ଜିଲ୍ଲାସ୍ତରୀୟ ଶକ୍ତି କ୍ଲବ୍ ତାଲିମ୍ ଶିବିର ଉଦ୍ଘାଟିତ
ରାଇରଙ୍ଗପୁର, ୧୧/୦୯/୨୦୨୬: ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ‘ସେଣ୍ଟର ଫର୍ ଏନଭାରୋନମେଣ୍ଟାଲ ଷ୍ଟୁଡିଜ୍’ (CES) ର ଯୁଗ୍ମ ଆନୁକୂଲ୍ୟରେ ‘ଏନର୍ଜି କ୍ଲବ୍’ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଏକଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଆଜି ସେପ୍ଟେମ୍ବର ୧୧ ତାରିଖରେ ରାଇରଙ୍ଗପୁର ସ୍ଥିତ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟଠାରେ ରାଇରଙ୍ଗପୁର, ବାହଳଦା, ବିଜାତଳା, ଜାମଦା, ବିଶୋଇ, କୁସୁମି, ତିରିଂ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଓଡିଶା ଆର୍ଦଶ ବିଦ୍ୟାଳୟ ମାନଙ୍କର ଏନର୍ଜି କ୍ଲବର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା ଶକ୍ତି ସଂରକ୍ଷଣ ଓ ସଚେତନତା ବାର୍ତ୍ତା ବିଦ୍ୟାଳୟ ସ୍ତରକୁ ନେବା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଏବଂ ଜିଲ୍ଲା ସାଇନ୍ସ ସୁପରଭାଇଜର ଜ୍ଞାନରଞ୍ଜନ ଆଚାର୍ଯ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ।
ଉକ୍ତ କାର୍ଯକ୍ରମ ରେ ରାଇରଙ୍ଗ ପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରିଶିପ୍ରଭା ମହାନ୍ତ, ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।ରିସୋର୍ସ ପର୍ସନ ନୟନ କୁମାର ଗିରି, ବସନ୍ତ କୁମାର ଦତ୍ତ, ଅତସି କୁଣ୍ଡୁ ପ୍ରମୁଖ (RPs) ମାନେ ବିଦ୍ୟାଳୟ ସ୍ତରରେ ‘ଏନର୍ଜି କ୍ଲବ’ର ସଫଳ ପରିଚାଳନା, କାର୍ଯ୍ୟକଳାପ ଏବଂ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାର ସରଳ ଓ ପ୍ରଭାବଶାଳୀ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

