ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

ବାଲିଗୁଡା,19/04/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି, ପ୍ରତିଦିନ ର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି l ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ ଜଳସ୍ତର କମିବାରେ ଲାଗିଛି l ଲୋକମାନେ ଜଳ ସଂଗ୍ରହ କରିବାରେ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି l ଏଭଳି ପରିସ୍ଥିତିରେ ବାଲିଗୁଡା ବ୍ଲକ୍ ଉପାନ୍ତ ପଞ୍ଚାୟତ ଲଣ୍ଡାଗାଁ ରେ ୧୧ଟି ଓ୍ବାର୍ଡକୁ ନେଇ ଗଠିତ ପଞ୍ଚାୟତରେ ରୁହନ୍ତି ୧୫ଶହରୁ ଅଧିକ ଲୋକ। ସରକାରଙ୍କ ବିଶୁଦ୍ଧପାଣି ପାଇଁ ଗାଁଗାଁକୁ ପିଇବା ପାଣିର ସୁବିଧା ପାଇଁ ବସୁଧା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଓଭରଟ୍ୟାଙ୍କ କରାଯାଇଥିବା ବେଳେ ଲଣ୍ଡାଗାଁ ଭଳି ଗ୍ରାମ ପଞ୍ଚାୟତରେ ପିଇବା ପାଣିର ଘୋର ଅଭାବ ସାଙ୍ଗକୁ ଓ୍ବାର୍ଡ ବା ବସ୍ତି ମଧ୍ୟରେ ଥିବା ନଳକୂପ ଖରାପ ଥିବା ବେଳେ କାଁଭାଁ ଯେଉଁଗୁଡିକ ଠିକ୍ ଅଛି ତାକୁ ବହୁ ସମୟ କସରତ କଲେ ଯାଇ ବଡ଼ କଷ୍ଟରେ ବାଲଟିଏ ପାଣି ବାହାରୁ ଥିବା ବେଳେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏପଟେ ଦିନବେଳର ଡହ ଡହ ଖରାରେ ଲୋକେ ସକାଳୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହେଉଥିବା ବେଳେ ପଞ୍ଚାୟତକୁ ନିଜର ଯାବତୀୟ କାମପାଇ ତଥା ବଜାରକୁ ଖରାବେଳେ ଦୁରରୁ ଆସୁଥିବା ଲୋକଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଆଜି ପର୍ଯ୍ୟନ୍ତ ଖୋଲା ଯାଇନଥିବା ବେଳେ ଲଣ୍ଡାଗାଁ ପଞ୍ଚାୟତ ଉପରେ ନିର୍ଭର କରୁଥିବା ଲୋକ ଟୋପାଏ ପିଇବାପାଣି ପାଇଁ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସି। ସରକାର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଓ ଖବରକାଗଜ ରେ ତାତି ବଢିବାର ପୂର୍ବାନୁମାନ କରିବା ସହ ସବୁ ପଞ୍ଚାୟତ ଓ ସହର ବଜାର ଓ ରାସ୍ତା କଡରେ ପିଇବା ପାଣି ପାଇଁ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ନିର୍ଦ୍ଦେଶକୁ ଫୁ କରୁଥିବା ଏହି ଲଣ୍ଡାଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏନେଇ ସରପଞ୍ଚ ତୁଳସୀ ଝଙ୍କାର ଙ୍କୁ ପଚାରିବାରୁ ସେ ଏନେଇ କିଛି ଉତ୍ତର ନ ଦେଇ ଫୋନଟିକୁ କାଟିଦେଇଥିଲେ। ଜଳଛତ୍ର ସହ ପିଇବା ପାଣିର ସମସ୍ୟା ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭକରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ସହ ମୈାଖିକ ଭାବେ କହି ଆସୁଥିଲେ ସୁଦ୍ଧା ପାଣିର ସୁବିଧା କରିବା ଓ ନଳକୂପ ମରାମତି କରିବାର ଦେଖିବାକୁ ମିଳୁନଥିବା ବିଷୟ ଅଞ୍ଚଳ ବାସୀଙ୍କ ତରଫରୁ ଅଭିରାମ ରଣା, ରାଜେନ୍ଦ୍ର ମାଲିକ୍, ମୋତିଲାଲ ରଣା,ଟଙ୍କଧର ରଣା,କବିରାଜ ରଣା ,ସଦାନନ୍ଦ କୁଦେଇ ପ୍ରମ୍ମୁଖ ଅଭିଯୋଗ କରିଛନ୍ତି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତିଙ୍କ କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସାଧାରଣ ସଭା ଓ ନୂତନ କମିଟି ଗଠନ

masiha

ଜାମ୍ବଗୁଡା ଛକରେ ବାଇକ ଦୁର୍ଘଟଣା ହୋଇ ଚାଳକ ମୃତ

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରି ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!