ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନିଶିଳ୍ପ ଶ୍ରମିକ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଚିନିଶିଳ୍ପ ଶ୍ରମିକ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଆସିକା,୧୨/୯/୨୬ (ଶିବ ଶଙ୍କର ମିଶ୍ର ) ଦୀର୍ଘ ୧୫ ବର୍ଷରୁ ଅଧୂକ ଚିନି ଶିଳ୍ପରେ କାର୍ଯ୍ୟ କରିଥିବା ଏନଏମଆର କର୍ମଚାରୀଙ୍କ ଚାକିରିଙ୍କ ନିୟମିତ କରିବା ଦାବିରେ ଆଜିଠାରୁ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭକରିଛନ୍ତି। ଆଜି ଦିନ ତମାମ ଶ୍ରମିକ ସଂଘ ପକ୍ଷରୁ ଶିଳ୍ପର ମୁଖ୍ୟ ଗେଟ ସମ୍ମୁଖରେ ଧାରଣା ଦିଆଯାଇଛି। ଧାରଣାସ୍ଥଳରେ ସଂଘର ସଭାପତି ରାମକୃଷ୍ଣ ପଣ୍ଡା, ଉପସଭାପତି ପ୍ରଦୀପ ସେଠୀ, ଏଆଇଟିୟୁସିର ଅଳକା ମିଶ୍ର, ସଂଘ ସମ୍ପାଦକ ଦାମୋଦର ସିଅ, ବିଦେଶୀ ନାୟକ ଓ ନାରାୟଣ ଜେନା, ରାଜେନ୍ଦ୍ର ଦାସଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଶ୍ରମିକ ଉପସ୍ଥିତ ଥିଲେ । ଚାକିରି ନିୟମିତ,ଗତ ତିନି ବର୍ଷର ବୋନସ, ପ୍ରୋତ୍ସାହନ ରାଶି ଓ ପଦୋନ୍ନତି ଦାବିରେ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଅଧିକାରୀ ଆନ୍ଦୋଳନ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିନାହାନ୍ତି । ଏକାଧୂକ ବାର ଶ୍ରମିକଙ୍କୁ ପ୍ରତିଶ୍ରୁତି ଦେଇ ତାହା ପାଳନ ହେଉନଥିବାରୁ ଶ୍ରମିକମାନେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଶିଳ୍ପକୁ ବନ୍ଦ କରି ଧର୍ମଘଟର ଡାକରା ଦେଇଛନ୍ତି। ଗତ ମାର୍ଚ୍ଚ ୨୦୨୬ରେ ଶ୍ରମିକମାନେ କରିଥୁବା ଧର୍ମଘଟ ଦାବି ପୂରଣ ପ୍ରତିଶ୍ରୁତିପରେ ଶ୍ରମିକମାନେ ପ୍ରତ୍ୟାହାର କରିଥିଲେ। ଦାବି ପୂରଣ ନହେଲେ ଧର୍ମଘଟ କରିବା ନେଇ ସଂଘ ପକ୍ଷରୁ ଗତ ମାସ ୨୪ ତାରିଖରେ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ, ସମବାୟ ନିବନ୍ଧକ, ଗଞ୍ଜାମ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଶ୍ରମ ଅଧୂକାରୀ, ଆସିକା ସହକାରୀ ଶ୍ରମ ଅଧୂକାରୀ, ଆସିକା ଏସଡିପିଓ ଓ ଆସିକା ଥାନାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା।

Related posts

ରାଇରଙ୍ଗପୁରରେ ସ୍ବାମୀ ବିବେକାନନ୍ଦଙ୍କ ୧୭୨ ତମ ଜୟନ୍ତୀ ପାଳିତ

masiha

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ -୨୦୨୬ ଅନୁଷ୍ଠିତ 

Sunil Chandra Nayak

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍,  ଅର୍ଥ ଅଭାବରୁ ଅଧାରେ ଅଟକିଛି ନିର୍ମାଣ କାମ

Leave a Comment

error: Content is protected !!