ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷ୍ୟା ହିଁ ଯୁବପୀଢ଼ିଙ୍କୁ ଉର୍ଜା ଦେଇଥାଏ ସାମାଜିକ ଉତ୍ଥାନ ପାଇଁ

ଜୁନାଗଡ଼,୧୯/୪(ମ ନି ସ) ଶିକ୍ଷା ହିଁ ସାମାଜିକ ଉତ୍ଥାନ ପାଇଁ ଯୁବପିଢିଙ୍କୁ ଶକ୍ତି ଦେଇଥାଏ ବୋଲି ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟର ୩୮ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର ନିଜ ବକ୍ତବ୍ୟରେ ପ୍ରକାଶକରିଥିଲେ।କଲେଜ ଅଧକ୍ଷ ବିଭୁତି ମେହେର ଙ୍କ ସଭାପତିତ୍ୱର ଅନୁଷିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷ। ରେଡ୍ଡୀ,କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡା,ସଂଜୟ ଶତପଥୀ, ଓ ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ,ଜିଲ୍ଲାପରିଷଦ ଉପାଧକ୍ଷ୍ୟା ସୁଧିରା ମେହେର,ବ୍ଲକ ଅଧକ୍ଷ୍ୟା ସବିତା ମେହେର,ଏନଏସି ଉପଧକ୍ଷ୍ୟା ହିମାଦ୍ରୀ ନାଏକ ,ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ।ସେହିପରି ରାମପୁର କଲେଜ ଅଧକ୍ଷ୍ୟ ସତ୍ୟନାରାୟଣ ମୁଣ୍ଡଛିନ୍ଦ।ମୁଖ୍ୟବକ୍ତାଭାବେ ଯୋଗଦେଇ କଳାହାଣ୍ଡିର ଐତିହ୍ୟ,ସଂସ୍କୃତି ଉପରେ ତଥ୍ୟ ପ୍ରଦାନ କରି ଅବଗତ କରିଥିଲେ।ଖେଳ ଶିକ୍ଷକ ସମୀର ସାହୁ, ଅଧ୍ୟାପକ ପ୍ରିୟବ୍ରତ ବଣୁଆ, ଅଧ୍ୟାପକ ବିଶ୍ୱରଂଜନ ବେହେରାଙ୍କୁ ଉଲେଖନୀୟ କାର୍ଯ୍ୟପାଇଁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ବିଶ୍ୱରଂଜନ ବେହେରା ଓ ଶୁଭାଶିଷ ପାଣିଗ୍ରାହୀ,ନତାସା ମହାପାତ୍ର,ପୁର୍ନମାସି ମାଝୀ,ସୁସମିତା ପଣ୍ଡା,ଯସ୍ମୀନ ବନିତାସାହୁ, କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ସରୋଜ ଠାକୁର,ଦେବେନ୍ଦ୍ର ବେହେରା,ଆଦିତ୍ୟ ଖମାରି,ହେମନ୍ତ ରଣା,କୁଞ୍ଜବିହାରି ସାହୁ,କୈଳାସ ମେହେର,ସ୍ବପ୍ନମୟୀ ପ୍ରଧାନ,ରାମେଶ୍ୱରୀ ରାଜ୍ପାଇଲୋ,ବିକାଶ ବେହେରା, ଜ୍ୟୋତିରଞ୍ଜନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଅଧ୍ୟାପକ ପ୍ରିୟବ୍ରତ ବଣୁଆ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଡିଆଇପିଆରଓ ଆଲୋକ ମହାନ୍ତିଙ୍କର ବଦଳି

masiha

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଡ. ଭୀମରାଓ ବାବାସାହେବ ଆମ୍ବେଦକର ପାଠାଗାର ଉଦଘାଟନ୍ 

masiha

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କ୍ଷେତ୍ର ପରିଦର୍ଶନ କରିବା ସହିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!