ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କାଉଟ ଗାଇଡ୍ କବବୁଲବୁଲ ର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର 

ସ୍କାଉଟ ଗାଇଡ୍ କବବୁଲବୁଲ ର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର 

ରାଉରକେଲା: ସ୍କାଉଟ, ଗାଇଡ୍,କବ୍ ଓ ବୁଲବୁଲ ଙ୍କ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍କାଉଟ ଗାଇଡ୍ ର ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାଶ ଙ୍କ ସଭାପତିତ୍ବ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଅନୁଷ୍ଠାନର ରାଜ୍ୟ ଉପସଭାପତି ଶାରଦା ପ୍ରସାଦ ନାୟକ ଓ ଭୁବନେଶ୍ଵରର ସାଙ୍ଗଠନିକ କମିଶନର ସୈ।ମ୍ୟ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରୀକ୍ଷା ଶିବିର ରେ ଜିଲ୍ଲାର ୩୦ଟି ସ୍କୁଲର ୪୦୦ରୁ ଉର୍ଦ୍ଧ୍ବ ସ୍କାଉଟ, ଗାଇଡ୍,କବ୍ ଓ ବୁଲବୁଲ ମାନେ ଯୋଗଦେଇ ୩ ଫେଜ ବିଶିଷ୍ଟ ମ୍ୟାପିଂ,ଫାଷ୍ଟଏଡ୍, ଜାତୀୟ ପତାକାର ବିବରଣୀ, ସାମାଜିକ ସେବା ଶିବିର,କ୍ୟାମ୍ପ ଫାୟାର,(ନଟିଂ) ଗଣ୍ଠି ପକାଇବା ଓ ଖୋଲିବା ତଥା ଚରିତ୍ର ଗଠନ ସମ୍ପର୍କରେ ପରୀକ୍ଷା ଦେଇଥିଲେ। ଦୁଇଦିନ ଧରି ସ୍କାଉଟ ଭବନ ଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ମଲ୍ଲିକ, ଅରୁଣ କୁମାର ସ୍ବାଇଁ,ଅଭୟ ବିଶ୍ବାଳ, ସୁଶାନ୍ତ ବିଶ୍ବାଳ, ସୁଜିତ୍ ତନ୍ତୀ, ଶ୍ରୀବତ୍ସ ସାମଲ, ନିରଞ୍ଜନ ମଲ୍ଲିକ, ପ୍ରବୀର ମିଶ୍ର, ସୁରେଶ ପଣ୍ଡା, ବଳଦେବ ମିଶ୍ର, ଆଦିତ୍ୟ ନାୟକ,ବିଜୟ ଦାସ, ସୀମା ଚକ୍ରବର୍ତ୍ତୀ, ଲକ୍ଷ୍ମୀ ସାହୁ, ସରିତା ନାୟକ, କଳ୍ପନା ବେହେରା,ମେରୀ ସାହୁ, ସୁଜାତା ଦାସ, ସୁପ୍ରିୟା ସାମଲ, ପ୍ରମୋଦିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ କମିଶନର ଶ୍ରୀ ଦାଶ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ସମ୍ପାଦକ ଶ୍ରୀ ନାୟକ କାର୍ଯ୍ୟକ୍ରମର ସଫଳ ଋପାୟନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

masiha

ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲେ ବାଲିଆପାଳ ତହସିଲଦାର

Sunil Chandra Nayak

ଭକ୍ତ ଗଣଙ୍କ ସେବାରେ ସମର୍ପିତ ଶ୍ରୀ ମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

Sunil Chandra Nayak

Leave a Comment

error: Content is protected !!