ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଉଦଘାଟନ

ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଉଦଘାଟନ

ବସ୍ତା,02/07 :ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ବଡଖୁଡି ଛକଠାରେ ସିଦୋ କାହ୍ନୁ ଯୁବକ ସଂଘ ଆନୁକୂଲ୍ଯରେ ଗ୍ରାମର ଦୁଇ ସହିଦ ସ୍ବାଧୀନତା ସଂଗ୍ରାମୀ ସିଦୋ ମୂର୍ମୁ ଓ କାହ୍ନୁ ମୂର୍ମୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଓ ଉଦଘାଟନୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଅଛି।

ସଂଘର ସଭାପତି ବୈଦ୍ୟନାଥ ମୁର୍ମୁଙ୍କ ସଭାପତିତ୍ବ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକ ହାଡିବନ୍ଧୁ କିସ୍କୁ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ।ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଦେଶକୁ ବ୍ରିଟିଶ୍ ମାନଙ୍କ କବଳରୁ ମୁକ୍ତ କରିବା ପାଇଁ ନିଜର ସଂଗ୍ରାମ ଜାରି ରଖି ସହିଦ୍ ହୋଇଥୁବା ବହୁ ସଂଗ୍ରାମୀ ମାନଙ୍କ ମଧ୍ୟରେ ସହିଦ୍ ବୀର ସିଦୋ ମୁର୍ମୁ ଓ କାହ୍ନୁ ମୁର୍ମୂ ଅନ୍ୟତମ ଅଟନ୍ତି। ବ୍ରିଟିଶ୍ ମାନଙ୍କ ନିର୍ଯାତନାରେ ଅତିଷ୍ଟ ହୋଇ ଆଦିମ ଆଦିବାସୀ (ସାନ୍ତାଳ) ମାନେ ସେମାନଙ୍କ ଜଳ, ଜମି, ଜଙ୍ଗଲ ଯାହାକି ସେମାନଙ୍କର ମୌଳିକ ଅଧିକାର ସେମାନଙ୍କ ଠାରୁ ଇଂରେଜମାନେ ଛଡାଇ ନେଇଥିଲେ । ଏହା ବିରୁଦ୍ଧରେ ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୫୫ ମସିହା ଜୁନ ୩୦ ତାରିଖରେ ପ୍ରାୟ ୪୦ ହଜାର ସାନ୍ତାଳୀ ବିଦ୍ରୋହୀ ମାନଙ୍କୁ ଏକତ୍ରିତ କରି ବ୍ରିଟିଶ୍ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ଏବଂ ଏହି ବିପ୍ଳବରେ ଏହି ଦୁଇ ଭାଇଙ୍କୁ ବ୍ରିଟିଶ୍ ସରକାର ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ।ଏଣୁ ଏହି ଦୁଇ ମହାନ ମହାନାୟକଙ୍କୁ ଚିରୋ ସ୍ମରଣୀୟ ରଖିବା ପାଇଁ ଗ୍ରାମବାସୀଙ୍କର ଏଭଳି ମହତ୍ ପ୍ରଚେଷ୍ଟାକୁ ଶ୍ରୀମତୀ ଜେନା ଖୁବ୍ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମରେ ପୋଡ଼ଶୀ ମୟୂରଭଂଜ,ଝାଡଖଣ୍ତ ଭଦ୍ରଖ ଆଦି ଜିଲାରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ସାନ୍ତାଳୀ ସଂମ୍ପ୍ରଦାୟର ପୁରୁଷ ମହିଳା ଯୋଗ ଦେଇଥିଲେ। କାର୍ତ୍ତିକ ମାରାଣ୍ଡି, ବୁଦ୍ଧିରାମ ମୁର୍ମୁ, ଶିବ ମାରାଣ୍ଡି, ଲକ୍ଷ୍ମଣ ମାରାଣ୍ଡି, ବୁଧୀରାମ ମାରାଣ୍ଡି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ସଂପାଦକ ଗୋପାଳ ମାଝୀ ଧନ୍ୟବାଦ ଦେଇଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆରବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଯୁଗ୍ମରେ ଦୁଇ ଜଣ ଦ୍ୱିତୀୟ

masiha

Leave a Comment

error: Content is protected !!