ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେସନ୍ ଡିଜାଇନର ସୁଜିତ୍ ମେହେର ଙ୍କ ପ୍ରଗତିର ମଶାଲ ଶୋଭାଯାତ୍ରା , ରାଜନୀତି ରେ ଯୋଗ ଦେବେ କି ଫେସନ୍ ଡିଜାଇନର ସୁଜିତ୍ ମେହେର

ଫେସନ୍ ଡିଜାଇନର ସୁଜିତ୍ ମେହେର ଙ୍କ ପ୍ରଗତିର ମଶାଲ ଶୋଭାଯାତ୍ରା ,

ରାଜନୀତି ରେ ଯୋଗ ଦେବେ କି ଫେସନ୍ ଡିଜାଇନର ସୁଜିତ୍ ମେହେର ?

ଫେସନ୍ ଡିଜାଇନର ସୁଜିତ୍ ମେହେର ଙ୍କ ନେତୃତ୍ବରେ ଆଜି ପ୍ରଗତିର ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ଧର୍ମଗଡ ସହର ପରିକ୍ରମା କରିଛି। ଯୁବ ଶକ୍ତି ର ଜାଗୃତି ରେ ହେବ କଳାହାଣ୍ଡି ମାଟିରେ ପ୍ରଗତି ର ନୂତନ ସୂର୍ଯ୍ୟୋଦୟ ବୋଲି ଏହି ଅବସରରେ ସୁଜିତ୍ ମେହେର ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ,ଗତ ଜୁଲାଇ ୧୭ ତାରିଖରେ ଶ୍ରୀ ମେହେର ଆମପାଣି ସ୍ଥିତ ଶ୍ରୀ ବୁଢାରଜା ମନ୍ଦିରରୁ ପ୍ରଗତି ର ମଶାଲ ଶୋଭାଯାତ୍ରା ଆରମ୍ଭ କରିଥିଲେ।

ଏକଦା ରାଜ୍ୟ ର ସମୃଦ୍ଧ ହସ୍ତତନ୍ତ କୁ ଦେଶ ବିଦେଶରେ ପହଞ୍ଚାଇବା ରେ ସକ୍ଷମ ହୋଇଥିବା ହ୍ୟାଣ୍ଡଲୁମ ଡିଜାଇନର ତଥା ଫ୍ୟାସନ ସୋ ମାଧ୍ୟମରେ ହସ୍ତତନ୍ତ କୁ ବ୍ରାଣ୍ଡିଂ କରିବାରେ ସଫଳ ବ୍ୟକ୍ତିତ୍ଵ ସୁଜିତ ମେହେର ଏବେ ରାଜନୀତିରେ ଯୋଗ ଦେବେ ବୋଲି ଖୁବ୍ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। 

କଳାହାଣ୍ଡି ଲୋକସଭା ତଥା ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ର କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଯୁବ ଗୋଷ୍ଠୀ ଙ୍କୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଆୟୋଜନ କରି ସମସ୍ତଙ୍କର ହୃଦୟ ଜିଣିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି।

ହେଲେ ଶ୍ରୀ ମେହେର କେଉଁ ଦଳରୁ ନିର୍ବାଚନ ଲଢ଼ିବେ,କଳାହାଣ୍ଡିର କେଉଁ ବିଧାନସଭା ଆସନ କି କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହେବେ ଏବଂ ତାଙ୍କ ପଛରେ କେଉଁ ରାଜନୈତିକ ବ୍ୟକ୍ତି ବିଶେଷଙ୍କର ଆଶୀର୍ବାଦ ରହିଛି ତାହା ଜଣାପଡି ନାହିଁ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭୁର୍ଷାଗୁଡା ମତଦାନ କେନ୍ଦ୍ର ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଭୁର୍ଷାଗୁଡା ଗ୍ରାମବାସୀ

masiha

ଉତ୍କଳ ଆଲୁମିନା ପକ୍ଷରୁ ସ୍ବଚ୍ଛ ସମୁଦାୟ ନିମନ୍ତେ ସ୍ବଚ୍ଛ ଅଭିଯାନ ଶୁଭାରମ୍ଭ

masiha

ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର ଆସୋସିଏସନ୍‌ର ବୈଠକ 

Sunil Chandra Nayak

Leave a Comment

error: Content is protected !!