ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୯୦ତମ ଶ୍ରାଦ୍ଧ ଦିବସ ପାଳିତ

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୯୦ତମ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡ, ତା. ୪. ୨. ୨୦୨୪     ଆଜି ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ପ୍ରଗତି ପୁରୁଷ *କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ* ଙ୍କର ୯୦ତମ ଶ୍ରାଦ୍ଧବାର୍ଷିକୀ l ଉକ୍ତ ଶୁଭ ଅବସରରେ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ, ରାୟଗଡସ୍ଥିତ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପଟେଲ, ଜିଲ୍ଲା ଶିଳ୍ପକେନ୍ଦ୍ର, ରାୟଗଡର ଶିଳ୍ପ ବିକାଶ ଅଧିକାରୀ ତଥା ପୂର୍ବତନ ଛାତ୍ର ଶ୍ରୀ ସବ୍ୟସାଚୀ ସାହୁ ଏବଂ ଅନୁଷ୍ଠାନରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଏବଂ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟେଲ, ପୂର୍ବତନ ଛାତ୍ର ଶ୍ରୀ ସାହୁ ଏବଂ କତିପୟ ଅଧ୍ୟାପକ ସ୍ବର୍ଗତ ମଧୁସୂଦନ ଦାସଙ୍କର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମିତ୍ତ ମହାନ ତ୍ୟାଗ ଓ଼ ବଳିଦାନର ବଳିଷ୍ଠ କାହାଣୀ ସମ୍ବଦ୍ଧରେ ସ୍ମୃତି ଚାରଣ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓସା ର ୧୫ତମ ରାଜ୍ୟସମ୍ମିଳନୀ ରେ ପୁଣି ଚମକିଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

masiha

୧- ଦଶହରା ବଳଦ ଯାତ୍ରା ପାଇଁ ପ୍ରସ୍ତୁତି,୨- ହିନ୍ଦୋଳରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ର, ୩- ବିଜେଡ଼ି ତରଫରୁ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ ,୪- ପାଠକ ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ,୫- ଷଡ଼ଙ୍ଗୀ ଗାଁରେ ହାତୀ ଆତଙ୍କ,ଗଣେଶ ଭସାଣି ବେଳେ ପଶିଆସିଲେ ହାତୀ, ୬- ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ। “ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଦର୍ଶ ଗ୍ରାମ ଘଟିପିରି ଶୁଣ୍ଢି ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ୭- ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ , ୮- ପଣ୍ଡୁଆ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ବିପଦପୂର୍ଣ୍ଣ, ମରାମତି ଦାବି

Sunil Chandra Nayak

ସାନ ଚେରଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

Sunil Chandra Nayak

Leave a Comment

error: Content is protected !!