ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

କାମାକ୍ଷାନଗର (ମସିହା )28/1/23 କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଓଡିଶା ରାଜ୍ୟ ଵିଦ୍ୟାଳୟ ସମୂହ କବାଡି,ଥ୍ରୋ-ଵଲ୍ ଏଵଂ ଵଲ୍‌-ଵ୍ୟାଡମିଣ୍ଟନ ପ୍ରତିଯୋଗିତା 2022-2023 ତଥା ଆୟୋଜକ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ଏବଂ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ-ଢେଙ୍କାନାଳ ଆନୁକୂଲ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଛନ୍ତି। ଉକ୍ତ ଉଦଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବରେ କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, କାମାକ୍ଷାନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ଓଡ଼ିଶା ଭଲିବଲ୍ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ଆଦିତ୍ୟ କୁମାର ଆଚାର୍ଯ୍ୟ ଙ୍କ ଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୋଭା ଵର୍ଦ୍ଧନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଭାପତିତ୍ଵ କରିଥିଲେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ।ସ୍ଵାଗତ ଗୀତିକା ପରିବେଷଣ କରିଥିଲେ କାମାକ୍ଷାନଗର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ।ଉକ୍ତ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ତା/28/01/2023 ଠାରୁ ଆରମ୍ଭ ହେଲା ଏବଂ ତା/01/02/2023 ରିଖ ଦିନ ଉଦଯାପିତ ହେବ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଦୀପ ଯଜ୍ଞ

masiha

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଫଳତା

ରାଇରଙ୍ଗପୁର ରେ ରଥଯାତ୍ରା ପ୍ରସ୍ତୁତି ବୈଠକ. ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପାଦନ ପାଇଁ ଉପଜିଲ୍ଲlପାଳ ଙ୍କ ଗୁରୁତ୍ୱlରୋପ. 

masiha

Leave a Comment

error: Content is protected !!