ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମୁହାମୁହିଁ ଧକ୍କା, ତିନି ଗୁରୁତର

କଲମପୁର(ସ.ମି.ସ): ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ତିନି ଆରୋହୀ ଗୁରୁତର l କଲମପୁର ଜୁନାଗଡ଼ ମୁଖ୍ୟରାସ୍ତା ବଙ୍କାପଲା ଆବାସିକ ବିଦ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଥିଲା l ସୂଚନା ଅନୁସାରେ ବୋଦେଲବନ୍ଧ ଗ୍ରାମର ଗୌତମ ନାଏକ ନିଜ ସମ୍ପର୍କୀୟ ବଙ୍କାପଲା ଗ୍ରାମର ୧୦ ବର୍ଷୀୟ ବାଳକ ଅଭିମନ୍ୟୁ ଭଇଁସାଲ ଙ୍କ ସହ ବାଇକ ଯୋଗେ ଦୋକାନକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ପଦରପଡ଼ା ଗ୍ରାମର କମଳାକାନ୍ତ ଲହଜଲଙ୍କ ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା, ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୁରୁତର ଥିବା ତିନି ଆରୋହିଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୌତମ ଓ କମଳାକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଭିମନ୍ୟୁ ସାମାନ୍ୟ ଆହତ ହୋଇ କଲମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l

କଲମପୁର ରୁ ରବୀନ୍ଦ୍ର କୁମାର ମିଶ୍ର ଙ୍କ ରିପୋର୍ଟ୍ 

Related posts

ମାନବିକତା ଦେଖେଇଲେ ତିନିଜଣ ପୋଲିସ ଅଧିକାରୀ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ

masiha

ଆନନ୍ଦପୁର ବୈତରଣୀ ନଦୀ ଉପରେ ତିଆରି ହେବ ଝୁଲାପୋଲ

Sunil Chandra Nayak

Leave a Comment

error: Content is protected !!