ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଯୁକ୍ତ ଦୁଇ ଓ ମାଟ୍ରିକ ରେ ଉତ୍ତମ ପ୍ରଦର୍ଶନ କରିଥିବା ୨୭କୃତୀ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା

ତେନ୍ତୁଳିଖୁଣ୍ଟି ୨୧/୦୬/୨୩  // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଟ୍ରିକ ତଥା ଯୁକ୍ତ ଦୁଇ କଳା ଓ ବିଜ୍ଞାନରେ ଉତ୍ତମ ପ୍ରଦର୍ଶନ କରିଥିବା ବିଦ୍ୟାର୍ଥୀଙ୍କୁ ବ୍ଲକ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଯୁକ୍ତ ଦୁଇ ସି ଏଚ ଏସ ଇ ତଥା ସି ବି ଏସ ଇ ରେ ଭଲ ନମ୍ୱର ରଖିଥିବା ବିଦ୍ୟାର୍ଥୀ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କଳାରେ ଅମିଶା କର୍କରା ଓ ବିଜ୍ଞାନରେ ଯସ୍ମୀନା ସୁନା ସମ୍ବର୍ଦ୍ଧିତ ହୋଇଥିଲେ। ସି ବି ଏସ ଇ ମାଟ୍ରିକ ରେ ଜବହର ନବୋଦୟ ବିଦ୍ୟାଳୟ ର ମାଟ୍ରିକ ଟପର ସୁହାନା ବେହେରା ଓ ଆଦର୍ଶ ବିଦ୍ୟାଳୟ ର ଅନ୍ୱେଷ।ସ୍ୱାଇଁ ସମ୍ବର୍ଦ୍ଧିତ ହୋଇଥିଲେ। ଓଡିଶା ବୋର୍ଡ ର ମାଟ୍ରିକ ରେ ଭଲ ନମ୍ବର ରଖିଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଭିନବ କୁମାର ସୁଭସ୍ମିତା ନାୟକ ଓ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ର ଶାଶ୍ୱତ ନାୟକ ସମ୍ବର୍ଦ୍ଧିତ ହୋଇଥିଲେ। । ଏହି ଭଳି ବ୍ଲକ ର ବିଭିନ୍ନ ବିଦ୍ୟାଳୟର 11 ଜଣ ବାଳକ ଓ 16 ଜଣ ବାଳିକା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ଆଜି ଏହି ଅବସରରେ ଯୋଗ କରିିଥିଲେ ବିଦ୍ୟାର୍ଥୀ ମାନେ। କୃତୀ ବିଦ୍ୟାର୍ଥୀ ମାନଙ୍କ ବିଦ୍ୟାଳୟ ର ପ୍ରଧାନ ଶିିକ୍ଷକ ସମେତ କିଛିମେଣ୍ଟର ମଧ୍ୟ ଯୋଗ ଦେଇଥିଲେ। ବିଡ଼ିଓ ପାଣିଗ୍ରାହୀ ବିଦ୍ୟାର୍ଥୀ ଙ୍କ ଉତ୍ତମ ଭବିଷ୍ୟତ କାମନା କରିଥିଲେ। ଲକ୍ଷ୍ୟ ହାସଲ ପାଇଁ ଅଧ୍ୟବସାୟ ଓ ଦୃଢ଼ ଇଛା ଶକ୍ତି ହିଁ ପା ଥେୟ ବୋଲି ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ପାଣିଗ୍ରାହୀ ସମେତ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟର୍ଥୀ ଙ୍କୁ ଏକ ମାନ ପତ୍ର ଓ ଟ୍ରଫି ଦିଆଯାଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବାଣପୁର ଏଜୁକେୟାର ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ !!!

Sunil Chandra Nayak

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

masiha

Leave a Comment

error: Content is protected !!