ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ପାଳିତ 

ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ପାଳିତ 

ଡ଼ାବୁଗାଁ, ୧୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ତରଫରୁ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ଶନିବାର ପାଳିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ସେପ୍ଟେମ୍ବର ମାସର ୨ ୟ ଶନିବାର ରେ ଉକ୍ତ ଦିବସ ପାଳନ କରାଯାଏ | ପ୍ରଥମେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ପରେ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡ଼ାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଡା. ବଦ୍ରି ପ୍ରାସାଦ ନୟକ ଯୋଗ ଦେଇ ରେଡକ୍ରସ୍ ଓ ପ୍ରାଥମିକ ପ୍ରତିବିଧାନ ଉପରେ ବିଷଦ ଭାବରେ ବୁଝାଇଥିଲେ । ପରେ ଉକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଛାତ୍ର ଛାତ୍ରୀ ମାନଙ୍କୁ ରେଡକ୍ରସ୍ ବିଷୟରେ ବୁଝାଇବା ସହ ରେଡକ୍ରସ ଉପରେ ସ୍ଵରଚିତ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରରେ ରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା ଅଧ୍ୟାପିକା ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ ରେଡ ରିବନ କାଉନସିଲର ପ୍ରତୀକ୍ଷା ପ୍ରିୟଦର୍ଶନୀ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗାଁ କୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର  

masiha

ବିପିୟୁଟି, ଓଡିଶା ରାଉରକେଲାରେ “ଭାରତୀୟ ଜ୍ଞାନ ପ୍ରଣାଳୀ” ଉପରେ ଦୁଇ ଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!