ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ କବିତା ପାଠୋତ୍ସବ 

ମଣ୍ଡେଇ କବିତା ପାଠୋତ୍ସବ 

ନବରଙ୍ଗପୁର:(୧|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ମହୋତ୍ସବ ମଣ୍ଡେଇ-୨୦୨୪ ଅବସରରେ ନବରଙ୍ଗପୁର ଏବଂ ଉମରକୋଟ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବ କୁ ଜିଲ୍ଲାପାଳ ଡାଃ ଶୁଭଙ୍କର ମହାପାତ୍ର ଉଦଘାଟନ କରିଥିଲେ lକବିତା ପାଠୋତ୍ସବ ଏବଂ ସ୍ମରଣିକା କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ କବି ବିରଞ୍ଚି ନାରାୟଣ ଦରୱାନ ଅତିଥିମାନଙ୍କୁ ସ୍ଵାଗତ କରିଥିବା ବେଳେ ଉପାଧ୍ଯକ୍ଷ ମୁନ୍ନା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ଏବଂ ନବୀନ ଚନ୍ଦ୍ର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l କବି ସ୍ଵର୍ଣ୍ଣଲତା ପଟ୍ଟନାୟକ ଏବଂ ପ୍ରଭାସିନୀ ମହାନ୍ତି କବିତା ଗୁଡିକ ସଂଯୋଜନା କରିଥିଲେ l ଏହି କବିତା କବିତା ପାଠୋତ୍ସବରେ ଜିଲ୍ଲାପାଳ ଡାଃ ମହାପାତ୍ର, ବିରଞ୍ଚି ନାରାୟଣ ଦରୱାନ, ଆଶୁତୋଷ ପାତ୍ର, ଜେମା ମଣି ବିଶୋଇ, କପିଳ ଚନ୍ଦ୍ର ମହାନ୍ତି, ହେମ ଲତା ମାଝୀ, ଡାଃ ବିଜୟ କୁମାର ମିଶ୍ର, ଜି ପ୍ରକାଶ ସାମନ୍ତରାୟ ପି ରବିକାନ୍ତ ରଘୁରାମ,ରାମ ପ୍ରସାଦ ପାତ୍ର, ସୁବାସ ବିଶୋଇ, ମଙ୍ଗଳା ପ୍ରସାଦ ପାତ୍ର ନମିତା ଘଡେଇ, ଦୂର୍ଗା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶୁଭ ସ୍ମିତା ମହାନ୍ତି, ମୁନ୍ନା ତ୍ରିପାଠୀ, ସ୍ଵପ୍ନା ମହାନ୍ତି, ଜାହ୍ନବୀ ପଣ୍ଡା,ବାସନ୍ତୀ ଲତା ଜେନା, ଗାୟତ୍ରୀ ମହାପାତ୍ର ସଂଗୀତା ତ୍ରିପାଠୀ, ଘନକେଶ ମମତାରାଣୀ ନାୟକ, କନକଲତା ମହାଙ୍କୁଡ, ସୁଶୋଭିତା ମେରିଲିନ ତୁରୁକ ହର ପ୍ରସାଦ ଦାଶ, ଶୋଭାଶିନି ନାୟକ, ମନୋରମା ମାଝୀ ଆତ୍ମ ପ୍ରକାଶ ସାହୁ, ଦିଶା ପ୍ରଜ୍ଞା ସାହୁ ବିଶାଳ ଅଭିନବ ଭତ୍ରl ପ୍ରମୂଖ ପଚାଶ ରୁ ଉର୍ଦ୍ଧ କବି ମାନେ ସ୍ବରଚିତ କବିତା ପାଠ କରିଥିଲେ l ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ l

( ମ ନି ସ ) 

Related posts

ତେନ୍ତୁଳିଖୁଣ୍ଟି ଥାନା ର ନୂତନ କୋଠା ଦକ୍ଷିଣ ପଶ୍ଚିମଞ୍ଚଳ ଡି ଆଇ ଜି ଙ୍କ ଦ୍ଵାରା ଉଦ୍ ଘାଟିତ

Sunil Chandra Nayak

ରାଇରଙ୍ଗପୁରରେ ବୟନିକାର ୬୭ ତମ ପ୍ରତିଷ୍ଠା ଦିବସ

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ…..

masiha

Leave a Comment

error: Content is protected !!