ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତଃ ବିଦ୍ୟାଳୟ ଆବାକସ ଷ୍ଟାର ଚମ୍ପିଆନସିପ୍ ଅନୁଷ୍ଠିତ

ଆନ୍ତଃ ବିଦ୍ୟାଳୟ ଆବାକସ ଷ୍ଟାର ଚମ୍ପିଆନସିପ୍ ଅନୁଷ୍ଠିତ 

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ପ୍ରଥମ ଆନ୍ତ ବିଦ୍ୟାଳୟ ଆବାକସ ଷ୍ଟାର ଚମ୍ପିଆନସିପ୍ ସେକ୍ଟର ୯ ସ୍ଥିତ ବିକାଶ ଇଣ୍ଡିଆ ଗ୍ଲୋବାଲ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ପ୍ରାୟ ୩୬ ଟି ସ୍କୁଲର ୧୦୬ ଜଣ ଛାତ୍ରଛାତ୍ରୀ ଏହି ଚମ୍ପିଆନସିପ ରେ ଅଂଶଗ୍ରହଣ କରିଥିଲେ। ନର୍ସରୀ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ୩ ଟି ବିଭାଗରେ ବିଭକ୍ତ କରାଯାଇ ସେମାନଙ୍କ ମାନସିକ ବିକାଶ,ଗଣିତ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା। ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ମୂଲ୍ୟାଙ୍କନ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର,ମେମୋଣ୍ଟୋ ପଦକ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି କୁଞ୍ଜବିହାରୀ ରାଉତ, ବିକାଶ ସ୍କୁଲର ଅଧ୍ୟକ୍ଷ ବାପୁନ ରାଉତ, ଶିକ୍ଷାବିତ ସୈ।ଦାମିନୀ ସିଂ, ଅନୁଷ୍ଠାନର ମହିଳା ବିଭାଗର ଅଧ୍ୟକ୍ଷା ଗ୍ରେସୀ ଡେଭିଡ, ରାଉରକେଲା ସିଟି ଲେଡିଜ ସର୍କଲ ୧୭୨ ର ମୁଖ୍ୟ ହର୍ଲିନ କୈ।ର, ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ୩୦୭ ର ମୁଖ୍ୟ ଶ୍ରୀ ଆନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଶୃଙ୍ଖଳା, ଆତ୍ମବିଶ୍ଵାସ ଓ ଉପସ୍ଥିତ ବୁଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପବିତ୍ର ପଣ୍ଡା,କୁଶାଗ୍ର ସିଂଦେଓ,ମେଧା ତ୍ରିପାଠୀ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲାବେଳେ ଅନୁଷ୍ଠାନ ତରଫରୁ ସୁଚିତ୍ରା ଦର୍ଜୀ, ଧନଲକ୍ଷ୍ମୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଣ୍ତମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 31 ତମ ବାର୍ଷିକ ଉତ୍ସବ 

masiha

କୋରାପୁଟ ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବନ୍ଧୁଗାଁ ବ୍ଲକ ଗସ୍ତ ୪ ଟି ସ୍ଥାନରେ ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!