ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ ସି ସି ଦିବସ ପାଳନ 

ଏନ ସି ସି ଦିବସ ପାଳନ 

ନବରଙ୍ଗପୁର:(୨୪/୧୧/୨୪)(ରବି ନାରାୟଣ ମହାନ୍ତି) ଧରାକୋଟ ବ୍ଲକର ଜାହାଡା ଉଚ୍ଚ ବିଦ୍ୟାଳୟ ରେ ଏନ ସି ସି ଦିବସ ପ୍ରଧାନ ଶିକ୍ଷକ ସତ୍ୟବାନ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏଥିରେ ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ପୂର୍ବତନ ଅଧିକାରୀ ତଥା ବର୍ତ୍ତମାନ ଆସିକା ଏସ ବି ଆଇ ରେ କାର୍ଯ୍ୟରତ ଅଲେଖ ବେହେରା ଯୋଗଦେଇ ଏନ ସି ସି ର ଲକ୍ଷ୍ୟ,ଆଭିମୁଖ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳିତ ଚରିତ୍ର ଗଠନ ରେ ଭୂମିକା ସମ୍ପର୍କରେ ବୁଝାଇଥିଲେ । ବରିଷ୍ଠ ଶିକ୍ଷକ ପାଣ୍ଡବ ସ୍ୱାଇଁ ଏହାର ପରିଚାଳନା କରିଥିବା ବେଳେ ଏନ ସି ସି ଶିକ୍ଷକ ସଂଗ୍ରାମ କେଶରୀ ସ୍ୱାଇଁ ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସର ଓ ଆଖ ପାଖ ରେ ସଫେଇ କାର୍ଯ୍ୟକ୍ରମ କରି ଏହି ଦିବସକୁ ପାଳନ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

( ମ ନି ସ ) ।

Related posts

କାଙ୍କେରି ମଣ୍ଡି ରେ ଆରମ୍ଭ ରୁ ଅବ୍ୟବସ୍ଥା,ପଡ଼ି ରହିଛି ହଜାର ହଜାର ବସ୍ତା ଧାନ 

ଭିନ୍ନକ୍ଷମ ଓ ବୟୋଜ୍ୟେଷ୍ଠଙ୍କୁ ଶ୍ରବଣ ଯନ୍ତ୍ର ଉପକରଣ ବିତରଣ 

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ 

Leave a Comment

error: Content is protected !!