ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ସେବା ସପ୍ତାହ ପାଳନ 

ରାୟଗଡ଼ା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ସେବା ସପ୍ତାହ ପାଳନ 

ରାୟଗଡ଼ା : ତା : ୨୫/୧୧/୨୪ // ରାୟଗଡା ନଗର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ ହେଇଯାଇଛି। ସୂଚନା ଅନୁସାରେ ଏହି ସେବା ସପ୍ତାହ ୭ ଦିନ ଧରି ରାୟଗଡ଼ା ନଗର ରେ ଚାଲୁ ରହିବ। ସେବା ହିଁ ପରମ ଧର୍ମ ବାର୍ତ୍ତା ନେଇ ସମାଜ ରେ ପ୍ରତ୍ୟକ ବ୍ୟକ୍ତି ଙ୍କ ମନରେ ସେବା ଭାବନା ଜାତ କରିବା ଉଦେଶ୍ୟ ରେ ଏହି ସେବା ସପ୍ତାହ ପାଳନ କରଯାଉଥିବା ନଗର କାର୍ଯ୍ୟବାହ ବିଦ୍ୟା ଭୂଷଣ ପଣ୍ଡା ସୂଚନା ଦେଇଛନ୍ତି। ତେବେ ସେବା ସପ୍ତାହ ପାଳନ ଅବସରରେ ୨୫ ତାରିଖ ରେ ନଗର ର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଏବଂ ଚତୁର୍ପାଶ୍ୱ କୁ ସଫା ସୁତରା କରି ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ତେବେ ଏହି ୭ ଦିନ ଧରି ହେବାକୁ ଥିବା ସେବା ସପ୍ତାହ ରେ ସ୍ୱଛତା, ରୋଗୀ ଙ୍କୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ, ବୃକ୍ଷ ରୋପଣ, ପ୍ରକୃତି ବନ୍ଦନ, ମାଗଣା ରକ୍ତ ପରୀକ୍ଷଣ ଓ ଚିହ୍ନଟ, ମାଗଣା ସ୍ଵାସ୍ତ୍ୟ ଶିବିର ଭଳି ଅନେକ ସେବା କାର୍ଯ୍ୟକ୍ରମ କରାଯିବ। ତେବେ ଆଜି ର ଉଦଘାଟନୀ କାର୍ଯ୍ୟକ୍ରମ ରେ ଶ୍ୟାମ କୁମାର ଦାଶ, ପ୍ରମୋଦ ମହାନ୍ତି, ଯୋଗେଶ୍ୱର ଦାସ, ଗଣେଶ କୁମାର ସାହୁ, ଆନନ୍ଦ ରାଉଳ, ଦୁର୍ଗା ମାଧବ ଘୋଷ, ପ୍ରଶାନ୍ତ କୁମାର ଦାସ, ଅଜୟ ବିଶ୍ଵସର୍ମା, ସିକନ୍ଦର ମେଲକା, ଶ୍ରୀନିବାସ ସାହୁ, ଗଣେଶ ବେହେରା,ଏମ ବିଦ୍ୟା ସାଗର, ଶଶୀ ଭୂଷଣ ହୋତା, ମାଲେଶ୍ୱର ରାଓ, ସୋମନାଥ ପାଣିଗ୍ରାହୀ, ରାଜେଶ କୁମାର ପାଣିଗ୍ରାହୀ,ମନୋଜ କୁମାର ଗୌଡ଼ଙ୍କ ସହ ପ୍ରମୁଖ ସ୍ୱୟଂ ସେବକ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଉରକେଲାରେ ଶେୟାର୍ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

Sunil Chandra Nayak

Leave a Comment

error: Content is protected !!