ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଆର ଏସ ପିରେ ଥିବା କେଣ୍ଟିନ ପରିଦର୍ଶନ କ୍ୟାଣ୍ଟିନ ଗୁଡିକରେ କୁଢ଼ କୁଢ଼ ନିଶାଦ୍ରଵ୍ୟ ଦେଖି ବିଧାୟକଙ୍କ ଅସନ୍ତୋଷ ପ୍ରକାଶ

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଆର ଏସ ପିରେ ଥିବା କେଣ୍ଟିନ ପରିଦର୍ଶନ

କ୍ୟାଣ୍ଟିନ ଗୁଡିକରେ କୁଢ଼ କୁଢ଼ ନିଶାଦ୍ରଵ୍ୟ ଦେଖି ବିଧାୟକଙ୍କ ଅସନ୍ତୋଷ ପ୍ରକାଶ

ରାଉରକେଲା : ରଘୁନାଥପଲ୍ଲୀ ବିଧାୟକ ତଥା ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଫର ଷ୍ଟିଲ ଏଣ୍ଡ ମାଇନ୍ସ ର ସଦସ୍ୟ ଏବଂ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ଇସ୍ପାତ କାରଖାନା ପରିଷର ଭିତରେ ଥିବା କ୍ୟାଣ୍ଟିନ ଗୁଡିକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ବିଧାୟକଙ୍କ ସହିତ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗର ଫୁଡ଼ ଇନ୍ସପେକ୍ଟର ଏବଂ ଜର୍ମାନୀର ମଧ୍ୟ ସାମିଲ ଥିଲେ । ପରିଦର୍ଶନରେ ଯାଇଥିବା ଏହି ଦଳ ପ୍ରଥମେ ଏସ ଏମ ଏସ-୨,ଏସ ପି-୧,କୋକ ଓଭେନ ଆଦି ଅଞ୍ଚଳରେ ଥିବା ଏକାଧିକ ଘରୋଇ କ୍ୟାଣ୍ଟିନକୁ ଯାଇଥିଲେ । ପରିଦର୍ଶନ ସମୟରେ କ୍ୟାଣ୍ଟିନ ଗୁଡିକର ଆଭ୍ୟନ୍ତରୀଣ ପରିବେଶ ସମେତ ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରର ସ୍ଵଛତା ଅତି ଦୟନୀୟ ଅବସ୍ଥାରେ ଥିବା ଦେଖି ବିଧାୟକ ଶ୍ରୀ ତନ୍ତୀ ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ କେତେକ କ୍ୟାଣ୍ଟିନ ଗୁଡିକରେ ରନ୍ଧା ଖାଦ୍ୟ ରଖୁଥିବା ସ୍ଥାନକୁ ଦେଖି ବିଧାୟକ ଏବଂ ସାଙ୍ଗରେ ଯାଇଥିବା ରାଜ୍ୟ ସରକାରଙ୍କ ଫୁଡ଼ ଇନ୍ସପେକ୍ଟର ପ୍ରମୁଖ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହିତ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଠିକ ନୁହେଁ ବୋଲି କହି କ୍ୟାଣ୍ଟିନର ମାଲିକଙ୍କୁ ତାଗିଦ କରିବା ସହିତ ପରିଦର୍ଶନ ଜାରି ଦଳରେ ସାମିଲ ଥିବା ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କୁ ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ଆବଶ୍ୟକ ପଦକ୍ଷେପ ନେବାପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ବଡ଼ ଆଶ୍ଚର୍ଯ୍ୟର ବିଷୟ କି ଯେ ରାଜ୍ୟରେ ଗୁଟକା,ସିଗାରେଟ ଏବଂ ଖଇନି ଆଦି ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗିଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ପରିଷରରେ ଥିବା ଏହି ସମସ୍ତ କ୍ୟାଣ୍ଟିନ ଭିତରୁ କୁଢ଼ କୁଢ଼ ଗୁଟକା, ସିଗାରେଟ ଏବଂ ଖଇନି ଆଦି ମିଳିଥିଲା। କାରଖାନା ଭିତରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଏଭଳି ନିଶା ଦ୍ରବ୍ୟ ଯୋଗାଇଦେବା ଘଟଣା ଦେଖି ବିଧାୟକ ଶ୍ରୀତନ୍ତୀ ବିରକ୍ତି ପ୍ରକାଶ କରି ମିଳିଥିବା ସମସ୍ତ ନିଶାଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ଉପସ୍ଥିତ ଆର ଏସ ପି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଏପରି ବେଆଇନ କାର୍ଯ୍ୟ ଜରିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ପ୍ରାୟ ସମସ୍ତ କ୍ୟାଣ୍ଟିନରେ ଯୋଗାଇଦିଆଯାଉଥିବା ପାନୀୟ ଜଳର ମାନ ଲୋକମାନଙ୍କ ପାଇଁ ଉପଯୁକ୍ତ ନଥିବା ମଧ୍ୟ ପରିଲକ୍ଷିତ ହୋଇଥିଲା । କ୍ୟାଣ୍ଟିନ ଗୁଡିକରେ ଥିବା ଅବ୍ୟବସ୍ଥା ଗୁଡିକୁ ଗମ୍ଭୀରତାର ସହ ବିଚାରକୁ ନେଇ ଯେହେତୁ ଏହା କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବନ ସହ ଜଡିତ ତେଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ପରିଲକ୍ଷିତ ହୋଇଥିବା ତ୍ରୁଟିସବୁକୁ ସୁଧାରୀ କ୍ୟାଣ୍ଟିନ ଅଞ୍ଚକର ପରିବେଶକୁ ଆସନ୍ତା ପରିଦର୍ଶନ ପୂର୍ବରୁ ସୁବ୍ୟବସ୍ଥିତ କରିବା ପାଇଁ ବିଧାୟକ ଉପସ୍ଥିତ ଥିବା କାରଖାନାର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଭଣ୍ଡନ ଆଶ୍ରମ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର

Sunil Chandra Nayak

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ , ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ନିତୀ ପ୍ରଣୟନ ଆବଶ୍ୟକ 

masiha

Leave a Comment

error: Content is protected !!