ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ପାଳିତ 

ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ପାଳିତ 

ଡ଼ାବୁଗାଁ, ୧୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ତରଫରୁ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ଶନିବାର ପାଳିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ସେପ୍ଟେମ୍ବର ମାସର ୨ ୟ ଶନିବାର ରେ ଉକ୍ତ ଦିବସ ପାଳନ କରାଯାଏ | ପ୍ରଥମେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ପରେ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡ଼ାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଡା. ବଦ୍ରି ପ୍ରାସାଦ ନୟକ ଯୋଗ ଦେଇ ରେଡକ୍ରସ୍ ଓ ପ୍ରାଥମିକ ପ୍ରତିବିଧାନ ଉପରେ ବିଷଦ ଭାବରେ ବୁଝାଇଥିଲେ । ପରେ ଉକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଛାତ୍ର ଛାତ୍ରୀ ମାନଙ୍କୁ ରେଡକ୍ରସ୍ ବିଷୟରେ ବୁଝାଇବା ସହ ରେଡକ୍ରସ ଉପରେ ସ୍ଵରଚିତ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରରେ ରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା ଅଧ୍ୟାପିକା ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ ରେଡ ରିବନ କାଉନସିଲର ପ୍ରତୀକ୍ଷା ପ୍ରିୟଦର୍ଶନୀ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଜିଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ସହ ଡାବୁଗାଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ

Sunil Chandra Nayak

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ବାର୍ଷିକୋତ୍ସବ 

Sunil Chandra Nayak

କେନ୍ଦ୍ରୀୟ ଟିମର ମୟୁରଭଞ୍ଜ ଜିଲ୍ଲା ଗସ୍ତ ଏବଂ କ୍ଷେତ୍ର ପରିଦର୍ଶନ

masiha

Leave a Comment

error: Content is protected !!