ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଦୁର୍ଘଟଣା ପିକ୍ ଅପ୍ କୁ ଉଦ୍ଧାର କରି ଦୁଇ ଜୀବନ ରକ୍ଷା କଲା ଡାବୁଗାଁ ଡ୍ରାଇଭର ମହାସଂଘ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡ୍ରାଇଭର ମହାସଂଘ ଭାରସାମ୍ୟ ହରାଇ ଦୁର୍ଘଟଣା ପିକ୍ ଅପ୍ କୁ ଉଦ୍ଧାର କରି ଦୁଇ ଜୀବନ ରକ୍ଷା କରି ସାହସିକତା ର ପରିଚୟ ଦେଇ ଏକ ଉଦାହରଣ ସୃଷ୍ଟି କରିଛି l ଏଇ ଦୁଇ ଦିନ ତଳେ ବୋରିଗାଁ ପଟୁ ଡାବୁଗାଁ ଅଭିମୁଖେ ଆସୁଥିବା ଏକ ମହିନ୍ଦ୍ରା ପିକ୍ ଅପ୍ ଓ ଡି ୨୪ ଏଫ୍ ୭୦୮୩ ଗାଡି ବେଲାରୀ ନଦୀ ବ୍ରିଜ ପାର୍ଶ୍ୱ ପିଲର ରେ ଭାରସାମ୍ୟ ହରାଇ ପିଟି ହୋଇ ୧୦ ଫୁଟ ତଳେ ପଡି ଦୁର୍ଘଟଣା ଘଟିଥିଲା l ଫଳରେ ଡ୍ରାଇଭର ଓ ହେଲପର ଦୁର୍ଘଟଣାର ଶିକାର ହୋଇଥିଲା l ଉକ୍ତ ଖବର ପାଇ ଦୁର୍ଘଟଣା ସ୍ଥଳରେ ଡାବୁଗାଁ ଡ୍ରାଇଭର ମହାସଂଘ ର ସଭାପତି ସନ୍ତୋଷ କୁମାର ଭତ୍ରl ସମ୍ପାଦକ ଅମୀର ଅଲ୍ଲୀ ଖାନ, ସଦସ୍ୟ- ସୁଧା ଖୁଣ୍ଟିଆ, ବୁନୁ ବିଶୋଇ, ଟଙ୍କଧର କଲାର,ବିମଲ ସାନ୍ତା,ସୁରେନ୍ଦ୍ର ହରିଜନ, ଦୟାବାନ ଭତ୍ରl ଓ ଉତ୍ତମ ପ୍ରଧାନ ପ୍ରମୂଖ ପହଞ୍ଚି ପିକ୍ ଅପ୍ ଟିକୁ ଉଦ୍ଧାର କରି ଆହତ ଡ୍ରାଇଭର ଓ ହେଲପର ଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ସେ ଦୁଇଟି ଜୀବନ ରକ୍ଷା କରି ମହତ୍ କାର୍ଯ୍ୟ କରି ନିଜକୁ ସାର୍ଥକ ମନେ କରି ଅନ୍ୟକୁ ଏକ ଆଦର୍ଶ ଶିକ୍ଷା ଦେଇପାରିଛନ୍ତି l ଦୁର୍ଘଟଣା ସ୍ଥାନରୁ ଗାଡି ଓ ଦୁଇ ଜଣ ଙ୍କ ଜୀବନ ରକ୍ଷା କରିଥିବାରୁ ଉକ୍ତ ସଂଘ ର କର୍ମକର୍ତ୍ତା ଙ୍କୁ ସାଧୁବାଦ ସହ ପ୍ରସଂଶା ଜନସାଧାରଣ କରି ଥିବା ବେଳେ ଏପରି ଜନହିତକର କାର୍ଯ୍ୟ ଜାରୀ ରଖି ଥାଆନ୍ତୁ ବୋଲି ଜନସାଧାରଣ ଦୃଢ଼ ଦାବୀ କରିଛନ୍ତି lଜନହିତକର କାର୍ଯ୍ୟ ଆଗକୁ ଜାରୀ ରଖିବୁ ବୋଲି ସଂଘ ର ସଭାପତି ଶ୍ରୀ ଭତ୍ରl ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍କୁଲ ସମସ୍ୟାକୁ ନେଇ ସରପଞ୍ଚ ଙ୍କ ତଦାରଖ

Sunil Chandra Nayak

ରାଉରକେଲା ସେକ୍ଟର-୨ ଲକ୍ଷ୍ମୀ ମଣ୍ଡପରେ ମହାସମାରୋହରେ ପାଳନ ହେଲା ହିନ୍ଦୁ ନବବର୍ଷ-୨୦୨୫

masiha

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ବଣ୍ଟନ

masiha

Leave a Comment

error: Content is protected !!