ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ପଞ୍ଚାୟତ ସମାବେଶ – କୁଳି ମାନଙ୍କୁ ଆଦିବାସୀ ଜାତି ପ୍ରଣାମ ପତ୍ର ଦେଇଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ବିରୋଧରେ ଏଫ. ଆଇ. ଆର. ଦେବ ଆଦିବାସୀ ସଂଘ 

ଆଦିବାସୀ ପଞ୍ଚାୟତ ସମାବେଶ – କୁଳି ମାନଙ୍କୁ ଆଦିବାସୀ ଜାତି ପ୍ରଣାମ ପତ୍ର ଦେଇଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ବିରୋଧରେ ଏଫ. ଆଇ. ଆର. ଦେବ ଆଦିବାସୀ ସଂଘ 

ପାଟଣାଗଡ଼ ବ୍ଲକ କେରବେଡା ପଞ୍ଚାୟତ ଅନ୍ତର୍ଗତ ପୁଟିସବାହାଲ ଗ୍ରାମର ସ୍ଥାନୀୟ ଆମ୍ବ ତୋଟା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ପଞ୍ଚାୟତ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଚଉଷଠି ପ୍ରକାର ଆଦିବାସୀ ଦେବଦେବୀ ଓ ସମ୍ବିଧାନ ପ୍ରଣେତା ଡ଼ ବାବା ସାହେବ ଆମ୍ବେଦକର ଙ୍କ ଫୋଟୋ ଚିତ୍ରରେ ପୂଜନ କାର୍ଯ୍ୟ ପରେ ଆନନ୍ଦ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଗିରିରାଜ ଭୋଇ ଯୋଗଦେଇ ପୃଥିବୀ ପୃଷ୍ଠରେ ଆଦିବାସୀ ମାନଙ୍କ ଆବାହନ କାଳର ଭୂମିକା, ଦେଶ ସ୍ୱାଧୀନତା ହାସଲରେ ଆଦିବାସୀ ମାନଙ୍କ ଭୂମିକା ଓ ବଳିଦାନ , ପୁରାଣ ଯୁଗ ରାମାୟଣ ମହାଭାରତ ରେ ଆଦିବାସୀ ମାନଙ୍କ ଭୂମିକା ଓ ବଳିଦାନ ଏବଂ ଆଜି ଭାରତ ବର୍ଷରେ ସମ୍ବିଧାନ, ଆଇନ କାନୁନ ଥାଇ ମଧ୍ୟ ମଧ୍ୟଯୁଗୀୟ ଅନ୍ୟାୟ ଅତ୍ୟାଚାର ଶୋଷଣ ଦମନ ନିର୍ଯାତନା ସହିବାକୁ ପଡୁଛି ଆଦିବାସୀ ମାନଙ୍କୁ | ଗତ କିଛି ଦିନ ତଳେ ଦେଓଗାଁ ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ନିର୍ଦ୍ଧେଶ କ୍ରମେ “କୁଳି” ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଆଦିବାସୀ ଜାତି ପ୍ରମାଣ ପତ୍ର ଦେଇଥିବାରୁ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରାଯାଇ ଆଗାମୀ ଦିନରେ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ବିରୋଧରେ ସବୁ ଥାନାରେ ଏଫ. ଆଇ. ଆର ଦିଆଯିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା | ଦେଶରେ ଆଦିବାସୀ ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଶୋଷଣ ଦମନ ବଢ଼ି ବଢ଼ି ଚାଲିଥିବା ଖବର ଦୈନନ୍ଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି, ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଉଛି | ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରଶାସନ ଯେଉଁଭଳି ଭାବରେ ପଦକ୍ଷେପ ନେବା କଥା ସେଭଳି ଆଖି ଦୃଶିଆ ପଦକ୍ଷେପ ନେଉ ନାହିଁ ଯଦ୍ୱାରା ଅପରାଧୀ ଆଇନ କାନୁନକୁ ଭୃକ୍ଷେପ କରୁନାହିଁ ସଂସ୍କାରିତ ହେବା ବଦଳରେ ଆହୁରି ଅପରାଧ କରୁଛି | ଗତ କିଛି ତଳେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଦ ଗ୍ରାମର ଆଦିବାସୀ ମହିଳାକୁ ଜଣେ ଅଣଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବଳାତ୍କାର ଉଦ୍ୟମ କରି ଦେହରେ ବିଷ୍ଠା ଲେପି ପାଟିରେ ଖୁଆଇଦେବା ଘଟଣା ସମଗ୍ର ଦେଶ ପାଇଁ ଲଜ୍ଜାଜନକ ଓ ନିନ୍ଦନୀୟ | ଗତ ବର୍ଷ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଉଜ୍ଜଳ ବରିହା ହତ୍ୟା ଘଟଣାକୁ ଆଜି ଦେଢ଼ ବର୍ଷ ପୁରିଲା କିନ୍ତୁ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହେଲା , ଏମିତି ଜିଲ୍ଲାରେ ଅନେକ ଘଟଣା ଘଟିଛି | ଅନ୍ୟାୟ ଅତ୍ୟାଚାର ଶୋଷଣ ଦମନ କୁ ମୁଳୋତ୍ପାଟନ କରିବାକୁ ହେଲେ ସବୁ ଆଦିବାସୀ ମାନେ ଏକ ହୋଇ ଦୃଢ଼ ଜବାବ ଦେବାକୁ ଆହ୍ୱାନ ଦେଇଥିଲେ | ଆଦିବାସୀ ମାନଙ୍କ ଭୋଟରେ ନେତା, ମନ୍ତ୍ରୀ ହେଉଛନ୍ତି, ବଡ଼ ବଡ଼ ପଦ ପଦବୀ ପାଉଛନ୍ତି କିନ୍ତୁ ଆଦିବାସୀ ମାନଙ୍କ ଅସୁବିଧା ସମୟରେ କୌଣସି ନେତାଙ୍କର ଦେଖା ଦର୍ଶନ ମିଳେ ନାହିଁ | ସଂଗଠନକୁ ତୃଣ ମୂଳ ସ୍ତରରୁ ଆହୁରି ମଜବୁତ କରିବା ପାଇଁ ସମସ୍ତେ ମିଳିମିଶି ଗୋଟିଏ ମା ର ସନ୍ତାନ ହିସାବରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ | ଆଗାମୀ ଜାନୁଆରୀ 28 ରେ ପାଟଣାଗଡ଼ ଠାରେ ବିଶାଳ ଆଦିବାସୀ ସମାବେଶ କରି ଆଦିବାସୀ ମାନଙ୍କ ଏକତା ଓ ଶକ୍ତି ପ୍ରଦର୍ଶନ କରାଯିବ ସେହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ପରିବାରୁ ସବୁ ଆଦିବାସୀ ମାନେ ଯୋଗଦେବାକୁ ଅନୁରୋଧ କରିଥିଲେ | ଆଜିର ବୈଠକରେ ପର୍ଯ୍ୟବେକ୍ଷକ ଭାବରେ ସଂଯୋଜକ ଗୌରାଙ୍ଗ ବରିହା, ପିଣ୍ଟୁ ବୁଡ଼େକ, ପିଣ୍ଟୁ ବରିହା, ଭାବଗ୍ରାହୀ ବରିହା ଯୋଗଦେଇ ଥିବାବେଳେ କ୍ଷିରାଧର ବରିହା,ରୁପାଧର ବରିହା, ଧନେଶ୍ୱର ବରିହା, ନୀଳାକାନ୍ତ ବରିହା, ନନ୍ଦଲାଲ ବରିହା,ଭୋପାଲ ସିଂ ବରିହା, ଶ୍ୟାମ ସୁନ୍ଦର ବରିହା, ଭଜମନ ବରିହା, ଶ୍ରୀମତୀ ବରିହା, ଉମାବତୀ ବରିହା, କ୍ଷମାନିଧି ବରିହା ସହ ଶତାଧିକ ଆଦିବାସୀ ପୁରୁଷ ମହିଳା ଯୋଗଦେଇଥିଲେ | ଅବଦୁତ ବରିହା ଧନ୍ୟବାଦ ଦେଇଥିଲେ |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର 

masiha

ନିଟ ପରିକ୍ଷାରେ ସଫଳତା ପାଇଛନ୍ତି କାମାକ୍ଷାନଗର ଶୃତିପ୍ରଜ୍ଞା।୭୨୦ରୁ ରଖିଛନ୍ତି ୬୮୦ ନମ୍ବର

Sunil Chandra Nayak

ଆଳତୁମା ହାଇସ୍କୁଲ 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳିତ

masiha

Leave a Comment

error: Content is protected !!