ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସିନେ ଜଗତର ସଫଳ ଅଭିନେତା ମାନଙ୍କ ପାଇଁ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ 

ସିନେ ଜଗତର ସଫଳ ଅଭିନେତା ମାନଙ୍କ ପାଇଁ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ 

ନବରଙ୍ଗପୁର:(୨୪|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ଭ ଗୌରବ କଥା କଳା ଓ ସଂସ୍କୃତିର ଗନ୍ତାଘର ଆମ ନବରଙ୍ଗପୁର। ଓଲିଉଡ କୁ ନବରଙ୍ଗପୁର ଜିଲ୍ଲା ଶ୍ରୀରାମ ପଣ୍ଡା, ମୁନ୍ନା ଖାଁ, ଭିକ ଭଞ୍ଜ, ଶୁଭାଶିଷ ଦାଶ, ନିହାର ସାମଲ , ନବ କିଶୋର ପଣ୍ଡା, ସୁରେଶ ମହାନ୍ତି, ଆତ୍ମା ନନ୍ଦ, ଭଳି ଅନେକ ସଫଳ ଅଭିନେତା ହୋଇ ଓଡିଶା ସିନେ ଜଗତ କୁ ଗୌରବାନ୍ଵିତ କରିଥିବା ବେଳେ ଏହି କ୍ଷେତ୍ରରେ ଯୋଡି ହୋଇଯାଇଛି ଆଉ ଏକ ନାମ । ନବରଙ୍ଗପୁର ସହରର ଏକ ଉଦୀୟମାନ ଯୁବକ ଭିସାନ୍ତ ଭିସ (Visant Vis) ପ୍ରଥମ ଥର ପାଇଁ ସେ ବଡ ପରଦାରେ ଅଭିନୟ କରିଛନ୍ତି।ଆସନ୍ତାକାଲି ମୁକ୍ତିଲାଭ କରିବାକୁଥିବା ଓଡ଼ିଆ ଚଳଚ୍ଚିତ୍ର “ତୁମୋକମଜରୀ” । ଚଳଚ୍ଚିତ୍ର ରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ସେ କହିଛନ୍ତି। ନବରଙ୍ଗପୁର ଭଳି ଏକ ଜିଲ୍ଲା ରୁ ବଡ ପରଦା ରେ ଅଭିନୟ କରିଥିବା ନିଶ୍ଚିତ ଭାବରେ ଏକ ଗୈାରବ ର ବିଷୟ। ବିନା କୌଣସି ପୂର୍ବ ଅଭିନୟ ଟ୍ରେନିଂ ବିନା କୌଣସି ମଞ୍ଚ ଅଭିନୟ ରେ ଆଜି ଓଡିଶା ସିନେ ଜଗତ ର ବଡ଼ ପରଦା ରେ ପାଦ ଦେଇ ଅଭିନୟ କରିଛନ୍ତି । ନବରଙ୍ଗପୁର ସହର ନୂଆବନ୍ଧ ସାହି ରେ ତାଙ୍କ ଘର ରହିଥିବା ବେଳେ ତାଙ୍କ ବାପା ଏମ ବାସୁ ଓ ମା ଙ୍କ ଏମ ଜ୍ୟୋତି ଙ୍କ ପ୍ରଥମ ସନ୍ତାନ ଅଟନ୍ତି । ପୂର୍ବରୁ ସେ ସ ସିନେ ପ୍ରଡକ୍ସନ ସଂସ୍ଥା ର କ୍ରିୟୁ ମେମ୍ବର ଭାବେ କାର୍ଯ୍ୟ କରୁଥିବା ବେଳେ ବଲିଉଡ ଓ ଓଲିଉଡ ର ଆଗଧାଡ଼ି ର ଅଭିନେତା ଓ ଅଭିନେତ୍ରୀ ଙ୍କୁ ମିଶିବା ର ସୁଯୋଗ ମିଳିଥିଲା । ଯାହା ତାଙ୍କୁ ଅଭିନୟ ରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲା । ସୁପ୍ରିମ ଇଣ୍ଟରଟେଇନମେଣ୍ଟ ପ୍ରଡକ୍ସନ ସଂସ୍ଥା ଙ୍କୁ ଅଭିନୟ ପାଇଁ ସୁଯୋଗ ଦେଇଥିଲା । ତାଙ୍କ ଅଭିନିତ ଏହା ପ୍ରଥମ ଚଳଚିତ୍ର ହୋଇଥିବା ବେଳେ ନବରଙ୍ଗପୁର ସହର ରେ ଖୁସିର ଲହରୀ ଖେଳି ଯାଇଛି ।ତାଙ୍କରି ଅଭିନିତ ଏହି ଚଳଚ୍ଚିତ୍ର ର ସଫଳତା ପାଇଁ ସେ ସମସ୍ତ ଜିଲ୍ଳାବାସୀ ଙ୍କ ଆଶୀର୍ବାଦ କାମନା କରିଛନ୍ତି। ନବରଙ୍ଗପୁର ସହର ରେ ଥିବା ଗ୍ଲେଜ (GLAZE)ସିନେମା ହଲ୍ ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି । ( ମ ନି ସ ) 

Related posts

ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ

masiha

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ ରେ ତିମିର ତୀର୍ଥରେ ଏକ ରାତ୍ରି ମଞ୍ଚସ୍ଥ 

masiha

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

Leave a Comment

error: Content is protected !!