a Comment

error: Content is protected !!