ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଠକରଗୋଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବୀନ ବରଣ ଉତ୍ସବ 

ମଠକରଗୋଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବୀନ ବରଣ ଉତ୍ସବ 

କାମାକ୍ଷାନଗର (ମନିସ)24/7/25 — କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ମଠକରଗୋଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନବୀନ ବରଣ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଂଜନ ଦାଶ ସଭାପତିତ୍ବ କରିଥିଲେ। ପ୍ରତ୍ୟୁଷରେ ନବାଗତ ଛାତ୍ରଛାତ୍ରୀମାନଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା। ସଭାକାର୍ଯ୍ୟ ପ୍ରାରମ୍ଭରେ ଅଧ୍ୟାପିକା ସ୍ଵପ୍ନିତା ରାଉତ ଉକ୍ତ ଉତ୍ସବର ଉପାଦେୟତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସାରସ୍ବତ ଅଧିକାରୀ ଅଧ୍ୟାପକ କୈଳାସ ଚନ୍ଦ୍ର ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାଶ ନବାଗତ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ।ଜୀବନରେ ସଫଳତା ହାସଲ ନିମନ୍ତେ ନିରବଚ୍ଛିନ୍ନ ସାଧନା,ଶୃଙ୍ଖଳା, ପ୍ରତିବଦ୍ଧତା ଓ ଏକାଗ୍ରତା ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ସେବା ଯୋଜନା, ଭାରତ ସ୍କାଉଟ ଓ ଗାଇଡ୍ ,ଯୁବ ରେଡକ୍ରସ୍ ଆଦି ସେବା ସଂସ୍ଥା କିପରି ବିଦ୍ୟାର୍ଥୀମାନଙ୍କର ବ୍ୟକ୍ତିତ୍ଵ ବିକାଶ ସାଧନ କରିବା ସହ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ ତାହା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ପ୍ରତିଭା ମଞ୍ଜରୀ ଦାଶ, ଶୁଭ ସ୍ମିତା ବିଶ୍ଵାଳ, ଅର୍ଚ୍ଚିତା ମହାମାନସିଂ,ଶ୍ରୀ ଲେଖା ରାୟ, ବିଜୟିନୀ ଲେଙ୍କା ଅଧ୍ୟାପକ ସୁଧାଂଶୁ ପାତ୍ର,ପ୍ରବିର କୁମାର ବିଶ୍ବାଳ, ପ୍ରଦୀପ୍ତ ସାହୁ, ହିମାଂଶୁ ମହାନ୍ତ ଓ ଲଳିତ କୁମାର ବେହେରା ପ୍ରମୁଖ ଅନୁଷ୍ଠାନର ନୀତି ନିୟମ, ଆଦର୍ଶ, ଶୈକ୍ଷିକ ପରିବେଶ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପାଠ୍ୟକ୍ରମ, ବିଭିନ୍ନ ଛାତ୍ରବୃତ୍ତି, ପାଠାଗାର ଓ ଅଭିଯୋଗ ପ୍ରକୋଷ୍ଠ ସମ୍ପର୍କରେ ଆଲୋଚନା କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ପରିଚୟପତ୍ର, ସମୟ ନିର୍ଘଣ୍ଟ ଓ ଉପହାର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ରଶ୍ମୀ ରଞ୍ଜନ ମହାପାତ୍ର ଓ ଫକୀର ମୋହନ ଲେଙ୍କା ବୈଷୟିକ ସହାୟତା ପ୍ରଦାନ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଲୁପ୍ତ ପ୍ରାୟ ପାରମ୍ପରିକ କୌଳିକ ବୃତ୍ତି ଓ ଆଦିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ 

Sunil Chandra Nayak

ସିପିଆଇଏମ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ:ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଲାଗୁଛି ମେସିନ :ଯୋଜନା ଶ୍ରମିକ ଙ୍କ ପାଇଁ ନା ଠିକାଦାରଙ୍କ ପାଇଁ ?

masiha

Leave a Comment

error: Content is protected !!