ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲାର 4ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ରାୟଗଡ:- ତା.23/08- ଜିଲ୍ଲାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବାନିମନ୍ତେ ଯୋଜନା କରିବାକୁ ଥିବାବେଳେ ଚାରିଟି ବ୍ଲକରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଛୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି l ରାୟଗଡ ଜିଲ୍ଲାର କାଶୀପୁର, ଗୁଣପୁର, ଵିଷମ କଟକ ରାମନାଗୁଡ଼ା ବସ ଷ୍ଟାଣ୍ଡକୁ ଅତ୍ୟାଧୁନିକ କରଣ କରାଯିବ l ମାନ୍ୟବର ମାଖ୍ୟମନ୍ତ୍ରୀ ନିଜର ଅଭିଭାଷଣ କହିଲେ ଆଜି ଗମନାଗମନ କ୍ଷେତ୍ର ଆଜି ଏକ ମାଇଲ ଖୁଣ୍ଟ ସ୍ଥାପନ କରାଯାଇଛି l ଆମ ବାସ ଷ୍ଟାଣ୍ଡ ଯୋଜନାରେ ବିଭିନ ଜିଲ୍ଲାରେ ନୂତନ ଉଦଘାଟନ କରାଗଲା ଓ ନୂତନ ବସ ଷ୍ଟାଣ୍ଡ ପାଇଁ ଶିଳା ନ୍ୟାସ କାରାରଗଲା l ଏହାଦ୍ୱାରା ସମସ୍ତଙ୍କ ପାଇଁ ବିଶେଷ ସୁବିଧା ଯୋଗାଇଦିଆଯିବ ଓ ଲୋକେ ଉପକୃତ ହେବ l ରାଜ୍ୟର ଆର୍ଥିକ ଉନ୍ନତି କ୍ଷେତ୍ରରେ ସହାୟକ ହେବ l ମୋ ପରିବହନ ସେବା ଆପଣ ଉଦଘାଟନ କରାଗଲା , ସୁବାହକ ଯୋଜନାରେ ବର୍ଷକୁ 50ହଜାର ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯିବ ବୋଲି କହିଥିଲେ l

ଆଜି ଭରଛୁଆଲ ମୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଓ ଆଇନ ବିଭାଗ, ଶ୍ରୀମତି ଅନୁସୂୟା ମାଝୀ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି,ମାନ୍ୟବର ରୟାଗଡ଼ ବିଧାୟକ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧାୟକ, ଗୁଣପୁର,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା, ସୃ ସୁଧୀର ଦାଶ,ସୁଶ୍ରୀ ସରସ୍ବତୀ ମାଝୀ, ଅଧକ୍ଷା, ଜିଲ୍ଲାପରିଷଦ, ରାୟଗଡ,ବିଜୁ ଶ୍ରୀମତି ସ୍ୱଧା ଦେବ ସିଂ, ଜିଲ୍ଲାପାଳ, ରୟାଗଡ଼, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରାଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ, ଶ୍ରୀ ନିହାର ରଞ୍ଜନ କହଁର, କାଶୀପୁର ବ୍ଲକ ଅଧକ୍ଷ୍ୟ କଣ୍ଠ ମାଝୀ, ଗୁଣୁପୁର ବ୍ଲକ ଅଧକ୍ଷା ଶ୍ରୀମତି ଝିଲି ଶବର, ଵିଷମ କଟକ ବ୍ଲକ ଅଧକ୍ଷl ଶ୍ରୀମତି ଯୋସଦl ହୁଇକା,ଆଂଚିଲିକ ପରିବହନ ଅଧିକାରୀ ରାୟଗଡ,ଓଡିଶା ପରିବହନ ନିଗମର ସଂଗ୍ରାମ ଜେନା ପ୍ରମୁଖ ଯୋଗଦାନ କରିଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାଳୀକୃଷ୍ଣ ସଂଘ ପକ୍ଷରୁ ଆମପାଣି ଥାନା ପରିସରରେ ବୃକ୍ଷରୋପଣ

Sunil Chandra Nayak

ବିପଦରେ ବିସ୍ଥାପିତ ଗୋ’ ସମ୍ପଦା, ଗାଡିରେ ଚପି ସାତ ଗାଇ ମୃତ

Sunil Chandra Nayak

ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମାଣ ପ୍ରତିବାଦରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!