ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୃଥକ ଦୁର୍ଘଟଣା ରେ ୫ ଆହତ ୧ ଗୁରୁତ୍ତର 

ପୃଥକ ଦୁର୍ଘଟଣା ରେ ୫ ଆହତ ୧ ଗୁରୁତ୍ତର 

ଡାବୁଗାଁ, ୧୦/୪ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ୨ ଟି ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣ ଆହତ ଓ ୧ ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ:- ଆଜି ସନ୍ଧ୍ୟା ପ୍ରାୟ ୭ ଘ. ସମୟରେ ଡାବୁଗାଁ –ଉମରକୋଟ ମୁଖ୍ୟ ରାସ୍ତାରେ ଡାବୁଗାଁ ରୁ ଉମରକୋଟ ଅଭିମୁଖେ ଏକ ମୋଟର ସାଇକେଲ ନଂ ଓଡି ୨୪ ଡି ୭୩୭୬ ଯୋଗେ ଉମରକୋଟ ର ଅରବିନ୍ଦ ସରକାର (୪୮) ଫେରୁଥିବା ବେଳେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଭାରସାମ୍ୟ ହରାଇ ରାସ୍ତା କଡକୁ ପଡିଯାଇଥିଲା | ଖବରପାଇ ଡାବୁଗାଁ ଅଗ୍ନିସମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେହିପରି ରାତ୍ର ପ୍ରାୟ ୮ ଘ. ସମୟରେ ଡାବୁଗାଁ – ବୋରିଗାଁ ମୁଖ୍ୟ ରାସ୍ତାରେ କୋଡିଗାଁ ଥାନା ଅଧୀନ ଆଟିଗାଁ ଗ୍ରାମର ଜଗନ୍ନାଥ ହରିଜନ (୧୭), ସରନ ପୂଜାରୀ (୧୭) ଓ ମହେନ୍ଦ୍ର ସତନାମୀ (୧୪) ଏକ ମୋଟରସାଇକେଲ ଯୋଗେ ଡାବୁଗାଁ ରୁ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟରସାଇକେଲ ଯୋଗେ ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଗ୍ରାମର ମଧୁ ମାଝି (୨୫) ଓ ପୂର୍ଣ୍ଣ ହରିଜନ (୩୦) ଫେରୁଥିବା ବେଳେ ଧକ୍କା ହୋଇଥିଲା | ଫଳରେ ସମସ୍ତ ୫ ଜଣ ରାସ୍ତାରେ ପଡି ଆହତ ହୋଇଥିଲେ | ଖବରପାଇ ଡାବୁଗାଁ ଅଗ୍ନିସମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଜଗନ୍ନାଥ ହରିଜନ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ଜନ୍ମଜୟନ୍ତୀ ଅବସରରେ ଧର୍ମଗଡ କୋର୍ଟ ପରିସରରେ ସଫେଇ କାର୍ଯ୍ୟକ୍ରମ

masiha

ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳିତ 

masiha

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!