ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଋଷିଆ ବିଶ୍ୱ ଯୁବ ସମ୍ମିଳନୀରେ ଯୋଗ ଦେବେ ଓଡ଼ିଆ ପୁଅ ମହେନ୍ଦ୍ର 

ଋଷିଆ ବିଶ୍ୱ ଯୁବ ସମ୍ମିଳନୀରେ ଯୋଗ ଦେବେ ଓଡ଼ିଆ ପୁଅ ମହେନ୍ଦ୍ର 

ନବରଙ୍ଗପୁର:(୨୭|୨) ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ମହେନ୍ଦ୍ର କୁମାର ନାୟକଙ୍କୁ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଆଦେଶରେ ଅନୁଷ୍ଠିତ ୟୁଥ ସିଟି “ସୋଚି” ଠାରେ ହେବାକୁ ଥିବା ବିଶ୍ୱର ସବୁଠାରୁ ବଡ ଯୁବ କାର୍ଯ୍ୟକ୍ରମ “ବିଶ୍ୱ ଯୁବ ସମ୍ମିଳନୀ-୨୦୨୪” ରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବାକୁ ରୁଷିଆ ସରକାର ତଥା ଫେଷ୍ଟିଭାଲ ଡାଇରେକ୍ଟୋରେଟ ପକ୍ଷରୁ ନିମନ୍ତ୍ରଣ ଆସିଛି I ସ୍ବେଛାସେବୀ, ଆନ୍ତର୍ଜାତିକ ସହଯୋଗ, ବ୍ୟବସାୟ, ଗଣମାଧ୍ୟମ, ଶିକ୍ଷା, ସଂସ୍କୃତି, କ୍ରୀଡା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ୧୮୮ଟି ଦେଶରୁ ଆସିଥିବା ୩୦୯୫୪୨ ଆବେଦନ ପତ୍ରରୁ ଚୟନ ହୋଇଥିବା ଜଣାପଡିଛି I ୧୮ ରୁ ୩୫ ବୟସର ୧୮୮ଟି ଦେଶରୁ ୧୦ ହଜାର ଓ ରୁଷିଆରୁ ୧୦ ହଜାର ଯୁବ ପ୍ରତିଭାଙ୍କୁ ନେଇ ଉତ୍ସବ ଆୟୋଜିତ ହେଉଥିବା ଏହି ଉତ୍ସବରେ ମହେନ୍ଦ୍ର ଆନ୍ତର୍ଜାତୀୟ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, କୃଷି, ମାନବିକ ଅଧିକାର ଓ ସ୍ଥାୟୀ ବିକାଶ ଲକ୍ଷ୍ୟର ଉନ୍ନତି ଉପରେ ବିଶେଷ ଆଲୋଚନାରେ ଯୋଗଦେବେ “ଆନ୍ତର୍ଜାତୀୟ ବ୍ୟବସାୟରେ ଭାରତୀୟ ଯୁବକଙ୍କ ଅବଦାନ ଓ ବିଶ୍ୱଶାନ୍ତି ନିମନ୍ତେ ଯୁବସମାଜର ଭୂମିକା” ଉପରେ ନିଜର ବକ୍ତବ୍ୟ ରଖିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି I ଏହି କାର୍ଯ୍ୟକ୍ରମରେ ୧୦୦ଟି ଦେଶର ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଯୁବ ରାଜନୀତିଜ୍ଞ, ଶିଳ୍ପପତି, କ୍ରୀଡ଼ାବିତ, ସମାଜସେବୀ, ସେଲିବ୍ରିଟି ଯୋଗଦେବେ ବୋଲି ସୂଚନା ମିଳିଛି I ‘ବସୁଧୈବ କୁଟୁମ୍ବକମ୍‌’ ବିଷୟବସ୍ତୁକୁ ନେଇ ଭାରତୀୟ ଯୁବଗୋଷ୍ଠୀ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ମାଧ୍ୟମରେ ଏହି ସମ୍ମିଳନୀରେ ଯୁବପିଢିଙ୍କ ମାଧ୍ୟମରେ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ବାର୍ତ୍ତା ଦେବେ ଏବଂ ବର୍ତ୍ତମାନର ପିଢି ଓ ଆଗାମୀ ପିଢି କିଭଳି ସମାଜରେ ନିରନ୍ତର ଶାନ୍ତି ଓ ସୌହାର୍ଦ୍ଧ୍ୟ ଆଣିପାରିବେ ତାହା ଉପରେ ସ୍ବତନ୍ତ୍ର ସେସନ୍‌ ମାଧ୍ୟମରେ ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟଯେ, ମହେନ୍ଦ୍ର ପୂର୍ବରୁ ଭାରତର ୨୦ଟି ରାଜ୍ୟରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକରିବା ସହ ସଂଯୁକ୍ତରାଷ୍ଟ୍ର ସଙ୍ଘର ସ୍ବେଛାସେବୀ ରୂପେ ୬ ବର୍ଷ କାର୍ଯ୍ୟ କରିସାରିଛନ୍ତି ।ବର୍ତ୍ତମାନ ସେ ଆଦିବାସୀ ଅଂଚଳର ଜୀବନ ଜୀବିକା, ଲୋକନୀତି ଉପରେ ହରିୟାଣା ଠାରେ ଗବେଷଣାରତ I ଭାରତ ସରକାରଙ୍କ ସଂଖ୍ୟାଲଘୁ କମିସନର ଚେୟାରମ୍ୟାନ ଇକବଲ ସିଂ ଲାଲପୁରା, ସାଂସଦ ତେଜସ୍ୱି ସୂର୍ଯ୍ୟା, ବରୁଣ କାଶ୍ୟପଙ୍କୁ ମଧ୍ୟ ଦିଲ୍ଲୀ ଠାରେ ଭେଟିଥିବା ସୂଚନା ମିଳିଛି I

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନେହେରୁ ଯୁବ କେନ୍ଦ୍ର, ରାୟଗଡା ଦ୍ୱାରା ଜିଲ୍ଲା ସ୍ତରୀୟ ଯୁବ ପଡୋଶୀ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

ବ୍ରହ୍ମପୁର ବାଣିଜ୍ୟ ମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!