ଧର୍ମଗଡ ରେ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ
ଧର୍ମଗଡ଼ :ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାର ଙ୍କ ତତ୍ୱାବଧାନରେ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ ୯ ଗୋଟି ମୋଟରଯାନ ଜନିତ ଦୁର୍ଘଟଣାର ଫଇସଲା କରାଯାଇ ହିତାଧିକାରୀ ମାନଙ୍କୁ ୧ କୋଟି ୧ ଲକ୍ଷ ୪୯ ହଜ଼ାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ୧୪ ଟି ଦେୱାନୀ ମକଦ୍ଧମା, ୮ଗୋଟି ବ୍ୟାଙ୍କ ଋଣ ଖିଲାପୀ ମକଦ୍ଧମା, ୩୦ ଗୋଟି ଫୌଜଦାରୀ ମକଦ୍ଧମା ର ସମାଧାନ କରାଯାଇଥିଲା।ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ୬ଟି ବ୍ୟାଙ୍କ ଋଣ ଖିଲାପି ଙ୍କ କେଶ ର ଫଇସଲା କରାଯାଇ ସମୁଦାୟ ୧୧ ଲକ୍ଷ ୮୧ ହଜାର ଟଙ୍କା ଆଦାୟକରାଯାଇଥିଲା । ସେହିଭଳି ରାଜସ୍ୱ ବିଭାଗ ରେ ସମୁଦାୟ ୧୮୫୧ ଟି କେଶ ର ସମାଧାନ କରାଯାଇ ୩୦ ହଜାର ୮ ଶହ ୯୩ ଟଙ୍କା ର ରାଜସ୍ବ ଆଦାୟ କରାଯାଇଥିଲା ଏହି ଲୋକ ଅଦାଲତ ମାଧ୍ୟମରେ ପ୍ରଥମ ଥରପାଇଁ ମୋଟର ଜନିତ ଦୁର୍ଘଟଣା କେଶ ନମ୍ବର ୫୧/୨୦୨୪ ରେ ହିତାଧିକାରୀ ଲମ୍ବୋଦର ନାଏକ ଏବଂ ଲଳିତ ନାଏକ ଙ୍କୁ ୫ଲକ୍ଷ ଟଙ୍କା ର କ୍ଷତିପୂରଣ ଆଦେଶରେ ତୁରନ୍ତ ଚେକ ପ୍ରଦାନ କରାଯାଇଥିଲା।ଉକ୍ତ ଲୋକ ଅଦାଲତ ରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି , ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢ଼ୀ,ସରକାରୀ ଓକିଲ ପ୍ରଶାନ୍ତ ତନ୍ତୀ, ବରିଷ୍ଠ ଆଇନଜୀବୀ ସମୀର କୁମାର ମୁଣ୍ଡ, ମିହିର ରଞ୍ଜନ ପଟ୍ଟଯୋଶୀ, ଶ୍ରୀମତୀ ସଂଯୁକ୍ତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟର କର୍ମଚାରୀ ଓ ଧର୍ମଗଡ ଓକିଲ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

