ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଗୁରୁଜୀ ଓ ଗୁରୁମାତା ମାନଙ୍କୁ ନେଇ ନୂଆଁଖାଇ ଭେଟଘାଟ ସଭା ଓ ଏକ ଦିନିଆ ତାଲିମ ଶିବିର ଆୟୋଜିତ
ଜୁନାଗଡ଼ (ମ ନି ସ):-ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ବାଙ୍ଗାଲୋର ଆର୍ଟ ଅଫ ଲିଭିଂ ରୁ ବୈଦିକ ବେଦ ବିଜ୍ଞାନ ବିଦ୍ୟାପୀଠ ଦ୍ୱାରା ପରିଚାଳିତ ଓଡିଶାର ବିଭିନ୍ନ ଏସଏସଜିଏମ ଗୁଡ଼ିକ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଲିମସେର, ଧର୍ମଗଡ଼ ବ୍ଲକର ତମ୍ବାଛଡ଼ା, ତାରାପୁର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରର ଗୁରୁଜୀ ଓ ଗୁରୁମାତାମାନଙ୍କୁ ନେଇ କଳାହାଣ୍ଡି ଜିଲ୍ଲାର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ସଂଯୋଜକ ତଥା ପରିଚାଳକ ଶ୍ରୀ ଯୁକ୍ତ ଜୀବନ ଜ୍ୟୋତି ନେଗିଙ୍କ ଆହ୍ବାନକ୍ରମେ ତମ୍ବାଛଡା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରଠାରେ ନୂଆଁଖାଇ ଭେଟଘାଟ ସଭା ତଥା ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନୋଟି ଏସଏସଜିଏମ ବିଦ୍ୟାଳୟର ସମସ୍ୟା ତଥା ଶିକ୍ଷକଙ୍କ ଶିକ୍ଷାଦାନ ଅନୁଭୁତି ମୂଳକ ଶିକ୍ଷାର ତୃଟି ସଂଶୋଧନ ସକାଶେ ତାଲିମ ଦିଆଯାଇଛି। ଏଥିରେ ତମ୍ବାଛଡ଼ାର ପବିତ୍ର ସୁନାନି ଓ ତାରାପୁରର ଚୈତନ୍ୟ ଶବର ଗୁରୁଜୀଦ୍ବୟ ଏକ ଏକ ଡେମୋ କ୍ଲାସ ପ୍ରଦାନ କରିଥିବା ଦୃଶ୍ୟ ପ୍ରତିଫଳିତ ହୋଇ ଥିବାବେଳେ ସେଥିରୁ ଶିକ୍ଷାର୍ଥି କେନ୍ଦ୍ରିକ ଶିକ୍ଷାଦାନ ଉପରେ ଶ୍ରୀ ଯୁକ୍ତ ନେଗୀ ମହାଶୟ ଗୁରୁତ୍ୱ ଦେଇ ଶିକ୍ଷା ପ୍ରଦାନ କରିଥିଲେ। ପୁଣି ଗୁରୁଜୀ ଓ ଗୁରୁମାତାମାନେ କିପରି ଛାତ୍ର ଛାତ୍ରୀଙ୍କୁ ବୌଦ୍ଧିକ, ଶାରୀରିକ, ନୈତିକ, ଆଧ୍ୟାତ୍ମିକ ବିକାଶ ହୋଇ ପାରିବ ତାହା ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଶିକ୍ଷଣ ଦେଇଥିଲେ। ସର୍ବ ପ୍ରଥମେ ଶ୍ରୀ ଯୁକ୍ତ ନେଗି ମହାଶୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀ ତଥା ବିଦ୍ୟାଦାତ୍ରୀ ମାତା ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପଦୀପ ପ୍ରଜ୍ବଳନ କରି ନଡ଼ିଆ ଭଗ୍ନ କରାଯାଇ ଗୁରୁପୂଜା କରାଯାଇଥିଲା। ତମ୍ବାଛଡାର ବରିଷ୍ଠ ସହଯୋଗୀ ଗୁରୁଜୀ ସଞ୍ଜୟ ସେନାପତି, ବବୃବାହାନ ସେନାପତି, ମାୟାଧର ବଗର୍ତ୍ତୀ, ମହେଶ୍ୱର ହଂସ, ଗୁରୁମା ନିଲେନ୍ଦ୍ରି ନାଏକ ତରଙ୍ଗ ମାଝି, ବଣ୍ଟି ପଟେଲ, ଟୁନି ପଟେଲ, ପ୍ରଫୁଲ୍ଲ ମାଝି ଗୁରୁଜୀ ଓ ଗୁରୁମାତାମାନେ ବୈଦିକ ରୀତି ନୀତି ପରମ୍ପରା ଅନୁସାରେ ଶ୍ରୀ ଯୁକ୍ତ ନେଗୀ ମହାଶୟଙ୍କୁ ବନ୍ଦାପନା କରିବା ସହିତ ଆସିଥିବା ଗୁରୁଜୀ ଓ ଗୁରୁମାତା ମାନଙ୍କୁ ଅତିଥି ସଂସ୍କାର କରିଥିଲେ। ତମ୍ବାଛଡାର ପ୍ରଧାନ ଗୁରୁଜୀ ନିରାକାର ବାଗ ସଭା ଓ ତାଲିମ କାର୍ଯ୍ୟର ସ୍ବାଗତ ସମ୍ବର୍ଦ୍ଧନା ଦେଇ ଶୁଭାରମ୍ଭ କରିଥିଲେ। ପୁଣି ଶ୍ରୀ ଯୁକ୍ତ ନେଗି ମହାଶୟ ଶିକ୍ଷଣ କାର୍ଯ୍ୟ ଉପାଦାନ ଗୁଡ଼ିକ ହେଲା ଉଦ୍ଦେଶ୍ୟ, ଆଗ୍ରହ, ଆହ୍ବାନ, ମାଧ୍ୟମ, ଶିକ୍ଷଣ ଉପକରଣ, ବ୍ୟକ୍ତିଗତ କାର୍ଯ୍ୟ, ଦଳଗତ କାର୍ଯ୍ୟ,ସକ୍ରିୟ ଅଂଶ ଗ୍ରହଣ, ମୂଲ୍ୟାଙ୍କନ ଆଦି ପ୍ରାଧାନ୍ୟ ଦେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଲିମସେର ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ, ତାରାପୁର ପ୍ରଧାନ ଗୁରୁଜୀ ଚନ୍ଦ୍ରମଣି ଶବର, ଲିମସେରର ବରିଷ୍ଠ ସହଯୋଗୀ ଗୁରୁଜୀ ମଣ୍ଟୁ ଛତ୍ରିଆ, ଜଗଜ୍ଜୀବନ ସା, କୃଷ୍ଣ ମଶ୍ରା, ତାରାପୁରର ବରିଷ୍ଠ ସହଯୋଗୀ ଗୁରୁଜୀ କୃଷ୍ଣ ଚନ୍ଦ୍ର ଶବର, ଚୈତନ୍ୟ ଶବର, ଉପେନ୍ଦ୍ର ନାଏକ, ଯୁଗେନ୍ଦ୍ର ଧଙ୍ଗଡାମାଝି ଭୂପେନ୍ଦ୍ର ଧଙ୍ଗଡାମାଝି , ଗୁରୁମାତା ରିତାଞ୍ଜଳି ମିଶ୍ର ତଥା ଅନ୍ୟାନ୍ୟ ନୂତନ ଗୁରୁଜୀ ଓ ଗୁରୁମାତାମାନେ ତାଲିମ ପ୍ରଶିକ୍ଷଣ ନେଇଥିଲେ।
ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ

