ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ

ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ

ସୁନ୍ଦରଗଡ, ୫/୭/୨୦୨୬: ସୁନ୍ଦରଗଡ଼ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଜିଲ୍ଲାପାଳ ସୁନ୍ଦରଗଡ଼ ଡା. ଶୁଭଙ୍କର ମହାପାତ୍ର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏହି ଚିଠା ଭୋଟର ତାଲିକାକୁ ପ୍ରକାଶ କରିଥିଲେ। ଏହା ସହିତ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରରେ ମଧ୍ୟ ଏହି ତାଲିକା ପ୍ରକାଶ କରାଯାଇଛି।

ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରଶଂସା କରିଥିଲେ।ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ୦୫.୦୭.୨୦୨୬ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୪,୬୪,୫୪୭ ଜଣ ଭୋଟରଙ୍କ ମଧ୍ୟରୁ ୧୩,୭୯,୮୫୫ ଜଣ ଭୋଟର ସେମାନଙ୍କର ପରିଗଣନା ଫର୍ମ ଦାଖଲ କରିଛନ୍ତି।

ଚିଠା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ୭ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୩୭ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୧୭ ଜଣ ଅତିରିକ୍ତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ୧୮୪୭ଟି ମତଦାନ କେନ୍ଦ୍ରରେ ନିୟୋଜିତ ୧୮୪୭ ଜଣ ବୁଥ୍ ସ୍ତରୀୟ ଅଧିକାରୀ ସାମିଲ ଥିଲେ। ସେମାନଙ୍କୁ ୩୧୭୮ ଜଣ ସ୍ୱେଚ୍ଛାସେବୀ ସହାୟତା ପ୍ରଦାନ କରିଥିଲେ।

ଏଥିସହ ୬ଟି ରାଜନୈତିକ ଦଳର ଜିଲ୍ଲା ସଭାପତି ଓ କ୍ଷେତ୍ର ପ୍ରତିନିଧିମାନେ ସକ୍ରିୟ ଭାବେ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ଦ୍ୱାରା ପ୍ରାୟ ୩୨୮୮ ଜଣ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ ହୋଇଥିଲେ।

ଜିଲ୍ଲାପାଳ ଆହୁରି କହିଥିଲେ ଯେ, ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅବଧି ମଧ୍ୟରେ ଯେକୌଣସି ଭୋଟର କିମ୍ବା ରାଜନୈତିକ ଦଳ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବା କିମ୍ବା ଅଯୋଗ୍ୟ ନାମ ବାଦ ଦେବା ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ।

ଏହି ଅବସରରେ ରାଜନୈତିକ ଦଳଗୁଡ଼ିକ ସହିତ ଏକ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଇଆରଓ, ଏଇଆରଓ, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।

  ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ , ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଉପଜିଲ୍ଲାପାଳ ସଦର ତେଜସ୍ଵୀନି ବେହେରା , ଅତିରିକ୍ତ ଉପଜିଲ୍ଲାପାଳ ଚାନ୍ଦିନୀ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଭେଷଜ ରଥ, ବିଜୁ ଜନତା ଦଳର ଜୟ ନାରାୟଣ ତ୍ରିପାଠୀ ଓ ସଞ୍ଜୟ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସର ଅଜିତ ପ୍ରସାଦ ଓ ପାର୍ଶୁ ସରାଫ ଏବଂ ଆମ ଆଦମୀ ପାର୍ଟିର ରାଧାରମଣ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ଏହା ବ୍ୟତୀତ, ରାଉରକେଲାସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାଉରକେଲା ମହାନଗର ନିଗମ ର ଯୁଗ୍ମ କମିଶନର ଶ୍ରୀମତୀ ପଲ୍ଲବୀ ନାୟକ ଅଧ୍ୟକ୍ଷତା କରିଥିଲେ। ରାଉରକେଲା ମହାନଗର ନିଗମ ର ଉପା ଯୁକ୍ତ ଅନିତା ନାୟକ, ତହସିଲଦାର ସଲମା ମାଝୀ , ସହାୟକ ଜିଲ୍ଲାପାଳ ହରେକୃଷ୍ଣ ସାହୁ , ଡେପୁଟି କଲେକ୍ଟର ପ୍ରା ରବ୍ଧ। ବଡ଼ପଣ୍ଡା , ଭାରତୀୟ ଜନତା ପାର୍ଟିର ଅକ୍ଷୟ କୁମାର ଦାସ ଓ ଅଜୟ କୁମାର କଂସା ରି , ବିଜୁ ଜନତା ଦଳର ରମାକାନ୍ତ ରଥ, ଏବଂ ଆମ ଆଦମୀ ପାର୍ଟିର ଏଫ ଖାନ୍ ଓ ଆକାଶ କୁମାର ନାୟକ, ବି ଏସ ପି ରଞ୍ଜନ କୁମାର ତନ୍ତୀ, ସି ପି ଆଇ ଏମ୍ ଶ୍ରୀମନ୍ତ ବେହେରା ଓ ରାଜ କିଶୋର ପ୍ରଧାନ, ଭାରତୀୟ ଜାତୀୟ କଂଗ୍ରେସର ସୁଭାଷ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୃଷକ ମେଳା 

masiha

ଡାବୁଗାଁ ଏବିଡିଓ ଙ୍କ ସୁପୁତ୍ରି ଅର୍ପିତା ତ୍ରିପାଠୀ ଜିଲ୍ଲାରେ ଦ୍ବିତୀୟ:ଡାବୁଗାଁ ବ୍ଳକ ପାଇଁ ଗୌରବ

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!