ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ମ,ରାମପୁର ର ବିଇଓ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ମ,ରାମପୁର ର ବିଇଓ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା

ମ.ରାମପୁର,୮/୯( ମସୀହା): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ ଏମ୍ ରାମପୁର ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ଗୁରୁ ଦିବସ ଅବସର ରେ ପୂରଣ ହେବା ନେଇ ଆଶା ବାନ୍ଧିଥିଲେ ଶିକ୍ଷକ ବୃନ୍ଦ । କିନ୍ତୁ ରାଜ୍ୟ ସରକାର ଏଥି ପ୍ରତି କୌଣସି ଧ୍ୟାନ ଦେଇ ନ ଥିବାରୁ ଆଜି ସାରା ଓଡ଼ିଶା ର ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଗଣ ଧାରଣା ରେ ବସିଥିଲେ । ସଂଘ ର ସଭାପତି ବିଭୁତି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ମାନେ ଆଜି ଧାରଣା ରେ ବସିଥିଲେ । ତିନି ଦଫା ଦାବି ଯଥା ରାଜ୍ୟ ସରକାର ଠିକା ଉଛେଦ କରି ଥିବା ରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟ ରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରୀମେଣ୍ଟ ଦେଇ ମୂଳ ଚାକିରି ରେ ଗଣନା କରାଯାଉ ତଥା ବିଦ୍ୟାଳୟ ରେ ଥିବା ଗଣଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ଯତା ଦିଆଯାଉ l ରାଜ୍ୟ ରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନିତି କୁ , ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବା ରୁ ତଥା ମୂଳ ପଦବୀ ଯୋଗ୍ୟତା ରେ ପରିବର୍ତନ ହୋଇଥିବାରୁ ରାଜ୍ୟ ରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୂଳ ବେତନ ଲେବୁଲ- ୯ କେନ୍ଦ୍ର ହାରରେ ଗ୍ରେଡ ପେ ୪୨୦୦ ଶହ କରାଯାଉ l ନୂତନ ପେନସନ ବ୍ୟବସ୍ଥା କୁ ଉଛେଦ କରି ପୁରୁଣା ପେନସନ କୁ ପୁନଃ ପ୍ରଚଳନ କରିବା ନେଇ ଦାବି କରିଛନ୍ତି । ଏଥିରେ ବିରେନ୍ଦ୍ର କୁମାର ରଥ, ମୁକେଶ ହୋତା, ମୋହନ ନାଏକ, ଶିବ ଶଙ୍କର ପଣ୍ଡା, ପ୍ରତାପ ନାଏକ, ପ୍ରଫୁଲ୍ଲ ସାହୁ, ମଧୁ ସୂଦନ ସିଂହ, ବନମାଳୀ ମହା ଖୁଡ଼, ତ୍ରିଲୋଚନ ମହା ଖୁଡ଼, କୁନୁ ରଥ, ଶିରିଶ କାନ୍ତ ପଣ୍ଡା, ମୃତ୍ୟୁଞ୍ଜୟ ପୁଟେଲ, ସୁବୋଧ ଛତ୍ରିଆ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ର ପଞ୍ଚମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ

masiha

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

ଉଦଘାଟିତ ହେଲା କଳାକାର ଗୃହ

masiha

Leave a Comment

error: Content is protected !!