ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକା କାମ କୁ ନେଇ ପ୍ରକଳ୍ପ ପ୍ରଶାସନ ର ବ୍ୟବସାୟ । ଆୱାର୍ଡ କାମ ନାମ ରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ । ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ ବଣ୍ଟନ ପାଇଁ ଦାବି

ତେନ୍ତୁଳିଖୁଣ୍ଟି ୨୩/୦୮/୨୩ // ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଡ୍ୟାମ ସର୍କଲ ରେ ଠିକା କାର୍ଯ୍ୟ କୁ ହାତାହାତି ବଣ୍ଟନ କରି କିଛି ଅସାଧୁ କର୍ମଚାରୀ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେକ ସରକାରୀ କାର୍ଯ୍ୟ କୁ ଟେଣ୍ଡର ମାଧ୍ୟମ ରେ କରାଯିବା ନେଇ ବିଧିବଦ୍ଧ ବ୍ୟବସ୍ଥା ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସତୁରି ହଜାର ପଚାଶ ହଜାର ଟଙ୍କା କାମ କୁ ଟେଣ୍ଡର ମାଧ୍ୟମରେ ହିଁ କରାଯାଉଛି। ଇନ୍ଦ୍ରାବତୀ ଡ୍ୟାମ ସର୍କଲ ରେ ସରକାରୀ ନିୟମ କୁ ଆଖି ବୁଜି ଦେଇ ସରକାର ଙ୍କ ଆଖି ଆଢୁଆଳ ରେ ଆୱାର୍ଡ ନାମ ରେ ଭାଗଭାଗ କରି ବ୍ୟବସାୟ କରାଯାଉଥିବା ଅଭିଯୋଗ ହେଉଛି । ଏହା ପୂର୍ବରୁ 2022-23 ଆର୍ଥିକ ବର୍ଷରେ ଆୱାର୍ଡ ନାମରେ 49 ଟି କାର୍ଯ୍ୟ ହୋଇଥିବା ଜଣା ପଡ଼ିଛି। ସବୁ କାମ ଏଭଳି ରାତି ଅଧିଆ ହେଲାଯେ ବିଲ ହେଲାବେଳେ ଲୋକେ ଜାଣିଲେ ଇତିମଧ୍ୟରେ ଦୁଇ କୋଟି ପଚାଶ ଲକ୍ଷ ଟଂକାର ବିଲ ହୋଇଗଲା। ଏହି ପ୍ରକଳ୍ପ ରେ ଯେଉଁଠି ନିଜ ଅଧୀନରେ ଥିବା ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ଦୈନିକ ପରିଚାଳନା ପାଇଁ ଟଙ୍କା ଟିଏ ଦେବାକୁ ଅଧିକାରୀ ଅକ୍ଷମତା ପ୍ରକାଶ କରୁଛନ୍ତି ସେଠାରେ ଆୱାର୍ଡ ନାମରେ ଗାର୍ଡ ୱା ଲ ଡ୍ରେନ ହେଉଛି କିନ୍ତୁ ଡ୍ୟାମ ଯିବାକୁ ରାସ୍ତା ହୋଇପାରିନି। ବର୍ତ୍ତମାନ ପୁଣି ପଚାସ ରୁ ଅଧିକ କାର୍ଯ୍ୟ ଏଷ୍ଟିମେଟ ହୋଇଛି ଯାହାକି ପ୍ରତି କାର୍ଯ୍ୟ କୁ ୪ ଲକ୍ଷ ଅନେଶ୍ଵତ ହଜାର ନ ଶହ ଅନେଶ୍ଵତ ହଜାର ଟଙ୍କା ରେ ସୀମିତ ରଖି କରାଯାଇଛି । ସବୁ ଭାଗ ଭାଗ କରି ନିଜକୁ ସୁହାଉଥିବା ଠିକାଦାର ଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି । ପ୍ରତି କାର୍ଯ୍ୟ ପିଛା ଇନିସିଆଲ ପ୍ରୋସେସିଂ ଅବା ଅଫିସ ଖର୍ଚ୍ଚ ନାମରେ ପ୍ରାୟ ୭୦୦୦୦ ଟଙ୍କା ଆଗୁଆ ମଗାଯାଉଥିବା ନେଇ ମଧ୍ୟ ଠିକାଦାର ଙ୍କ ମଧ୍ୟରେ ମୃଦୁ ଗୁଞ୍ଜନ ହେଉଛି । ଏଥିରେ ସତ୍ୟତା ଥିଲେ କାର୍ଯ୍ୟ ର ମାନ ହ୍ରାସ ହେବା ସହ କାର୍ଯ୍ୟ ରେ ସ୍ୱଛତା ନରହିବା ନେଇ ବୁଦ୍ଧିଜୀବୀ ମହଲ ମତ ପ୍ରକାଶ ପାଉଛି । ଦୀର୍ଘ ଦିନ ଧରି ଇନ୍ଦ୍ରାବତୀ ପାରିପାଶ୍ଵିକ ଦିଗରେ ଆଖି ବୁଜିଦେଇଥିବା ପ୍ରକଳ୍ପ ପ୍ରଶାସନ ବିଳମ୍ବରେ ହେଲେ ମଧ୍ୟ ଜଳ ସମ୍ପଦ ବିଭାଗ କୁ ହସ୍ତାନ୍ତର ପରେ ସ୍ଥିତି ରେ ସୁଧାର ଆସିବା ନେଇ ଆଶା ରଖି ଥିଲେ ଇନ୍ଦ୍ରାବତୀ ବାସୀ । ଉଭୟ ଜଳସେଚନ ଓ ଶକ୍ତି ବିଭାଗ ପଚାଶ -ପଚାଶ ହାରରେ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବାକୁ ଥିବା ବେଳେ ପାରିପାଶ୍ବିକ ବିକାଶ କୁ ନଜର ଅନ୍ଦାଜ କରି ଦେଇଛନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ। କେବଳ ଠିକାଦାର ହିତରେ ପ୍ରଶାସନ ର ଏହିଭଳି ଭିତିରିଆ କାରବାର ନେଇ ଚର୍ଚା ହେବା ପରେ ଇନ୍ଦ୍ରାବତୀ ରେ ଆରମ୍ଭରୁ ଅସନ୍ତୋଷ ର ଜ୍ବାଳା ଦେଖିବାକୁ ମିଳିଲାଣି । ଠିକା କାର୍ଯ୍ୟ ଗୁଡିକୁ ଟେଣ୍ଡର ନକରି ଏହିଭଳି ବେନିୟମ ଭାବରେ କାର୍ଯ୍ୟ ବଣ୍ଟନ ପଛରେ ପ୍ରଶାସନ ର ତତ୍ପରତା କୁ ନେଇ ଏବେ ପ୍ରଶ୍ନ କରୁଛନ୍ତି ଅଞ୍ଚଳବାସୀ ।ଏନେଇ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ କୁମାର ଭତ୍ରା ଙ୍କୁ ଙ୍କୁ ପଚାରିବାରୁ ତମାମ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ,ଯଦି ହୋଇଥିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏହି ପ୍ରକଳ୍ପ ରେ ଆୱାର୍ଡ କାମ ନାମରେ କିଛି ଅଧିକାରୀ ଓ କର୍ମଚାରୀ ନିଜ ପକେଟ ଗରମ କରିବା ତଥା ବାହାର ଅଞ୍ଚଳର ଠିକାଦାର ନ ଆସି ଏଗ୍ରିମେଣ୍ଟ ଅନ୍ୟ କେହି କରିବା ଏବଂ ଗୋଟିଏ କାମ କୁ ଦୁଇ ଦୁଇ ଥର ବର୍ଷେ ପରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ପରେ ଆୱାର୍ଡ ବ୍ୟବସ୍ଥା ବନ୍ଦ କରିଦେଇଥିଲେ ତତ୍କାଳୀନ ପ୍ରକଳ୍ପ ମୁଖ୍ୟ ଓ ଓଡିଶା ଜଳବିଦ୍ୟୁତ ପ୍ରକଳ୍ପ।

ଇତି ମଧ୍ୟରେ ୫୩ ଟି କାର୍ଯ୍ୟ ବଣ୍ଟନ କରାଯାଇଥିବା ନେଇ ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଥିବା ବେଳେ ଏହି ସଂଖ୍ୟା କୁ ପ୍ରଶାସନିକ ସ୍ଥର ରେ ଖଣ୍ଡନ କରାଯାଉଛି । ଏହିଭଳି କାର୍ଯ୍ୟ ବଣ୍ଟନ ପାଇଁ କେଉଁ ସ୍ଥରୀୟ ଅଧିକାରୀ ନିର୍ଦ୍ଧେଶ ଦେଇଛନ୍ତି ଏବଂ ଏନେଇ ଉପରିସ୍ଥ ଅଧିକାରୀ ଅବଗତ ଅଛନ୍ତି କି ନାହି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।

 ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ରୁ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ନାମ ପରିବର୍ତ୍ତନ ମଧ୍ୟରେ ଦୁଇ ଜଣ ଅଧିକାରୀ ଆସିଲେଣି କିଛି ଦିନ ବ୍ୟବଧାନ ରେ ଆଉ ଜଣେ ଆସିବେ ଛ ମାସ ପରେ ଅଵସର ନେବେ। ଏଭଳି ସ୍ଥିତିରେ ଦୀର୍ଘମିଆଦି ପ୍ରକଳ୍ପ ର ହେଉ ଅବା ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇ ହେବନି କି କୌଣସି ସମସ୍ୟା ବୁଝିଲାବେଳକୁ କାର୍ଯ୍ୟକାଳ ଶେଷ କିମ୍ବା ସ୍ଥାନାନ୍ତର ହେଲେ ସମସ୍ୟା ସମାଧାନ ତ ହେବନି ତଳିଆ କର୍ମଚାରୀ ଙ୍କ ଏଭଳି ଭିତିରି ଦିଆ ନିଆ ବେଶ ଭଲ ଚାଲିବ। ସ୍ଥାୟୀ ଅଧିକାରୀ ଆବଶ୍ୟକ ଆର୍ଥିକ ଅନୁଦାନ ସାଙ୍ଗକୁ ପ୍ରକଳ୍ପ ର ସମସ୍ୟା ସମାଧାନ ପାଇଁ ଜଳ ସେଚନ ବିଭାଗ ରସର୍ବୋଚ୍ଚ ଯନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭବାନୀପାଟଣା ଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

masiha

ଗୁଡିଖାଳ ସାର୍ଵଜନୀନ ଦୋଳ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର

masiha

ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନ ଶିବିର

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort