ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଲୁକ ଆଇନ ସେବା ସମିତିର ପଦକ୍ଷେପ: ନିଶା ଦୁର୍ବ୍ୟବହାର ରୋକିବାକୁ ସଚେତନତା ଅଭିଯାନ

ତାଲୁକ ଆଇନ ସେବା ସମିତିର ପଦକ୍ଷେପ: ନିଶା ଦୁର୍ବ୍ୟବହାର ରୋକିବାକୁ ସଚେତନତା ଅଭିଯାନ

ଧର୍ମଗଡ଼ :ଅନ୍ତର୍ଜାତୀୟ ନିଶା ଔଷଧ ଦୁର୍ବ୍ୟବହାର ଓ ବେଆଇନ ଚାଲାଣ ବିରୋଧୀ ଦିବସ ଅବସରରେ ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନିଶା ଔଷଧର ଦୁର୍ବ୍ୟବହାର, ବେଆଇନ ଚାଲାଣ ଓ ଏହାର ସାମାଜିକ କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବକାରୀ ନିରୀକ୍ଷକ ଅରୁଣ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ, ତାଲୁକ ଆଇନ ସେବା ସମିତିର ସଦସ୍ୟ ତଥା ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ, ପାନେଲ ଓକିଲ ବିନୋଦ କୁମାର ନାଏକ, ରିଟେନର ସଂଯୁକ୍ତା ପଣ୍ଡା ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଅବକାରୀ ନିରୀକ୍ଷକ ଶ୍ରୀ ଯୋଶୀ ନିଶା ଔଷଧ ସେବନର କୁପ୍ରଭାବ, ବେଆଇନ ଚାଲାଣର ଆଇନଗତ ପରିଣାମ ଓ ସମାଜ ଉପରେ ଏହାର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ସାମନ୍ତସିଂହାର ବର୍ତ୍ତମାନ ସମାଜରେ ବଢ଼ୁଥିବା ନିଶା ଔଷଧର ଦୁର୍ବ୍ୟବହାର ଏବଂ ଏହାର ସାମାଜିକ, ଆର୍ଥିକ ଓ ପାରିବାରିକ କୁପ୍ରଭାବ ଉପରେ ଆଲୋଚନା କରିଥିଲେ। ସଚେତନତା ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ ସମ୍ଭବ ବୋଲି ସେ କହିବା ସହ “ପାନ, ବିଡ଼ି ନୁହେଁ ଛୋଟିଆ ନିଶା; ଜଣା ପଡ଼େନାହିଁ, ଟାଣେ ପଇସା” ବୋଲି ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅନୁଷ୍ଠିତ ହେବ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ଉତ୍ସବ

masiha

ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦୋଷରେ ଖଲାସ।

Sunil Chandra Nayak

ରାଜ୍ୟସ୍ତରୀୟ ବିଶ୍ବ ରେକର୍ଡ ପାଳନ ମହୋତ୍ସବ , ସମ୍ବର୍ଦ୍ଧିତ ହେଲେ ରାଉରକେଲାର କବି କୁଞ୍ଜବିହାରୀ, ସୁଶାନ୍ତ, ସସ୍ମିତା ଓ ସୁଚିସ୍ମିତା

Sunil Chandra Nayak

Leave a Comment

error: Content is protected !!