ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବହିନ୍ଦୁ ପରିଷଦ ର ପ୍ରଖଣ୍ଡ ସ୍ତରୀୟ ପ୍ରତିଷ୍ଠା ଦିବସ 

ବିଶ୍ବହିନ୍ଦୁ ପରିଷଦ ର ପ୍ରଖଣ୍ଡ ସ୍ତରୀୟ ପ୍ରତିଷ୍ଠା ଦିବସ 

  ମୟୂରଭଞ୍ଜ -୨୯/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଅନ୍ତର୍ଗତ ଗାମ୍ଭାରିଆ ସ୍ଥିତ ଶ୍ରୀହନୁମାନ ମନ୍ଦିର ରେ ବିଶ୍ବହିନ୍ଦୁ ପରିଷଦର ପ୍ରଖଣ୍ଡ୍ (ବ୍ଲକ୍) ସ୍ତରୀୟ ପ୍ରତିଷ୍ଠା ଦିବସ ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପାଳନ କରାଯାଇଛି l

    ବିଶ୍ବହିନ୍ଦୁ ପରିଷଦର ୬୦ବର୍ଷ ପୂର୍ତ୍ତି ଅବସରରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ” ଷଷ୍ଠୀ ପୂର୍ତ୍ତି ” କାର୍ଯ୍ୟକ୍ରମ ହିସାବରେ ଏହାକୁ ଧୁମଧାମରେ ସାରା ବିଶ୍ବରେ ପାଳନ କରୁଥିବା ବେଳେ ବହଳଦା ରେ ମଧ୍ୟ ବିଧିବିଧାନ ର ସହିତ ପାଳନ କରାଯାଇଛି।

ବିଭାଗ ସମ୍ପାଦକ ମଧୁସୂଦନ ଦାସ ଙ୍କ ମାର୍ଗ ଦର୍ଶନ ରେ ଅନୁଷ୍ଠିତ ପ୍ରତିଷ୍ଠା ଓ ବଳିଦାନ ଦିବସରେ ଅତିଥି ଭାବେ ମୟୂରଭଞ୍ଜ ଏବଂ କେନ୍ଦୁଝର ବିଭାଗ ସଙ୍ଗଠନ ମନ୍ତ୍ରୀ ସତ୍ୟ ରଞ୍ଜନ କାର୍ଜି, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ମନୋରଞ୍ଜନ ମହାନ୍ତ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯକାରୀ ସଭାପତି ଆଇନଜୀବୀ ନନ୍ଦ କିଶୋର କିସ୍କୁ,ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ମୃତ୍ୟୁଞ୍ଜୟ ପାଲ୍, ପ୍ରଖଣ୍ଡ ପ୍ରଭାରୀ ଶିବୁ ସାହୁ, ଚୂଡ଼ାମଣି ଗୁରୁଜୀ ଉପସ୍ଥିତ ଥିଲେ ।

   ଏହି ଅବସରରେ ବିଭାଗ ସମ୍ପାଦକ ମଧୁସୂଦନ ଦାସ ଦୀପ ପ୍ରୋଜ୍ଜଳନ କରି ଉତ୍ସବ ର ଉଦ୍ଘାଟନ କରିଥିବା ବେଳେ ସତ୍ୟରଞ୍ଜନ କାର୍ଜୀ ପୂଜା କର୍ମ ସମ୍ପନ୍ନ କରିଥିଲେ।

   ବିଭାଗ ସଙ୍ଗଠନ ମନ୍ତ୍ରୀ ଶ୍ରୀଯୁକ୍ତ କାର୍ଯୀ ବିଶ୍ବହିନ୍ଦୁ ପରିଷଦ ର ପ୍ରତିଷ୍ଠା, କାର୍ଯ୍ୟକ୍ରମ ଏବଂ ହିନ୍ଦୁ ସମାଜ ପାଇଁ ସଙ୍ଗଠନ ର ଆବଶ୍ୟକତା ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିବା ବେଳେ ବିଭାଗ ସମ୍ପାଦକ ଶ୍ରୀଯୁକ୍ତ ଦାସ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆତ୍ମଜୀବନୀ, ସମାଜ ପାଇଁ ତାଙ୍କ ସେବା ଏବଂ ତାଙ୍କ ବଳିଦାନ ସମ୍ବନ୍ଧରେ କଥା ରଖିଥିଲେ।

  ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ସଫଳ କରାଇବାରେ ବିଶ୍ବହିନ୍ଦୁ ପରିଷଦ ଗମ୍ଭାରୀଆ ଗଂଭାରିଆ ଖଣ୍ଡ ର ସାମସୁ ମହାନ୍ତ, ହିରୋ ମହାନ୍ତ,ହାଇଗ୍ରିବ ମହାନ୍ତ, ସନୁ ମହାନ୍ତ, ଅସିତ୍ ମହାନ୍ତ,ଥିଲୁ ଗୋରାଇ, ପୋକଲୋ ରାଜ, ବିକାଶ ଗରାଇ, ବିରଞ୍ଚି ମହାନ୍ତ, କଲ କରୁଆ,ଟିକି ମଣ୍ଡଳ, ଚିନୁ ମହାନ୍ତ, ପରକ୍ଷିତ୍ ମହାନ୍ତ, ଚନ୍ଦନ ଗୋରlଇ,ବିକି ସର୍ଦ୍ଦାର, ରୁପକୁମାର ରାଜ, ସୁମନ୍ତ ମହାନ୍ତ ସମେତ ଗଂମ୍ଭାରିଆ ର ଜନ ସାଧାରଣ ସହଯୋଗ କରିଥିଲେ l

  କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ପୁରୁଷ, ବାଳକ, ବାଳିକା ଉପସ୍ଥିତ ରହି ସାମୁହିକ ଶ୍ରୀହନୁମାନ ଚାଳିଶା ପାଠ କରିଥିଲେ। ସଭିଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ , ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା 

masiha

ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ

masiha

Leave a Comment

error: Content is protected !!