ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୂପସା ନୀଳମଣି ମହାବିଦ୍ୟାଳୟ ରେ ଓଡିଆ ପକ୍ଷ ପାଳନ. ରକ୍ତ ଦାନ ଶିବର 

ରୂପସା ନୀଳମଣି ମହାବିଦ୍ୟାଳୟ ରେ ଓଡିଆ ପକ୍ଷ ପାଳନ. ରକ୍ତ ଦାନ ଶିବର 

ବସ୍ତା୯।୪(ମ ନି ସ)ରୂପସା ସ୍ଥିତ ନିଳମଣି ମହାବିଦ୍ଯାଳୟ ପରିସରରେ        ଓଡ଼ିଆ ପକ୍ଷ ପାଳନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି।ଏପ୍ରିଲ ୧ଠାରୁ ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଉତ୍କଳ ଦିବସ, ଗଣ ଦୌଡ, ପରିସ୍କାର ପରିଛ ନ୍ନତା, ପରିବେଶ ସୁରକ୍ଷା,ଓଡ଼ିଆରେ ଲିଖନ ଅଭିଯାନ, ରକ୍ତ ଦାନ ଶିବିର, ଆସ ବହିଟିଏ କିଣିବା, ରୁଚିପୂର୍ଣ୍ଣ ଓଡ଼ିଆଖାଦ୍ୟ, ଓଡ଼ିଆ ଭାଷାର ମହୋନୀୟତା, ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଆ ପକ୍ଷ ର ବିଶେଷ କାର୍ଯ୍ୟକ୍ରମ ରକ୍ତଦାନ ମହାପୂଣ୍ୟ ୮ତାରିଖ ଗୁରୁବାର ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ନୀଳମଣି ମହାବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପୁରାତନ ଛାତ୍ର ସଂସଦର ମାନ୍ୟବର ସଭାପତି ଜୟନ୍ତ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ଉଦଘାଟନ କରିଥିବାବେଳେ ସମାଜ ସେବି ଶ୍ରୀଧର ବେହେରା ମୁଖ୍ୟବକ୍ତା ଭାବରେ ରକ୍ତଦାନ ମହାଦାନ ଓଡ଼ିଶାରେ ରକ୍ତ ବିନା କେହି ମରିପାରିବେ ନାହିଁ ବୋଲି ସେ ମନ୍ତବ୍ୟ ରଖିଥିଲେ। ଛାତ୍ର ଛାତ୍ରୀ ଓ ସ୍ଵେଛା ସେବି ମାନେ ରକ୍ତ ଦାନ କରିଥିଲେ. ଓଡ଼ିଆ ପକ୍ଷ କମିଟି ର ସଂଯୋଜିକା କଳ୍ପନା ମଞ୍ଜରୀ ପାତ୍ର, ଅଧ୍ୟାପିକା ପିନାକ୍ଷୀ ପଣ୍ଡା., ବାସନ୍ତୀ ସାହୁ, ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଲାଖିରାମ ହାଁସଦା, ଭରତ ଦଳେଇ, ରଜତ ସେନାପତି, ରୁବିରାଣୀ ଦାସ, ଜୟନ୍ତ ମଲ୍ଲିକ, ନିରଞ୍ଜନ ମହାଳିକ, ଆଲୋକ ରଞ୍ଜନ ଦାସ, ସୂର୍ଯ୍ୟମଣୀ ନାୟକ, ଡ଼ ଶାନ୍ତନୁ ଜେନା, ଶ୍ରବଣ ନାୟକ, ଅମୀୟ ରଞ୍ଜନ ବେହେରା, ସତ୍ୟ ହାତୀ, ସତେନ୍ଦ୍ର ପାଲ, ବିଜୟ ବେହେରା,ପ୍ରମୁଖ ରକ୍ତ ଦାନର ମହତ୍ୱ ପ୍ରଦାନ କରିଥିଲେ. ଛାତ୍ରୀ ସ୍ମୃତି ସାଗରିକା, ଶ୍ରଦ୍ଧା, ସ୍ମାଇଲ, ସୁଭଦ୍ରା, ପ୍ରିୟଦର୍ଶିନୀ, ରିଙ୍କି ମାଈତି, ଆଦିଶ୍ମିତା ପ୍ରମୁଖ ରକ୍ତ ଦାନ ଶିବିରର ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ସିନାପାଲି ରେ ଶିଶୁ ମିତ୍ର ଥାନା ଲୋକାର୍ପିତ। ଶିଶୁ ଓ ମହିଳାଙ୍କ ସୁରକ୍ଷା କବଚ ସାଜିବ – ଏସପି 

Sunil Chandra Nayak

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା 

ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ

Sunil Chandra Nayak

Leave a Comment

error: Content is protected !!