ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ, ସାମ୍ୱାଦିକ ମହଲରେ ଶୋକର ଛାୟା

ଶେଷକୃତ୍ୟ ସମ୍ପନ୍ନ

 ନବେ ଦଶକରେ ସେ କଳାହାଣ୍ଡିରେ ସମ୍ବାଦର ଜିଲ୍ଲା ପ୍ରତିନିଧି ଦାୟିତ୍ବ ରେ ଥିଲେ

ବରିଷ୍ଠ ସାମ୍ବାଦିକ ଗ‌ଜେନ୍ଦ୍ର ମହାରଣାଙ୍କର ଦେହାନ୍ତ ଘଟିଛି। ଗତକାଲି ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ୬୭ବର୍ଷ ହୋଇଥିଲା। କିଛି ଦିନ ପୂର୍ବରୁ ତାଙ୍କର ଶ୍ୱାସ ଜନିତ ସମସ୍ଯା ଦେଖାଦେଇଥିଲା। ଆବଶ୍ୟକ ଚିକିତ୍ସା  ପରେ ପୁଣି ସେ ତାଙ୍କର ବୃତ୍ତି ଗତ ଜୀବନକୁ ଫେରିଥିଲେ। ମାତ୍ର ଦୁଇଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ଯା ବିଗିଡି ବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ଘଟିଛି। ଏହି ସମୟରେ ତାଙ୍କ ପରିବାର ଓ ଆତ୍ମିୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କର ମରଶରୀରକୁ ପୁରୀ ସଦର ଭାରତୀପୁର ବାସଭବନକୁ ଅଣାଯାଇଥିଲା। ସେଠାରୁ ପୁରୀର ସମସ୍ତ ସାମ୍ବାଦିକ ମାନେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ବୃତ୍ତିଗତ କାର୍ଯ୍ଯାଳୟ ବଡଦାଣ୍ଡର ପ୍ରମେୟ ଓ ସମ୍ବାଦ କାର୍ଯ୍ଯାଳୟକୁ ନିଆଯାଇ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। 

ସେ ୧୯୮୪ ମସିହାରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ସେ ରାଜ୍ୟର ବିଭିନ୍ନ ଜିଲ୍ଲାରେ  କଳାହାଣ୍ଡି, କଟକ, ସମ୍ବଲପୁରୁ ଭୁବନେଶ୍ୱର, ବହ୍ମପୁରୁ ଏବଂ ପୁରୀରେ ସବୁଠାରୁ ଅଧିକ ଦିନ ସାମ୍ବାଦିକତା କରିଥିଲେ। ଆଜି ସକାଳୁ  ତାଙ୍କର କୋକେଇକୁ ସାମ୍ବାଦିକ ଓ ସମ୍ପର୍କୀୟ ମାନେ କାନ୍ଧରେ ସ୍ୱର୍ଗଦ୍ୱାର ବୋହି ନେଇଥିଲେ। ପହଞ୍ଚିବା ପରେ ସମ୍ପର୍କୀୟ, ସାମ୍ବାଦିକ, ରାଜନେତା, ଶ୍ରୀମନ୍ଦିର କାର୍ଯ୍ଯାଳୟର ବରିଷ୍ଠ ଅଧିକାରୀ ଓ ସହରର କିଛି ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିଥିଲେ। ତେବେ ତାଙ୍କର ପୁତ୍ର ଅଭିଳାଷ ମହାରଣା ସ୍ୱର୍ଗଦ୍ୱାରରେ ମୁଖାଗ୍ନି ଦେଇଥିଲେ। ସାମ୍ବାଦିକ ମହଲରେ ଶୋକଛାୟା ଖେଳିଯାଇଛି। ଦୀର୍ଘସମୟ ଧରି ସାମ୍ବାଦିକତା କରି ବେଶ୍ ପ୍ରତିଷ୍ଠା ଅର୍ଜନ କରିଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରାଯାଇଛି। 

ସ୍ୱର୍ଗତ ମହାରଣାଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଆସିକାରେ । ଉଚ୍ଚଶିକ୍ଷା ସମାପ୍ତ ପରେ ସେ ୧୯୮୪ ମସିହାରେ ସମ୍ବାଦରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ସେ ବ୍ରହ୍ମପୁର, କଳାହାଣ୍ଡି, ସମ୍ବଲପୁର, କଟକ, କେନ୍ଦ୍ରାପଡ଼ା ଓ ପୁରୀରେ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ।ପୁରୀରେ ତାଙ୍କ ଜୀବନର ଅଧିକାଂଶ ସମୟ କଟିଥିଲା । ୨୦୧୮ରେ ସେ ‘ପ୍ରମେୟ’ର ପୁରୀ ବ୍ୟୁରୋ ମୁଖ୍ୟ ଭାବେ ଯୋଗ ଦେଇଥିଲେ ।

ପୁରୀର ଐତିହ୍ୟ, ସଂସ୍କୃତି, ପରମ୍ପରା ଉପରେ ସ୍ୱର୍ଗତ ମହାରଣାଙ୍କ ବେଶ୍‌ ଜ୍ଞାନ ଥିଲା । ଶ୍ରୀମନ୍ଦିରର ଟିକିନିଖି ତଥ୍ୟ ସଂଗ୍ରହ କରି ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବାରେ ତାଙ୍କର ଦକ୍ଷତା ଅନନ୍ୟ।ପୁରୀ ରାଜନୀତି ତାଙ୍କ ନଖଦର୍ପଣରେ ଥିଲା । ତାଙ୍କର ରାଜନୈତିକ ବିଶ୍ଲେଷଣ, ପରିବେଶ ସମ୍ପର୍କିତ ରିପୋର୍ଟିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ଘଟଣା ନେଇ ସେ ନିର୍ଭୀକ ଖବର ପରିବେଷଣ କରୁଥିଲେ । ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହେଉ କି ଶ୍ରୀକ୍ଷେତ୍ର ଭଳି ଆଧ୍ୟାତ୍ମିକ କେନ୍ଦ୍ର ସବୁ ପ୍ରସଙ୍ଗରେ ଲେଖନୀ ଚାଳନାରେ ସେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ । ସେଥିପାଇଁ ସେ ପୁରୀବାସୀଙ୍କ ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିଥିଲେ  ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ଶିକ୍ଷା ବଜେଟ ଅଭିଭାଷଣ ରଖି ଖଡ଼ିଆଳ ବିଧାୟକ ଶିକ୍ଷା ଅଧିକାର ଆଇନ ୧୦ ବର୍ଷ ପରେ ଲାଗୁ, ମାଗଣା ଶିକ୍ଷା ବ୍ୟବସ୍ଥା, କେବିକେ ଅଂଚଳରେ ୧୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା , ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି, ଖଡ଼ିଆଳ ସ୍ଵୟଂ ଶାସିତ କଲେଜ କୁ ସରକାରୀ କଲେଜ ମାନ୍ୟତା ଦାବି

Sunil Chandra Nayak

ତେରେସିଂହା କଲେଜରେ ସଚେତନତା ଶିବିର ଅନୁଷ୍ଠିତ

masiha

ମହୁମାଛି ଆକ୍ରମଣରେ ୩ ଗୁରୁତର

Leave a Comment

error: Content is protected !!