ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚକୋଟିଆ ଭୁଞ୍ଜିଆ ଜନଜାତି ଙ୍କୁ ବନାଞ୍ଚଳ ରେ ବସତି ଜମି ର ଅଧିକାର ମିଳିଲା 

ଚକୋଟିଆ ଭୁଞ୍ଜିଆ ଜନଜାତି ଙ୍କୁ ବନାଞ୍ଚଳ ରେ ବସତି ଜମି ର ଅଧିକାର ମିଳିଲା 

ନୂଆପଡା,ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ ଅନୁଯାୟୀ ନୂଆପଡା ଜିଲ୍ଲା ସ୍ତରୀୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବନଖଣ୍ଡ(ପ୍ରାନ୍ତୀୟ) ଖଡ଼ିଆଳ , ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସୁନାବେଡା, ନୂଆପଡା, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ, ସଦସ୍ୟା ତନୟା ଶବର ଏବଂ ଶ୍ରୀମତି ସ୍ମୃତି ସିଂହ ମାଝୀ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ ୪୩୭ ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଆବେଦନ , ୦୪ ଟି ଗୋଷ୍ଠି ଗତ ଅଧିକାର, ୦୨ ଟି ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ଆବେଦନ, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଚକୋଟିଆ ଭୁଞ୍ଜିଆଙ୍କ ବସତି ଅଧିକାର ତଥା ଗୋଟିଏ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହାର ପ୍ରସ୍ତାବ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। 

ତନ୍ମଧ୍ୟରୁ ୮୦ ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଆବେଦନ, ଗୋଟିଏ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆବେଦନ, ଦୁଇଟି ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ଆବେଦନ, ଗୋଟିଏ ବସତି ଅଧିକାର ଆବେଦନ ଏବଂ ଗୋଟିଏ ଜଙ୍ଗଲ ଜମି କୁ ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ଵ୍ୟଵହାର ପ୍ରସ୍ତାବ ସର୍ବସମ୍ମତିକ୍ରମେ ବୈଠକ ରେ ଅନୁମୋଦନ କରାଗଲା ।

ସୁନାବେଡା ଅଞ୍ଚଳରେ ୩୫ ଗୋଟି ବସତିରେ ବସବାସ କରି ଆସୁଥିବା ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ର ୧୨୬୮ ଟି ପରିବାରର ୫୦୬୨ ଜଣ ଜନଜାତିର ବ୍ୟକ୍ତି ସମୁହଙ୍କୁ ଉକ୍ତ ବସତି ଅଧିକାର ସ୍ବୀକୃତି ଅନୁମୋଦନ କରାଗଲା। ଦିର୍ଘ ବର୍ଷର ପ୍ରତୀକ୍ଷା ପରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଜଙ୍ଗଲରେ ବସତି ଜମି ର ଅଧିକାର ମିଳିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ରେ କୈ।ଶଳ ବିକାଶ ରଥ ‌

Sunil Chandra Nayak

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ମୃତି ଚାରଣ ସଭା

ହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ଆଇଆରଡିଏମଏସ ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

masiha

Leave a Comment

error: Content is protected !!