ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ପକ୍ଷ -୨୦୨୬ ଦଶମ ଦିବସ ରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ 

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ପକ୍ଷ -୨୦୨୬ ଦଶମ ଦିବସ ରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ 

 ଜଳେଶ୍ଵର,୧୦/୪(ମନିସ)-ଉତ୍କଳ ସମ୍ମିଳନୀ ଜଳେଶ୍ଵର ଶାଖା ପକ୍ଷରୁ ସୁଗୋ ପଞ୍ଚାୟତର କାଶିଡିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ସମ୍ମିଳନୀର ଓଡ଼ିଆ ପକ୍ଷ-୨୦୨୬ ପାଳନ ଦଶମ ଦିନରେ ‘ଲୋକ କଳା ପାଇଁ ଦିନଟିଏ’ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାସ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଭାବରେ ଉତ୍କଳ ସମ୍ମିଳନୀ ଜଳେଶ୍ଵର ଶାଖାର ସଭାପତି କମଳ ଚକ୍ରବର୍ତ୍ତୀ, ମୁଖ୍ୟବକ୍ତା ଭାବରେ ପୂର୍ବତନ ଅଧ୍ୟକ୍ଷ କମଳା କାନ୍ତ ଚାନ୍ଦ, ଉପସଭାପତି ଡଃ ଅଜିତ କୁମାର ମହାନ୍ତି ଓ ଅଶୋକ କୁମାର ଦାସ,ଜଳେଶ୍ଵର କଳା ଓ କଳାକାର ବିକାଶ ପରିଷଦର ସଭାପତି ଚନ୍ଦ୍ର ମୋହନ ରାଉଳ, ରୀନା ରାଣୀ ରାଉଳ,ରାଜ କୁମାର ରାଉଳ, ସମ୍ପାଦକ ମନୋରଞ୍ଜନ ଦାସ ଓ ଅନ୍ୟ କଳାକାର ମାନେ ଲୋକ କଳା ସମ୍ପର୍କରେ ଆଲୋଚନା କରିଥିଲେ।ଏବେ ଲୋକ କଳା ବିଲୋପ ହେବାକୁ ବସିଲାଣି। ଦାସକାଠିଆ,ଚଢ଼ିଆ ଚଢିଆଣୀ,ପାଲା, ଷଷ୍ଠୀ ଘର,ଓଷା ପାଲା ପ୍ରଭୂତି ଲୋକ କଳା ଲୋପ ପାଇବାକୁ ବସିଲାଣି। ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ। ଆମ ସଂସ୍କୃତି ରକ୍ଷା ଦିଗରେ ଲୋକ କଳା ତିଷ୍ଠି ରହିବା ଏକାନ୍ତ ଆବଶ୍ୟକ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଆୟୋଜିତ ସଭାରେ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ସବିତା ଭୂୟାଁ ଏକ ସୁନ୍ଦର ଭଜନ ପରିବେଷଣ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା।ଛାତ୍ରୀ ପ୍ରିୟଙ୍କା ଦାସ ମଞ୍ଚ ଆମନ୍ତ୍ରଣ କରିଥିଲେ। ଛାତ୍ରୀ ପ୍ରିୟଙ୍କା ଦାସ, ଏଥିରେ ୮୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଚନ୍ଦ୍ର ମୋହନ ରାଉଳଙ୍କ ସମେତ ସମସ୍ତ କଳାକାର ମାନଙ୍କୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ପରିଚାଳନା କମିଟିର ସଭାପତି ସଞ୍ଜୀବ କୁମାର ସେନାପତି, ସହକାରୀ ଶିକ୍ଷୟିତ୍ରୀ ମାଳବିକା ଗିରି, ବିଶ୍ୱ ଭାରତୀ ପାତ୍ର, ମଧୁମିତା ଜେନା, ଅନିତା ଦାସ, ରାଜୀବ କୁମାର ସେନାପତି, ବିରେନ୍ଦ୍ର ଜେନା, ବରେନ୍ଦ୍ର ଘଡେଇ, ନିମାଇଁ ଚରଣ ଜେନା, ସନ୍ଧ୍ୟା ରାଣୀ ଧଳ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Related posts

” ଶିକ୍ଷକମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହେବ” : ରାଜ୍ୟପାଳ

Sunil Chandra Nayak

ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟା ,ବାଉଲ ଗୀତରେ ଝୁମିଲେ ଦର୍ଶକ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!