ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୌଡ଼ଛେଣ୍ଡିଆ ଗ୍ରାମରେ ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

ଗୌଡ଼ଛେଣ୍ଡିଆ ଗ୍ରାମରେ ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

ଧର୍ମଗଡ଼, ୧୦/୪ (ମନୀ ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଗୌଡ଼ ଛେଣ୍ଡିଆ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣାୟ ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଗୁରୁବାର ଦିନ ଠାରୁ ଚାଲୁରହିଛି | ବୁଧବାର ଦିନ ଅପରାହ୍ନ ୩ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା, ଗ୍ରାମ ତଥା ଅଞ୍ଚଳ ର ଶତାଧ‌ିକ ପୁରୁଷ ମହିଳା ଏକତ୍ରିତ ହୋଇ ବହୁ ଆନନ୍ଦ ଉଲ୍ଲାସରେ ଆଧ୍ୟାତ୍ମିକ ବାତାବରଣରେ ଘଣ୍ଟ ଶଙ୍ଖ, ହୁଳହୁଳି ସହିତ ଭଜନ କୀର୍ତ୍ତନ ସହ ଗ୍ରାମର ପୋଖରୀ କୁ ଯାଇ ୧୦୮ ଜଳପୂର୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଏହି ଷୋହଲ ପ୍ରହର ନାମ ଯଜ୍ଞର କର୍ତ୍ତା ମନ୍ଦ୍ରିକା ଝାଙ୍କର ଓ ଶ୍ରୀଯୁକ୍ତ ଭୁରିଶ୍ରଭା ଝାଙ୍କର ରହିଥିବା ବେଳେ ମୁଖ୍ୟ ପୂଜକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ବେହେରା ପୂଜାକାର୍ଯ୍ୟ ଦାଇତ୍ଵ ନିର୍ବାହ କରୁଛନ୍ତି | ଗ୍ରାମର ସମସ୍ତ ଲୋକେ ସହଯୋଗ କରୁଛନ୍ତି ଶନିବାର ଦିନ ନାମଯଜ୍ଞ ସମାପନ, ଘ.୯ ନଗରପରିକ୍ରମା, ଦହିହାଣ୍ଡି ଭଗ୍ନ ଓ ଦିବା ଘ.୧.ରେ ପ୍ରସାଦସେବନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି |ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଅସ୍ଥାହି ଦୋକାନ ବଜାର ଯୋଗୁଁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଯୋଗୁଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇ ପଡିଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା : ପିକଅପ ଦୁର୍ଘଟଣା…. ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

masiha

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

masiha

କିଡନୀ ରୋଗରେ ପୀଡିତ ଗଙ୍ଗାଧରଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଦରଦୀ ବନ୍ଧୁ ଫାଉଣ୍ଡେସନ

masiha

Leave a Comment

error: Content is protected !!