ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୯୦ତମ ଶ୍ରାଦ୍ଧ ଦିବସ ପାଳିତ

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୯୦ତମ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡ, ତା. ୪. ୨. ୨୦୨୪     ଆଜି ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ପ୍ରଗତି ପୁରୁଷ *କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ* ଙ୍କର ୯୦ତମ ଶ୍ରାଦ୍ଧବାର୍ଷିକୀ l ଉକ୍ତ ଶୁଭ ଅବସରରେ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ, ରାୟଗଡସ୍ଥିତ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପଟେଲ, ଜିଲ୍ଲା ଶିଳ୍ପକେନ୍ଦ୍ର, ରାୟଗଡର ଶିଳ୍ପ ବିକାଶ ଅଧିକାରୀ ତଥା ପୂର୍ବତନ ଛାତ୍ର ଶ୍ରୀ ସବ୍ୟସାଚୀ ସାହୁ ଏବଂ ଅନୁଷ୍ଠାନରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଏବଂ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟେଲ, ପୂର୍ବତନ ଛାତ୍ର ଶ୍ରୀ ସାହୁ ଏବଂ କତିପୟ ଅଧ୍ୟାପକ ସ୍ବର୍ଗତ ମଧୁସୂଦନ ଦାସଙ୍କର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମିତ୍ତ ମହାନ ତ୍ୟାଗ ଓ଼ ବଳିଦାନର ବଳିଷ୍ଠ କାହାଣୀ ସମ୍ବଦ୍ଧରେ ସ୍ମୃତି ଚାରଣ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

masiha

ଏ ଟି ଏମ ଅଚଳ ହୋଇ ଦଶ ଦିନ ହେଲା ଲୋକେ ଅନ୍ତସନ୍ତ ପଇସା ଉଠାଣ ପାଇଁ 

masiha

ନର୍ଲା ପାଇକ ପଡା ଠାରେ ମାଘ ମାହାତ୍ମ୍ୟ ପୂର୍ଣ୍ଣିମା ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!