ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

ଜୁନାଗଡ଼ ୧୦/୪-(ମନୀସ)ଜଣେ ଅସହାୟ ବୃଦ୍ଧା ଙ୍କୁ ଆଶ୍ରୟ ଦେଇ ସହଯୋଗ ର ହାତ ବଢ଼େଇଛନ୍ତି ଦାସିଗାଁ ରାଜସ୍ବ ନିରୀକ୍ଷକ l ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ଛେଣ୍ଡିଆ ପଂଚାୟତ ଚିକିଲି ଗ୍ରାମର ତୁଳସା ଗହୀର (୭୬)ବର୍ଷ ବୟସ ନିଜର ସ୍ୱାମୀ କୁ ହରାଇ ଗତ ୨୦୨୦ମସିହାରୁ ଗ୍ରାମର ଏକ କୋଣରେ ଏକ ଝାଟି ମାଟି କୁଡ଼ିଆରେ ଅତି ଦୟନୀୟ ଭାବରେ ରହୁଥିଲେ l ନିଜର କୌଣସି ପୃଷ୍ଠପୋଷକ ନ ଥିବାରୁ ଲୋକଙ୍କୁ ଆଶ୍ରା କରି କେତେବେଳେ କାଁ ଭାଁ ପେଟ କୁ ଦାନା ଦେଉଥିଲେ l ଗତ ୨୦୨୨ମସିହାରେ ହିମାଂଶୁ ଶେଖର ପଣ୍ଡା ଦାସିଗାଁ ରାଜସ୍ବ ନିରୀକ୍ଷକ ଭାବେ ଯୋଗଦାନ କରିଥିଲେ l ନିଜର କ୍ଷେତ୍ର ପରିଦର୍ଶନ ସମୟ ରେ ଏହି ବୃଦ୍ଧା ଜଣଙ୍କର ଏପରି ଦୟନୀୟ ଅବସ୍ଥା ଦେଖିବାକୁ ପାଇଥିଲେ l ଏପରି ହୃଦୟ ବିଦାରକ ଘଟଣା ତାଙ୍କୁ ମ୍ରିୟମାଣ କରିଥିଲା l ଏହା ପରେ ବୃଦ୍ଧା ଜଣଙ୍କ ର ଥଇଥାନ କରିବାର ନିଷ୍ପତି ନେଇଥିଲେ l ସେହି ଝାଟି ମାଟି କୁଡ଼ିଆରୁ ବୃଦ୍ଧା ଙ୍କୁ ଉଦ୍ଧାର କରି ମୁଣ୍ଡୁରାଗୁଡା ପୁରୁଣା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯାଳୟ ରେ ଥଇଥାନ କରିଥିଲେ l ସେହିଦିନ ଠାରୁ ସେଠାରେ ରାଜସ୍ବ ନିରୀକ୍ଷକ ହିମାଂଶୁ ଶେଖର ପଣ୍ଡା ବୃଦ୍ଧା ଜଣଙ୍କ ର ସେବା ଯତ୍ନ ଏବଂ ଖାଦ୍ୟ ପେୟ ଦାୟିତ୍ୱ ନେଇ ଆସୁଛନ୍ତି l ଜୁନାଗଡ଼ ବି ଡି ଓ ଙ୍କୁ ଅନୁରୋଧ କରି ବୃଦ୍ଧା ଜଣଙ୍କର ରାସନ କାର୍ଡ ଏବଂ ଭତ୍ତା କାର୍ଡ କୁ ଦାସିଗାଁ ପଂଚାୟତ କୁ ସ୍ଥାନାନ୍ତରିତ କରି ବୃଦ୍ଧା ଙ୍କୁ ସୁବିଧା ଯୋଗେଇ ଦେଇଛନ୍ତି l ସେହିପରି ପୂର୍ବତନ ଜୁନାଗଡ଼ ତହସିଲଦାର ସୁଦୀପ୍ତ ମହାନ୍ତି ଙ୍କୁ ଅନୁରୋଧ କରି ବୃଦ୍ଧା ଙ୍କ ନାମ ରେ ଚାରି ଡ଼ିସିମିଲ ଘର ଡିହ ପଟ୍ଟା ପ୍ରଦାନ କରିଛନ୍ତି l ବର୍ତମାନ ବୃଦ୍ଧା ଜଣ କ ରଜସ୍ୱ ନିରୀକ୍ଷକ ଙ୍କ ଉଦାର ପଣିଆ ଯୋଗୁ ଥଇଥାନ ହୋଇଥିବା ସେ ନିଜେ କହୁଥିବା ବେଳେ ବର୍ତମାନ ଏକ ଇନ୍ଦିରାବାସ ଗୃହ ନିଜ ନାମରେ ସରକାର ଯୋଗାଇ ଦେଲେ ମୁଁ ମୋର ଜୀବନ କାଳ ବିତେଇ ବା ସହ ଉପକୃତ ହୋଇପାରିବି ବୋଲି ସରକାର ଙ୍କ ଠାରେ ବିନମ୍ର ଅନୁରୋଧ କରିଛନ୍ତି l ଏଣୁ ଏଥିପ୍ରତି ବ୍ଲକ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି ବୃଦ୍ଧା ଙ୍କୁ ଏକ ଇନ୍ଦିରାବାସ ଗୃହ ଯୋଗେଇଦେବାକୁ ସାଧାରଣରେ ଦାବୀ ହେଉଅଛି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ

masiha

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ବୈଠକ

masiha

Leave a Comment

error: Content is protected !!